ETV Bharat / international

Explosion: ଆଫଗାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ବିସ୍ଫୋରଣ, ୨ ମୃତ

author img

By

Published : Mar 27, 2023, 6:45 PM IST

ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ବଡ଼ ଧରଣର ବିସ୍ଫୋରଣ । ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Explosion
Explosion

କାବୁଲ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସୋମବାର ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ହସ୍ପିଟାଲରେ ପରିଚାଳନାରେ ଥିବା ଇଟାଲିଆନ ଏନଜିଓ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ନେଇ ଆଫଗାନିସ୍ତାନର ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଟ୍ବିଟ୍‌ କରି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ଦୌଡଜାଇ ଟ୍ରେଡ ସେଣ୍ଟର ନିକଟ ବୈଦେଶିକ ମନ୍ତ୍ରଣାଳୟ ରୋଡଠାରେ ଏହି ବିସ୍ଫୋରଣ ଘଟିଛି । ଅପରାହ୍ନରେ ଏଭଳି ବଡ଼ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଏ ନଇ ଏଯାବତ ତାଲିବାନ ଅଫିସିଆଲ ପକ୍ଷରୁ ସୂଚନା ଦିଆଯାଇନାହିଁ । ଏହି ବିସ୍ଫୋରଣ ଲାଗି କୌଣସି ଗୋଷ୍ଠୀ ମଧ୍ୟ ନିଜକୁ ଦାୟୀ କରିନାହାନ୍ତି । ଦ୍ବିପ୍ରହର ଭୋଜନ ସମୟରେ ଏହି ଅଞ୍ଚଳ ପ୍ରାୟତଃ ଜନଗହଳିପୂର୍ଣ୍ଣ ରହିଥାଏ । ସେପଟେ ସରକାରୀ ଅଫିସରମାନେ ରମଜାନ ପାଇଁ ଅଫିସରୁ ବାହାରି ଯାଉଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା ।

ଏହା ବି ପଢନ୍ତୁ- California Gurudwara: କାର୍ଲିଫର୍ଣ୍ଣିଆର ଗୁରୁଦ୍ବାରରେ ଗୁଳିମାଡ, ୨ ଆହତ

ସୂଚନା ଥାଉ କି ଗତ ଜାନୁଆରୀ ମାସରେ ମଧ୍ୟ କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ସାମ୍ନାରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୫ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ହେବା ପରେ ଦ୍ବିତୀୟ ଥର ଲାଗି ମନ୍ତ୍ରଣାଳୟ ନିକଟରେ ଆକ୍ରମଣ ହୋଇଛି । ଅନ୍ୟପଟେ ୨୦୨୧ ମସିହାରେ ତାଲିବାନମାନେ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ଏହାକୁ ବିରୋଧ କରି କିଛି ସ୍ଥାନୀୟ ଗୋଷ୍ଠୀ ଏପରି ଆକ୍ରମଣ କରୁଥିବା ସନ୍ଦେହ କରାଯାଉଛି । ଚଳିତ ବର୍ଷ ଆରମ୍ଭରୁ ହିଁ ଆଫଗାନିସ୍ତାନରେ ଅନେକ ବିସ୍ଫୋରଣ ଘଟଣା ସାମନାକୁ ଆସୁଛି ।

ଚଳିତ ମାସ କାବୁଲ ମିଲିଟାରୀ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ସମୟରେ ଚାଇନିଜ୍‌ ହୋଟେଲକୁ ଟାର୍ଗେଟରେ ରଖାଯାଇଥିଲା । ସେପଟେ ତାଲିବାନମାନେ ନିଜ ସରକାରକୁ ଜାତୀୟ ପରିଚୟ ଦେବା ଲାଗି ଦାବି କରିଆସୁଛନ୍ତି । ସେପଟେ ମହିଳାଙ୍କ ଉପରେ ତାଲିବାନମାନଙ୍କ ବିଭିନ୍ନ କାର୍ଯ୍ୟରେ ରୋକ୍‌ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ତାଲିବାନୀ ନେତୃତ୍ବାଧୀନ ଆଫଗାନିସ୍ତାନଠାରୁ ଦୂରତ୍ବ ବଢାଯାଇଛି । ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହେବା ଦିନଠୁ ମହିଳା ଓ ସପ୍ତମ ଶ୍ରେଣୀଠାରୁ ଛାତ୍ରୀମାନଙ୍କ ପାଠପଢା ଉପରେ ରୋକ ଲଗାଯାଇଛି । ଏଭଳି ମହିଳା ବିରୋଧୀ ଶାସନ ବୋଲି ଅନ୍ତର୍ଜାତୀୟ ସ୍ତରରେ ଦୃଢ ନିନ୍ଦା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.