ETV Bharat / international

ଆମେରିକାରେ ରହିବାକୁ Green Card ଆବେଦନ କଲେ ଗୋଟାବାୟ ରାଜପକ୍ଷେ

author img

By

Published : Aug 19, 2022, 12:06 PM IST

Updated : Aug 19, 2022, 12:39 PM IST

ଆମେରିକାରେ ରହିବାକୁ ଗ୍ରୀନ କାର୍ଡ Green Card ପାଇଁ ଆବେଦନ କଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଅଧିକ ପଢନ୍ତୁ

ଆମେରିକାରେ ରହିବାକୁ ଗ୍ରୀନ କାର୍ଡ ଆବେଦନ କଲେ ଗୋଟାବାୟ ରାଜପକ୍ଷେ

କଲମ୍ବୋ: ଦେଶ ଛାଡି ପଳାୟନ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ(Gotabaya Rajapaksa) ଆମେରିକାରେ ରହିବାକୁ ଚାହାନ୍ତି । ନିଜର ପତ୍ନୀ ଓ ପୁଅ ସହ ଆମେରିକାର ବସବାସ କରିବାକୁ ରାଜପକ୍ଷେ ଗ୍ରୀନ କାର୍ଡ(Rajapaksa applies for Green Card to settle in US) ପାଇଁ ଆବେଦନ କରିଛନ୍ତି । ଗୁରୁବାର ଏକ ମିଡିଆ ରିପୋର୍ଟରୁ ଏହା ଜଣାପଡିଛି । ଶ୍ରୀଲଙ୍କାର Daily Mirror ଖବରକାଗଜରେ ପ୍ରକାଶ ପାଇଛି ଯେ, ଆମେରିକାରେ ଥିବା ରାଜପକ୍ଷେଙ୍କ ଓକିଲ ଗ୍ରୀନ କାର୍ଡ ପାଇଁ ଗତ ମାସରୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

କଲମ୍ବୋରେ ଥିବା ତାଙ୍କ ଓକିଲ ମଧ୍ୟ ଅତିରିକ୍ତ କାଗଜପତ୍ର ଦାଖଲ କରୁଛନ୍ତି । ତେବେ ପତ୍ନୀ ଲୋମା ରାଜପକ୍ଷେ ଜଣେ ଆମେରିକୀୟ ନାଗରିକ ହୋଇଥିବାରୁ ଗୋଟାବାୟା ଏହି କାର୍ଡ ଆବେଦନ ପାଇଁ ଯୋଗ୍ୟ ଅଟନ୍ତି । ୨୦୧୯ ରାଷ୍ଟ୍ରପତି ନିର୍ବାପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବା ଲାଗି ରାଜପକ୍ଷେ ଆମେରିକାର ନାଗରିକତ୍ବ ତ୍ୟାଗ କରିଥିଲେ । ୧୯୯୮ ମସିହାରେ ଆମେରିକା ଯିବା ପୂର୍ବରୁ ରାଜପକ୍ଷେ ଶ୍ରୀଲଙ୍କା ସେନାରୁ ଅବସର ନେଇ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୫ ମସିହାରେ ସେ ପୁଣିଥରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିଥିଲେ । ୭୩ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷେ ବର୍ତ୍ତମାନ ବ୍ୟାଙ୍ଗକକ୍‌ରେ ଅଛନ୍ତି । ସେ ଅଗଷ୍ଟ ୨୫ ତାରିଖ ଦିନ ନିଜ ପତ୍ନୀଙ୍କୁ ନେଇ ଶ୍ରୀଲଙ୍କା ଫେରିବେ । ତେଣୁ ନଭେମ୍ବର ଯାଏଁ ସେ ଥାଇଲ୍ୟାଣ୍ଡରେ ରହିବେ ବୋଲି ଯେଉଁ ଯୋଜନା କରିଥିଲେ ତାହା ବାତିଲ ହୋଇଥିବା ସୂଚନା ମିଳିଛି ।

ବ୍ୟାଙ୍ଗକକ୍‌ର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,, ରାଜପକ୍ଷେ ରହୁଥିବା ହୋଟେଲ ନାମ ଗୋପନ ରଖାଯାଇଛି । ସାଧା ପୋଷାକରେ ପୋଲିସ ତାଙ୍କ ସୁରକ୍ଷାରେ ମୁତୟନ ହୋଇଛନ୍ତି । ସେ ଯେତେଦିନ ବ୍ୟାଙ୍ଗକକ୍‌ରେ ଅଛନ୍ତି ସେତେଦିନ ଯାଏଁ ସେହି ହୋଟେଲରେ ରହିବାକୁ ଅଧିକାରୀମାନେ ତାଙ୍କୁ କହିଛନ୍ତି । ନିଜ ଦେଶରେ ପ୍ରବଳ ବିରୋଧର ଶିକାର ହେବା ପରେ ରାଜପକ୍ଷେ ପ୍ରଥମେ ମାଲଦ୍ବୀପ ପଳାୟନ କରିଥିଲେ । ସେଠାରୁ ପୁଣି ସିଙ୍ଗାପୁର ଯାଇଥିଲେ ।

Last Updated : Aug 19, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.