ଉଗାଡୋଗୁ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ପଶ୍ଚିମ ଆଫ୍ରିକାର ସେନେଗଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୧୧ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏନେଇ ଗତକାଲି(ବୁଧବାର) ସେନେଗେଲ ରାଷ୍ଟ୍ରପତି ମେକି ସେଲ ଟ୍ବିଟ କରିଛନ୍ତି ।
ମେକି ସେଲ ଟ୍ବିଟକରି କହିଛନ୍ତି ଯେ,"ସେନେଗଲର ତିଓ୍ବାଉନେରେ ମାମେ ଅବ୍ଦୋ ଅଜିଜ୍ ସି ଦବାଖ (Mame Abdou Aziz Sy Dabakh) ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୧୧ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଶିଶୁଙ୍କ ପରିବାରକୁ ଭଗବାନ ଧୌର୍ଯ୍ୟ ଓ ସାହାସ ଦିଅନ୍ତୁ । "
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେନେଗଲ ଇତିହାସରେ ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ଗତବର୍ଷ ଏକ ହସ୍ପିଟାଲରେ ନିଆଁ ଲାଗି ୪ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ୧୧ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।