ETV Bharat / international

କାବୁଲରେ ଭୟଙ୍କର ବିସ୍ଫୋରଣ, 20 ରୁ ଉର୍ଦ୍ଧ୍ୱ ମୃତ

author img

By

Published : Aug 17, 2022, 10:59 PM IST

କାବୁଲରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । 20 ରୁ ଅଧିକ ପ୍ରାଣ ହରାଇଥିବା ଆଶଙ୍କା ସହ ଅନେକ ଆହତ ସୂଚନା । ଘଟଣାସ୍ଥଳରେ ପହଞ୍ଚିଲା ଆଫଗାନ ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ

କାବୁଲରେ ଭୟଙ୍କର ବିସ୍ଫୋରଣ, 20 ରୁ ଉର୍ଦ୍ଧ୍ବ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ 20 ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅନେକ ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅପରେସନ ଜାରି ରହିଛି । ବିସ୍ଫୋରଣ ନେଇ କାବୁଲ ସୁରକ୍ଷା ବଳର ପ୍ରବକ୍ତା ସୂଚନା ଦେଇଛନ୍ତି ।

ସହରର ପିଡି-17 ନାମକ ସ୍ଥାନରେ ଏହି ବିସ୍ଫୋରଣ ହୋଇଛି । କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଘଟଣାସ୍ଥଳରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ପହଞ୍ଚିଥିବାର ମଧ୍ୟ ସୂଚନା ମିଳିଛି । ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଯଥେଷ୍ଟ ରହିଛି । ତେବେ ନିର୍ଦ୍ଦିଷ୍ଟ କେତେ ମୃତାହତ ହୋଇଛନ୍ତି ସେ ନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.