ETV Bharat / international

ଇଟାଲୀ ପାଇଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଶପଥ ନେଲେ ମେଲୋନି

45 ବର୍ଷୀୟ ଜିଓର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗତମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କର ବ୍ରବର୍ସ ଅଫ ଇଟାଲୀ ଦଳ ସର୍ବାଧିକ ଭୋଟ ପାଇଥିଲା । ଅଧିକ ପଢନ୍ତୁ

author img

By

Published : Oct 23, 2022, 12:49 PM IST

giorgia meloni italy first female pm
ମେଲୋନି ଇଟାଲୀ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ରୋମ: ଇଟାଲୀକୁ ମିଳିଛି ତାର ନୂଆ ପ୍ରଧାନମନ୍ତ୍ରୀ । 45 ବର୍ଷୀୟ ଜିଓର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଇଟାଲୀ ରାଷ୍ଟ୍ରପତି ସେରଜିଓ ମାଟାରେଲା ତାଙ୍କୁ ଶପଥ ପାଠ କରାଇଛନ୍ତି । ରୋମର କ୍ୟୁରିନାଲା ପ୍ୟାଲେସର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତମାସରେ ଅନୁଷ୍ଠିଚ ସାଧାରଣ ନିର୍ବାଚନରେ ତାଙ୍କର ବ୍ରବର୍ସ ଅଫ ଇଟାଲୀ ଦଳ ସର୍ବାଧିକ ଭୋଟ ପାଇଥିଲା ।

ମେଲୋନି ନେତୃତ୍ବରେ ଇଟାଲୀରେ ମେଣ୍ଟ ସରକାର ଗଠିତ ହୋଇଥିବାବେଳେ ସେଥିରେ ମାଟ୍ଟିଓ ସାଲଭିନିଙ୍କର ରାଇଟ ୱିଙ୍ଗ ଲିଗ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନିଙ୍କର କନଞ୍ଜରଭେଟିଭ ଫୋର୍ଜା ଇଟାଲିଆ ପାର୍ଟି ସାମିଲ ରହିଛି । ଜିଓର୍ଜିଆ ମେଲୋନିଙ୍କର ଜନ୍ମ 1977 ମସିହା ଜାନୁଆରୀ 15ରେ ହୋଇଥିଲା । 2006ରେ ସେ ଦକ୍ଷିଣପନ୍ଥୀ ମେଣ୍ଟ ପକ୍ଷରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ପରେ ସିଲଭିଓ ବେର୍ଲୁସ୍କୋନିଙ୍କ ଚତୁର୍ଥ ପାଳି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । 2014ରୁ ସେ ବ୍ରଦର୍ସ ଅଫ୍ ଇଟାଲୀ ଦଳର ନେତ୍ରୀ ଅଛନ୍ତି । ଶରଣାର୍ଥୀମାନଙ୍କୁ ଆଶ୍ରୟ ନ ଦେବା ଓ ସମଲିଙ୍ଗୀମାନଙ୍କୁ ବିରୋଧ କରିବା, ସେମାନଙ୍କୁ ହକ ନଦେବା ତାଙ୍କ ନିର୍ବାଚନୀର ଏଜଣ୍ଡା ଥିଲା ।

ଏହା ବି ପଢନ୍ତୁ...UK PM Race: ବୋରିସ ଜନସନଙ୍କ ସମର୍ଥନରେ ପ୍ରୀତି ପଟେଲ

4 ବର୍ଷ ତଳେ ମାତ୍ର 1.13 ପ୍ରତିଶତ ଭୋଟ ପାଇଥିବା ମେଲୋନିଙ୍କ ଦଳକୁ 26 ପ୍ରତିଶତ ଭୋଟ ପାଇଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜଣେ ଦକ୍ଷିଣପନ୍ଥୀ ନେତା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଇଟାଲୀରେ 77 ବର୍ଷରେ 70 ଥର ସରକାର ବଦଳିଛନ୍ତି । ଜଣେ ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରି ରାଜନୀତିରେ ସାମିଲ ହୋଇଥିଲେ ମେଲୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.