ETV Bharat / international

ନେପାଳରେ କାର-ବସ୍ ମୁହାଁମୁହିଁ ଧକ୍କା, ଆଖି ବୁଜିଲେ 4 ଭାରତୀୟ - ନେପାଳରେ କାର ବସ୍ ମୁହାଁମୁହିଁ ଧକ୍କା

ନେପାଳର ଢାଡିଙ୍ଗ ଜିଲ୍ଲାରେ ବସ୍‌-କାର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଥିବା ସୂଚନା । ଅଧିକ ପଢନ୍ତୁ

ନେପାଳରେ କାର ବସ୍ ମୁହାଁମୁହିଁ ଧକ୍କା,  ୪ ଭାରତୀୟ ମୃତ

author img

By

Published : Apr 25, 2022, 12:07 PM IST

କାଠମାଣ୍ଡୁ: ନେପାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଢାଡିଙ୍ଗ ଜିଲ୍ଲାରେ ବସ୍‌-କାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଥିବା ସୂଚନା । ଏନେଇ ଆଜି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସର କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଠାକରେ ଇଲାକା ପ୍ରଥିଭିରାଜ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ପୋଖରା ପରିଦର୍ଶନ ପରେ ପରେ କାଠମାଣ୍ଡୁକୁ ଏକ କାରରେ ଫେରୁଥିବା ବେଳେ ସମ୍ପୃକ୍ତ ୪ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ତେବେ ଡ୍ରାଭରଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେହିସମୟରେ କାରଟି ନେପାଳର ଡ୍ରାଇଭର ଚଲାଉଥିଲେ।

ଦୁର୍ଘଟଣା ପରେ ମୃତକଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା କରୁଥିବା ସମୟରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିମଳଚନ୍ଦ୍ର ଅଗ୍ରୱାଲ(୪୦), ସାଧନା ଅଗ୍ରୱାଲ(୩୫), ସନ୍ଧ୍ୟା ଅଗ୍ରୱାଲ(୪୦), ରାକେଶ ଅଗ୍ରୱାଲ(୫୫) ଏବଂ ଦିଲବାହାଦୁର(୩୬) । ପ୍ରଥମ ତିନି ଜଣଙ୍କ ଘର ଉତ୍ତରପ୍ରଦେଶର ହୋଇଥିବା ବେଳେ ୪ ନମ୍ବର ବ୍ୟକ୍ତିଙ୍କ ଘର ତାମିଲନାଡ଼ୁର ତୋହ୍ନୁ ଜିଲ୍ଲାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.