ETV Bharat / international

ମହାକାଶ ଗବେଷଣାରେ ମାଇଲ ଖୁଣ୍ଟ, NASA ଜାରି କଲା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର

author img

By

Published : Jul 12, 2022, 11:52 AM IST

Updated : Jul 12, 2022, 12:26 PM IST

ନାସା (NASA) ଜେମ୍ସ ୱେବ୍‌ ସ୍ପେସ ଟେଲିସ୍କୋପରୁ ନିଆଯାଇଥିବା (James webb Space Telescope) ପ୍ରଥମ ରଙ୍ଗୀନ ଛବି ଜାରି ହୋଇଛି ।

NASA ଜାରି କଲା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର

ଓ୍ବାଶିଂଟନ: ନାସା (NASA) ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପରୁ ନିଆଯାଇଥିବା (James webb Space Telescope) ପ୍ରଥମ ରଙ୍ଗୀନ ଛବି ଜାରି ହୋଇଛି । ଏହି ଛବି ମହାକାଶ ଗବେଷଣାରେ ଆଉ ଏକ ମାଇଲ ଖୁଣ୍ଟ ଯୋଡି ଦେଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଗାଲାକ୍ସିର ପ୍ରଥମ ରଙ୍ଗୀନ ଚିତ୍ର ଛଡାଯାଇଛି । ଏହା ବର୍ତ୍ତମାନ ସୁଦ୍ଧା ବ୍ରହ୍ମାଣ୍ଡର ଦେଖାଯାଇଥିବା ସବୁଠାରୁ ଗଭୀରତମ ଓ ପ୍ରଥମ ରଙ୍ଗୀନ ଛବି।

ଗତ ଶୁକ୍ରବାର ନାସା ଜେମ୍ସ ୱେବ୍‌ର ପ୍ରଥମ ପାଞ୍ଚଟି ମହାଜାଗତିକ ଲକ୍ଷ୍ୟ ପ୍ରକାଶ କରିଥିଲା। ସେଥିମଧ୍ୟରେ କୈରିନା ନେବୁଲା, (carina Nebula) ଯାହା 7,600 ବର୍ଷ ଯାଏ ଦୂରରୁ ଧୂଳି ଏବଂ ଗ୍ୟାସର ଏକ ଗ୍ରହ । ଏହାସହ ଦକ୍ଷିଣ ରିଙ୍ଗ୍ ନେବୁଲା ସାମିଲ ରହିଛି । ଯାହା 2 ହଜାର ବର୍ଷ ଦୂର ତାରାମାନ ଘେରା ହୋଇରହିଛି । ଏହାଛଡା ଷ୍ଟିଫେନ କ୍ବିଣ୍ଟନ ଯାହା 290 ମିଲିୟନ ଦୂର ଏକ ଗ୍ୟାଲେକ୍ସି ସାମିଲ ହୋଇଛି । ଶେଷରେ ସବୁଠୁ ଆକର୍ଷଣୀୟ SMACS 0723 ଗ୍ୟାଲେକ୍ସି କଲଷ୍ଟର ଅନ୍ତର୍ଭୁକ୍ତ ଯାହା ଅନେକ ଗ୍ୟାଲେକ୍ସିର ଏକ ସମୂହ ।

ଯେଉଁଥିରେ ଗାଲାକ୍ସିର ରଙ୍ଗୀନ ଫଟୋ ଉତ୍ତୋଳନ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ମହାକାଶକୁ ପଠାଯାଇଥିବା ସବୁଠୁ ଜଟିଳ ଟେଲିସ୍କୋପ । ଏହାକୁ ପ୍ରସ୍ତୁତ କରିବା ପାଇଁ ପାଖପାଖି 900 କୋଟି ଖର୍ଚ୍ଚ ହୋଇଛି । ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ତଟରେ ଏହାକୁ ଲଞ୍ଚ୍‌ କରାଯାଇଥିଲା । ଏହାର ଓଜନ 6,350 କିଲୋ । ଏହି ଟେଲିସ୍କୋପ 2014ରେ ଖୋଜା ଯାଇଥିବା WASP-96b ନାମକ ଗ୍ୟାସ ଗ୍ରହର ସ୍ପେକ୍ଟୋସ୍କପି କରିଥିଲା। WASP-96b ପୃଥିବୀରୁ 1,150 ବର୍ଷ ଦୂରରେ ଅଛି ।

ଜାରି ହୋଇଥିବା ଚିତ୍ରରେ ଆକାଶଗଙ୍ଗା, ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି। ଗତକାଲି (ସୋମବାର) ହ୍ବାଇଟ ହାଉସରେ ‘ଜେମ୍ସ ୱେବ୍ ସ୍ପେସ୍’ ଟେଲିସ୍କୋପ ଦ୍ବାରା ଏହି ପ୍ରଥମ ପ୍ରତିଛବିକୁ ଉନ୍ମୋଚିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଇଡେନ ।

ଆମେରିକା ଓ ସମଗ୍ର ମାନବଜାତି ପାଇଁ ଏହା ଏକ ଐତିହାସିକ ମୂହୁର୍ତ୍ତ ବୋଲି କହିଛନ୍ତି ବାଇଡେନ । ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ପ୍ରତିମ୍ବିବ ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ । ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ ରୋମାଞ୍ଚକର ମୂହୂର୍ତ୍ତ । ବ୍ରହ୍ମାଣ୍ଡର ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ ।

Last Updated : Jul 12, 2022, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.