ETV Bharat / international

ସପ୍ତାହର ସବୁଠୁ ଖରାପ ଦିନ ସୋମବାର !

author img

By

Published : Oct 18, 2022, 1:09 PM IST

ଗିଜିନ ୱାର୍ଲ୍ଡ ରେକର୍ଡର ଆଶ୍ଚର୍ଯ୍ୟକର ଘୋଷଣା । ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ଭାବେ ଘୋଷଣା କଲା ଗିଜିନ ୱାର୍ଲ୍ଡ ରେକର୍ଡ । ଅଧିକ ପଢ଼ନ୍ତୁ

guinness world records officially announced monday worst day of the week
ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ!

ଲଣ୍ଡନ: ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ । ଏଭଳି ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଛି ଗିଜିନ ୱାର୍ଲ୍ଡ ରେକର୍ଡ । ସପ୍ତାହରେ ସୋମବାରକୁ ସବୁଠାରୁ ଖରାପ ଦିନ ଭାବେ ମନୋନୀତ କରିଛି । ନିଜ ଅଫିସିଆଲ ଟ୍ବିଟରରେ ଗିଜିନ ୱାର୍ଲ୍ଡ ରେକର୍ଡ ଏହି ମନ୍ତବ୍ୟ ଦେଇଛି । ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଭଲ ଦିନକୁ ଅପେକ୍ଷା କରନ୍ତି । କେହି କେହି ସପ୍ତାହର ପ୍ରଥମ ଦିନକୁ ଶୁଭ ମାନୁଥିବାବେଳେ କେହି ଗୁରୁବାରକୁ ଭଲ ଦିନ ବୋଲି ଚିନ୍ତା କରନ୍ତି ।

  • we're officially giving monday the record of the worst day of the week

    — Guinness World Records (@GWR) October 17, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: Guinness World Record of NHAI: 105 ଘଣ୍ଟାରେ ନିର୍ମାଣ କଲା 75 କି.ମି ରାଜପଥ

ମାତ୍ର ବିଶ୍ବର ସବୁଠାରୁ ବଡ଼ ରେକର୍ଡ୍ସ ବୁକ ସୋମବାରକୁ ଖରାପ ଦିନ ଭାବେ ଚୟନ କରିଛି । ଗିଜିନ ୱାର୍ଲ୍ଡ ରେକର୍ଡ ନିଜ ଅଫିସିଆଲ ଟ୍ବିଟରରେ ଲେଖିଛି, "ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ଭାବେ ରେକର୍ଡ କରିଛୁ ।" କିନ୍ତୁ ଏହାର କାରଣ ଦର୍ଶାଯାଇ ନାହିଁ । ସୋମବାର ସପ୍ତାହର ଦୁଇଟି ଶେଷ ଦିନ ଶନିବାର ଓ ରବିବାର ପରେ ଆସିଥାଏ । ଛୁଟି କାଟିବା ପରେ ପୁଣି ନିଜ କର୍ମକ୍ଷେତ୍ରକୁ ଯିବାକୁ ପଡ଼ିଥାଏ । କିଛି ଲୋକ ଅଳସୁଆମି ଅନୁଭବ କରିଥାନ୍ତି । ଏଥିପାଇଁ ଗିଜିନ ୱାର୍ଲ୍ଡ ରେକର୍ଡ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।

ଏନେଇ ଅନେକ ଟ୍ବିଟର ୟୁଜର ମନ୍ତବ୍ୟ ଦେଇଛନ୍ତି । କେତେକ ଗିଜିନ ୱାର୍ଲ୍ଡ ରେକର୍ଡର ବୟାନରେ ସହମତି ପ୍ରକାଶ କରିଛନ୍ତି । ଅନ୍ୟ କେତେକ ସୋମବାର ଦିନକୁ ସପ୍ତାହର ଶେଷରେ ଅନ୍ତର୍ଭୁକ୍ତ କରିବା ଉଚିତ ବୋଲି କହିଛନ୍ତି । ତେବେ ଏହାକୁ ଘୋଷଣା କରିବାକୁ ଏତେ ସମୟ କାହିଁକି ଲାଗିଲା ବୋଲି କେତେକ ୟୁଜର୍ସ ପ୍ରଶ୍ନ କରିଛନ୍ତି । କିଛି ଲୋକ ଏହାକୁ ଅସମର୍ଥ କରିଛନ୍ତି । ଯେଉଁମାନେ ଶୁଭ କାର୍ଯ୍ୟ କରିବା ପାଇଁ ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାରକୁ ଅପେକ୍ଷା କରିଥାନ୍ତି, ଯାହା ସେମାନଙ୍କୁ ନିରାଶ କରିପାରେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.