ETV Bharat / international

ଇଟାଲୀକୁ ମିଳିବ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ବିଜୟ ମୁକୁଟ ପିନ୍ଧିବେ ମୋଲୋନି !

author img

By

Published : Sep 26, 2022, 12:07 PM IST

ଇଟାଲୀର ପ୍ରଧାନମନ୍ତ୍ରୀ ନିର୍ବାଚନ ନେଇ ମତଦାନ ଶେଷ ହୋଇଛି । ଏଥିରେ ବ୍ରଦର୍ସ ଅଫ ଇଟାଲୀ ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଜର୍ଜିଆ ମେଲୋନିଙ୍କ ପଲା ଭାରି ଥିବା ଏକଜିଟ ପୋଲରୁ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

giorgia meloni could be italy first far right prime minister in decades
ମୋଲୋନି ହେବେ ଇଟାଲି ପ୍ରଧାନମନ୍ତ୍ରୀ!

ରୋମ: ଇଟାଲୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ରାତି 11ଟାରେ ଶେଷ ହୋଇଥିଲା । ଏଥର 70 ପ୍ରତିଶତରୁ କମ ମତଦାନ ହୋଇଥିବା ଜଣାପଡ଼ିଛି । ବ୍ରଦର୍ସ ଅଫ ଇଟାଲୀ ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଦକ୍ଷିଣ ପନ୍ଥି ନେତ୍ରୀ 45 ବର୍ଷୀୟା ଜର୍ଜିଆ ମେଲୋନିଙ୍କ ପଲା ଭାରି ଥିବା ଏକଜିଟ ପୋଲରୁ ଜଣାପଡ଼ିଛି ।

ବହୁମତ ସହ ସେ ନିର୍ବାଚନ ଜିତିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି । ଟେନିଓ କନସଲଟାନ୍ସିର ୱଲଫାଙ୍ଗୋ ପିକୋଲି କହିଛନ୍ତି, ମେଲୋନି ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକାଂଶ ଭୋଟର ଆଶା ରଖିଛନ୍ତି । ଏକଚ୍ଛତ୍ରବାଦୀ ନେତା ବେନିତୋ ମୁସୋଲିନିଙ୍କ ସମର୍ଥକ ମୋଲିନୋ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ । ପୂର୍ବରୁ ତାଙ୍କ ଦଳ କ୍ଷମତାକୁ ଆସି ନଥିଲେ ହେଁ ନିର୍ବାଚନ ଜିତିଲେ ଉନ୍ନତ ସରକାର ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମାରିଓ ଦ୍ରାଘିଙ୍କ ସ୍ଥାନରେ ସେ ଦାୟିତ୍ବ ନେବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଏହା ମଧ୍ୟ ପଢ଼ନ୍ତୁ: Boat accident in Bangladesh: ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ

ତେବେ ସେ ନିର୍ବାଚନରେ ବାଜି ମାରିଲେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବେ । ଯଦିଓ ଏକଜିଟ ପୋଲରୁ ସ୍ପଷ୍ଟ ଫଳାଫଳ ଜଣାପଡ଼ିଛି ତେବେ ଅକ୍ଟୋବର ଶେଷ ସୁଦ୍ଧା ନୂଆ ସରକାର ସରକାର ଗଠନ ହେବାର ସମ୍ଭାବନା ନାହିଁ । ସୂଚନା ଥାଉକି, ଜର୍ଜିଆ ମେଲୋନି 15 ବର୍ଷ ବୟସରେ 1992 ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସାମାଜିକ ଆନ୍ଦୋଳନରେ ଯୋଗ ଦେଇଥିଲେ। 1925 ମସିହାରୁ 1945 ପର୍ଯ୍ୟନ୍ତ ଦେଶର ଏକଚ୍ଛତ୍ରବାଦୀ ଶାସକ ବେନିତୋ ମୁସୋଲିନିଙ୍କ ସମର୍ଥକ ସାଜିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.