ETV Bharat / international

ଆରପାରିରେ ଆମେରିକାର ପୂର୍ବତନ ପ୍ରଥମ ମହିଳା ରୋଜଲିନ କାର୍ଟର

Former USA first lady Rosalynn Carter passes away at 96 : ଆମେରିକାର ପୂର୍ବତନ ପ୍ରଥମ ମହିଳା ରୋଜଲିନ କାର୍ଟରଙ୍କ 96 ବର୍ଷ ବୟସରେ ପରଲୋକ । ମାନବତାବାଦୀ ଏବଂ ମାନସିକ ସ୍ବାସ୍ଥ୍ୟର ପ୍ରଖର ସମର୍ଥକ ଥିଲେ ରୋଜଲିନ କାର୍ଟର । ଅଧିକ ପଢନ୍ତୁ ।

ଆରପାରିରେ ଆମେରିକାର ପୂର୍ବତନ ଫାଷ୍ଟ ଲେଡି ରୋଜଲିନ କାର୍ଟର

author img

By ETV Bharat Odisha Team

Published : Nov 20, 2023, 4:54 PM IST

ୱାସିଂଟନ: ଆମେରିକାର ପୂର୍ବତନ ପ୍ରଥମ ମହିଳା ତଥା ମାନବତାବାଦୀ ଆଦର୍ଶର ଦୃଢ ସମର୍ଥକ ରୋଜଲିନ କାର୍ଟରଙ୍କ 96 ବର୍ଷ ବୟସରେ ଗତ ରବିବାର ଦିନ ପରଲୋକ ଘଟିଛି । ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ଧର୍ମପତ୍ନୀ ଥିଲେ । ଦୀର୍ଘ ଦିନ ଧରି ସେ ମସ୍ତିଷ୍କଗତ ଅସୁସ୍ଥତାରେ ପୀଡିତ ଥିଲେ । ସେ ପରିବାର ସହ ଜର୍ଜିଆ ସ୍ଥିତ ବାସଭବନରେ ରହୁଥିଲେ । ନିଜର ଏଯାବତ୍ ହାସଲ କରିଥିବା ସଫଳତାରେ ମଧ୍ୟ ତାଙ୍କ ପତ୍ନୀ ସମାନ ଭାଗିଦାର ଥିଲେ ଏବଂ ସେ ଆବଶ୍ୟକ ସମୟରେ ଉଚିତ ମାର୍ଗଦର୍ଶନ କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟ ଲାଗି ଉତ୍ସାହିତ କରୁଥିଲେ । ସେ ଜୀବିତ ଥିବା ଯାଏଁ ତାଙ୍କୁ କେହି ଜଣେ ଭଲ ପାଇବା ସହ ତାଙ୍କର ସମର୍ଥନ କରୁଛନ୍ତି ବୋଲି ଜାଣିଥିଲେ ବୋଲି ତାଙ୍କର ସ୍ବାମୀ ଜିମ୍ମି କାର୍ଟର ମତ ପ୍ରକାଶ କରିଥିଲେ । ଆମେରିକୀୟ ଇତିହାସରେ ସବୁଠାରୁ ଲମ୍ବା ସମୟ ଯାଏଁ ବୈବାହିକ ଜୀବନ ଅତିବାହିତ କରିଥିବା ଏହି ରାଷ୍ଟ୍ରପତି ଦମ୍ପତି ଗତ ଜୁଲାଇ ମାସରେ ନିଜର 77ତମ ବିବାହ ବାର୍ଷିକୀ ପାଳନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଆରପାରିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭେଙ୍କଟରମଣ, ବାଲାନ୍ସ ଅଫ୍ ପେମେଣ୍ଟ ସଙ୍କଟର ଥିଲେ ରକ୍ଷକ

ମାନବତାବାଦୀ ଏବଂ ମାନସିକ ସ୍ବାସ୍ଥ୍ୟର ପ୍ରଖର ସମର୍ଥକ ରୋଜଲିନ କାର୍ଟର ସମଗ୍ର ବିଶ୍ବରେ ଶାନ୍ତି ଏବଂ ନିରୋଗ ସ୍ବାସ୍ଥ୍ୟ ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରିବା ସକାଶେ ନିଜ ସ୍ବାମୀଙ୍କ ସହ ମିଶି କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ସେ ଆମେରିକା ସହ ତିକ୍ତ ସଂପର୍କ ଥିବା ବିଭିନ୍ନ ଦେଶ ଯଥା କ୍ୟୁବା, ସୁଦାନ, ଉତ୍ତର କୋରିଆକୁ ଗସ୍ତ କରିଥିଲେ । ସେ ନିର୍ବାଚନରେ ନିରପେକ୍ଷ ଭାବେ ପର୍ଯ୍ୟବେକ୍ଷଣ କରିବା ଏବଂ ଗିନି ୱାର୍ମ ରୋଗ ଭଳି ଅନେକ ଦୁରାରୋଗ୍ୟର ନିରାକରଣ ଜନିତ କାର୍ଯ୍ୟକ୍ରମରେ ଜଡିତ ଥିଲେ ।

ଏହା ମଧ୍ୟ ପଢନ୍ତୁ... ରାଷ୍ଟ୍ରପତି ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ

1977 ରୁ 1981 ମସିହା ଯାଏଁ ଜିମ୍ମି କାର୍ଟର ଆମେରିକାର 39ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥକ୍ଲେ । କୁଖ୍ୟାତ ୱାଟରଗେଟ ସ୍କାଣ୍ଡାଲ ପରେ ଦେଶରେ ରାଷ୍ଟ୍ରପତିଙ୍କ ପ୍ରତି ପୁନଃ ବିଶ୍ବାସ ଫେରେଇ ଆଣିବାରେ ରୋଜଲିନ କାର୍ଟରଙ୍କ ଭୂମିକା ଅନ୍ୟତମ ଥିଲା । ଜିମ୍ମି କାର୍ଟରଙ୍କୁ 2002 ମସିହାରେ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଥିଲା । ରୋଜଲିନ କାର୍ଟରଙ୍କ ବିୟୋଗରେ ଅମେରିକାର ଫାଷ୍ଟ ଲେଡି ଜିଲ୍ ବାଡେନ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶ ବିଦେଶରୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.