ETV Bharat / international

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ - ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ

ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ ହୋଇଛି । ଅଧିକ ପଢନ୍ତୁ

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ
ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ
author img

By

Published : Aug 9, 2022, 7:07 AM IST

Updated : Aug 9, 2022, 7:59 AM IST

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ତାଙ୍କ ଘରେ ଏହି ଚଢାଉ ହୋଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଫବିଆଇ (Federal Bureau of Investigation) ପକ୍ଷରୁ ଏହି ରେଡ୍‌ ହୋଇଛି । ଟ୍ରମ୍ପଙ୍କ ମାର ଏ ଲାଗୋ ସମ୍ପତ୍ତି ଉପରେ ଚଢାଉ ଜାରି ରହିଛି । ତାଙ୍କ ରିସର୍ଟ ଓ ଫାର୍ମ ହାଇସରେ ଏଫବିଆଇ ରେଡ କରିଛି । ସେପଟେ ବିନା ନୋଟିସରେ ଏହି ଚଢାଉ ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ ।

  • Former US President Donald Trump, in a statement posted to his social media, confirms FBI raid on his Mar-a-Lago property.

    “My beautiful home, Mar-A-Lago in Palm Beach, Florida, is currently under siege, raided, and occupied by a large group of FBI agents,” he says pic.twitter.com/FL4Jqxhclw

    — ANI (@ANI) August 8, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ଟ୍ରମ୍ପ କହିଛନ୍ତି, ''ଦକ୍ଷିଣ ଫ୍ଲୋରିଡାର ତାଙ୍କ ମାର-ଏ-ଲାଗୋ ଇଷ୍ଟେଟ୍ ବର୍ତ୍ତମାନ ସିଜ କରାଯାଇ ଚଢାଇ ହୋଇଛି । ଏଫବିଆଇ ଗ୍ରୁପର ଏଜେଣ୍ଟମାନେ ଏହି ରେଡ୍‌ କରିଛନ୍ତି । ଆମେରିକାର 45ତମ ରାଷ୍ଟ୍ରପତି ରହିଥିଲେ ଡୋନାଲ୍ଡ ଟ୍ରମ୍ପ ।'' ଅଚାନକ ଚଢାଉ ନେଇ ଟ୍ରମ୍ପ କହିଛନ୍ତି ଏହା ଆମ ଦେଶ ପାଇଁ କଳା ସମୟ । ମୋ ସୁନ୍ଦର ଘର ମାର-ଏ-ଲାଗୋ ଉପରେ ରେଡ୍‌ ହୋଇଛି । ପୂର୍ବରୁ ଏପରି ଜଣେ ରାଷ୍ଟ୍ରପତିଙ୍କ ସହ କେବେ ହୋଇନାହିଁ । ସରକାରୀ ଏଜେନ୍ସି ସହ ସହଯୋଗ ଓ କାମ କରିବା ପରେ ବିନା ନୋଟିସରେ ମୋ ଘରେ ଚଢାଉ କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଟ୍ରମ୍ପ ।

ସେ ଆହୁରି କହିଛନ୍ତି, "ଏହା ନ୍ୟାୟ ପ୍ରଣାଳୀର ଅସ୍ତ୍ର ଏବଂ ରେଡିକାଲ ଲେପ୍ଟ ଡେମୋକ୍ରାଟର ଆକ୍ରମଣ, ଯିଏକି ମୋତେ 2024 ରାଷ୍ଟ୍ରପତି ରେସରେ ଦେଖିବାକୁ ଚାହୁଁନାହାନ୍ତି । ଆମେରିକା ବର୍ତ୍ତମାନ ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି, ଯେଉଁଠି ପୂର୍ବରୁ ଏପରି ଦୁର୍ନୀତି କେବେ ଦେଖିବାକୁ ମିଳିନାହିଁ । ମୁଁ ଆମେରିକା ଲୋକଙ୍କ ପାଇଁ ମୋର ଲଢେଇ ଜାରି ରଖିବି ।''

ପ୍ରକାଶ ଥାଉ କି, 2020 ନିର୍ବାଚନ ହାରିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହ 15ଟି ସରକାରୀ ଦସ୍ତାବିଜ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହାସହ 2020 ନିର୍ବାଚନ ଫଳାଫଳରେ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିବା ନେଇ ଯାଞ୍ଚ କରାଯାଉଛି । ଏହାସହ ନ୍ୟୁୟର୍କରେ ଟ୍ରମ୍ପଙ୍କ ବ୍ୟବସାୟର ମଧ୍ୟ ଯାଞ୍ଚ ହେଉଛି ।

Last Updated : Aug 9, 2022, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.