ETV Bharat / international

ଶ୍ରୀଲଙ୍କା ସଙ୍କଟ: ମାଳଦ୍ବୀପରୁ ସିଙ୍ଗାପୁରକୁ ଯିବେ ରାଷ୍ଟ୍ରପତି ଗୋଟାବାୟା

author img

By

Published : Jul 13, 2022, 7:49 PM IST

ଅସମ୍ଭାଳ ରହିଛି ଶ୍ରୀଲଙ୍କା ସ୍ଥିତି । ସେପଟେ ଦେଶ ଛାଡି ମାଳଦ୍ବୀପରେ ଆତ୍ମଗୋପନ କରିଥିବା ରାଷ୍ଟ୍ରପତି ଗୋଟାବାୟା ଆଜି ରାତିସୁଦ୍ଧା ସିଙ୍ଗାପୁରକୁ ପଳାୟନ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ଶ୍ରୀଲଙ୍କା ସଙ୍କଟ ମାଳଦ୍ବୀପରୁ ସିଙ୍ଗାପୁର ଯିବେ ରାଷ୍ଟ୍ରପତି !

କଲମ୍ବୋ: ଅସମ୍ଭାଳ ହୋଇପଡିଛି ଶ୍ରୀଲଙ୍କା ସ୍ଥିତି । ବର୍ତ୍ତମାନ ହେଭିୱେଟ ରାଜନେତାମାନେ ଦେଶ ଛାଡି ଅନ୍ୟତ୍ର ଆତ୍ମଗୋପନ କରିବାକୁ ଯୋଜନା କରୁଛନ୍ତି । ଏହାରି ଭିତରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତୀବ୍ର ବିରୋଧର ସାମ୍ନା କରିବା ପରେ ଆଜି ସକାଳେ ଦେଶ ଛାଡି ମାଳଦ୍ବୀପ ପଳାୟନ କରିଥିଲେ । ମାଳଦ୍ବୀପରେ ପହଞ୍ଚିବା ପରେ ବର୍ତ୍ତମାନ ସେ ସିଙ୍ଗାପୁର ଯିବାକୁ ବାହାରିଛନ୍ତି । ଏନେଇ ମିଡିଆ ରିପୋର୍ଟରୁ ଜଣାପଡିଛି । ରାଷ୍ଟ୍ରପତି ଗୋଟାବାୟା ନିଜ ପରିବାରକୁ ସାଙ୍ଗରେ ଧରି ଆଜି ରାତି ସୁଦ୍ଧା ମାଳଦ୍ବୀପରୁ ସିଙ୍ଗାପୁର ଯାତ୍ରା କରିବେ ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଆଜି ରାଷ୍ଟ୍ରପତି ଗୋଟାବାୟା ନିଜ ପତ୍ନୀ ଏବଂ ଅନ୍ୟ କିଛି ଅନୁଗତଙ୍କ ସହ ଶ୍ରୀଲଙ୍କା ଛାଡିଥିଲେ । ଶ୍ରୀଲଙ୍କା ବାୟୁସେନାର ଏକ ବିମାନରେ ସେ ମାଳଦ୍ବୀପରେ ପହଞ୍ଚିଥିଲେ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ତେବେ ଗୋଟାବାୟା ଦେଶ ଛାଡିବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ହଜାର ହଜାର ବିକ୍ଷୋଭକାରୀ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ଘେରାଉ କରିଥିଲେ । କିଛି ବିକ୍ଷୋଭକାରୀ ବାସଭବନ ଭିତରେ ପଶି ଉପଦ୍ରବ ରଚିଥିଲେ । ଯାହାଫଳରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଗୋଟାବାୟା ରାଜପକ୍ଷେ ସୁରକ୍ଷାକର୍ମୀଙ୍କ ସହଯୋଗରେ ବାସଭବନ ଛାଡି ପଳାୟନ କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରି ନିଆଁ ଲଗାଇ ଦେଇଥିଲେ । ରାଷ୍ଟ୍ରପତି ଭବନ ଏବେ ବି ବିକ୍ଷୋଭକାରୀଙ୍କ କବ୍‌ଜାରେ ଥିବାବେଳେ ଆଜି ପୁଣି ହଜାର ହଜାର ଲୋକେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନିୟନ୍ତ୍ରଣକୁ ନେଇଛନ୍ତି । ସେମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଛନ୍ତି ଏବଂ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନାକୁ ଯେକୌଣସି ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛନ୍ତି କାମଚଳା ରାଷ୍ଟ୍ରପତି ବିକ୍ରମସିଂଘେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.