ETV Bharat / international

ଫ୍ରାନ୍ସରେ ପତ୍ନୀଙ୍କ ସହ ଛୁଟି କାଟୁଥିଲେ ବାଜୱା, ଦୁର୍ବ୍ୟବହାର କଲେ ଆଫଗାନ ଯୁବକ

author img

By

Published : Jun 5, 2023, 7:59 PM IST

ଫ୍ରାନ୍ସରେ ପାକିସ୍ତାନ ପୂର୍ବତନ ସେନାମୁଖ୍ୟ ବାଜୱା ଓ ତାଙ୍କ ପତ୍ନୀଙ୍କୁ ଆଫଗାନ ଯୁବକଙ୍କ ଦୁର୍ବ୍ୟବହାର । ଭିଡିଓ ରେକର୍ଡିଂ କରି କଲେ ପ୍ରଶ୍ନ । ଭାଇରାଲ ହେଉଛି ଭିଡିଓ

Viral video:ଫ୍ରାନ୍ସରେ ପାକିସ୍ତାନ ପୂର୍ବତନ ସେନାମୁଖ୍ୟଙ୍କୁ ଆଫଗାନ ଯୁବକଙ୍କ ଦୁର୍ବ୍ୟବହାର

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଓମାର ଜାଭେଦ ବାଜୱାଙ୍କୁ ଫ୍ରାନ୍ସରେ ଦୁର୍ବ୍ୟବହାର । ଜଣେ ଆଫଗାନିସ୍ତାନର ଯୁବକ ବାଜୱା ଓ ତାଙ୍କ ପତ୍ନୀଙ୍କୁ ଏପରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଅନୁସାରେ, ବାଜଓ୍ବା ଓ ତାଙ୍କ ପତ୍ନୀ କୌଣସି ଏକ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବା ସମୟରେ ଏକ ବିଲ୍ଡିଂର ପାହାଚରେ ବସି ବାର୍ତ୍ତାଳାପ କରୁଥିବାର ଦେଖିବାକୁ ମିଳିଛି । ଜଣେ ଯୁବକ ହାତରେ ମୋବାଇଲ ଧରି ଭିଡିଓ ରେକର୍ଡ କରିବା ସହ ସ୍ଥାନୀୟ ଭାଷାରେ ଗାଳି କରିବା ସହ ତାଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତି ।

ଉଭୟ ବାଜଓ୍ବା ଦମ୍ପତି ଏହି ଯୁବକ ଓ ତାଙ୍କ କାର୍ଯ୍ୟକଳାପକୁ ଅଣଦେଖା କରିବାକୁ ପ୍ରୟାସ କରୁଛନ୍ତି । ହେଲେ ବେଶ କିଛି ସମୟ ଧରି ଏହି ଯୁବକଜଣଙ୍କ ଉଭୟଙ୍କର ଭିଡିଓ ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି । ପରେ ବାଜଓ୍ବା ସମ୍ପୃକ୍ତ ଯୁବକଙ୍କୁ ପୋଲିସରେ ହସ୍ତାନ୍ତର କରିବା ପାଇଁ ଚେତାବନୀ ମଧ୍ୟ ଦେଉଛନ୍ତି । ବାଜଓ୍ବାଙ୍କ ଚେତାବନୀକୁ ଯୁବକଜଣଙ୍କ ଭ୍ରୁକ୍ଷେପ ନକରି ରେକର୍ଡିଂ ଜାରି ରଖୁଛନ୍ତି । ବାଧ୍ୟ ହୋଇ ବାଜଓ୍ବା ଦମ୍ପତି ସ୍ଥାନ ଛାଡି ପଳାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଯୁବକଜଣଙ୍କ ମଧ୍ୟ କିଛି ବାଟ ସେମାନଙ୍କୁ ପିଛା କରି ରେକର୍ଡିଂ ଜାରି ରଖିଥିଲେ ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଯୁବକଜଣଙ୍କ ପାକିସ୍ତାନ ସେନାର ଆଫଗାନିସ୍ତାନରେ କାର୍ଯ୍ୟାନୁଷ୍ଠାନ ଓ ସେଠାକାର ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ ନେଇ ଦାୟୀ କରିବା ସହ ପ୍ରଶ୍ନ ମଧ୍ୟ କରିଥିଲେ । ପାକିସ୍ତାନ ସେନା ଆଫଗାନିସ୍ତାନରେ ସେଠାକାର ନାଗରିକଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କର ମାନବାଧିକାର ଉଲ୍ଲଙ୍ଘନ କରିଛି । ଏଥିପାଇଁ ସେ ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ବାଜଓ୍ବାଙ୍କ ଭୂମିକାକୁ ମଧ୍ୟ ଯୁବକଜଣଙ୍କ ଦାୟୀ କରିଛନ୍ତି ।

ବାଲୁଚ ରେଜିମେଣ୍ଟ ମାଧ୍ୟମରେ ପାକିସ୍ତାନ ସେନାରେ ଭର୍ତ୍ତି ହୋଇଥିବା ବାଜଓ୍ବା 2016 ନଭେମ୍ବର 26 ତାରିଖରେ ପାକିସ୍ତାନ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କୁ 3 ବର୍ଷ ପାଇଁ ସେନାର ସର୍ବୋଚ୍ଚ ପଦରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ନିଯୁକ୍ତି ଦେଇଥିଲେ । ପରେ 2019ରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ବାରା ତାଙ୍କ କାର୍ଯ୍ୟକାଳ ଅବଧିରେ ବୃଦ୍ଧି କରାଯାଇଥିଲା । ହେଲେ ଏହି ବାଜଓ୍ବା ହିଁ ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ପଦଚ୍ୟୁତ ପଛର ମାଷ୍ଟରମାଇଣ୍ଡ ବୋଲି ଚର୍ଚ୍ଚା ହୁଏ । ଗତବର୍ଷ ବାଜଓ୍ବା ସେନାମୁଖ୍ୟ ଭାବେ ଅବସର ଗ୍ରହଣ କରିବା ପରେ ଏବେ ପ୍ରାୟତଃ ବିଦେଶରେ ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.