ETV Bharat / international

ମାନବୀୟ ସହୟତା ପାଇଁ ପ୍ରଥମ ଥର ଖୋଲିଲା ଗାଜା-ଇଜିଷ୍ଟ ବର୍ଡର କ୍ରସିଂ ପୋଷ୍ଟ - ଇସ୍ରାଏଲ ଗାଡା ଯୁଦ୍ଧ

ପ୍ରଥମ ଥର ପାଇଁ ଖୋଲିଲା ଗାଜା-ଇଜିଷ୍ଟ ବର୍ଡର କ୍ରସିଂ ପୋଷ୍ଟ । ଏକାଧିକ ଟ୍ରକରେ ଗଲା ଜରୁରୀ ସହାୟତା ସାମଗ୍ରୀ । ଆକ୍ରମଣ ପରଠାରୁ ସମଗ୍ର ଗାଜାକୁ ଅବରୋଧ ଘୋଷଣା କରିଥିଲା ଇସ୍ରାଏଲ । ଅଧିକ ପଢନ୍ତୁ

ମାନବୀୟ ସହୟତା ପାଇଁ ଖୋଲିଲା ଗାଜା- ଇଜିଷ୍ଟ ବର୍ଡର କ୍ରସିଂ ପୋଷ୍ଟ

author img

By ETV Bharat Odisha Team

Published : Oct 21, 2023, 8:47 PM IST

ହାଇଦ୍ରାବାଦ: ପ୍ରାୟ ଦୁଇ ସପ୍ତାହବ୍ୟାପୀ ଇସ୍ରାଏଲର ସାମରିକ ଅଭିଯାନ ମଧ୍ୟରେ ଆଜି ପ୍ରଥମ ଥର ପାଇଁ ଗାଜାପଟିରେ ମାନବୀୟ ସହାୟତା ପହଞ୍ଚିଛି ଗାଜା-ଇଜିପ୍ଟ ସୀମାରେ ଥିବା ରଫା ବର୍ଡର କ୍ରସିଂ ପୋଷ୍ଟକୁ ଆଜି ଇଜିଷ୍ଟ ପକ୍ଷରୁ ଖୋଲାଯାଇଛି । ଇସ୍ରାଏଲ ଗାଜାକୁ ସମଗ୍ର ଅବରୋଧ ଘୋଷଣା କରିବା ପରେ ଇଜିଷ୍ଟ ମଧ୍ୟ ଏହି ସୀମାକୁ ସିଲ କରିଥିଲା । ତେବେ ଆଜି ଇଜିଷ୍ଟ ପୋଷ୍ଟ ଖୋଲିବା ପରେ ଏକାଧିକ ଟ୍ରକରେ ଗାଜାରେ ଜରୁରୀ ସହାୟତା ସାମଗ୍ରୀ ପହଞ୍ଚିଛି ।

ବିଭିନ୍ନ ଦେଶ ସମେତ ଜାତିସଂଘ ଗାଜାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ । ବିଶ୍ବର ଅନ୍ୟତମ ଲୋକସଂଖ୍ୟାବହୁଳ କ୍ଷୁଦ୍ର ଅଞ୍ଚଳ ଗାଜାପଟିରେ ପ୍ରାୟ 2.3 ନିୟୁତ ପାଲେଷ୍ଟାଇନୀୟ ନାଗରିକ ରହୁଛନ୍ତି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ସେମାନେ ଏବେ ଉତ୍ତର-ଗାଜାରୁ ପଳାୟନ କରି ଦକ୍ଷିଣ-ଗାଜାରେ ଶରଣାର୍ଥୀ ଭାବେ ରହୁଛନ୍ତି । ସେମାନଙ୍କୁ ଏବେ ଶରଣାର୍ଥୀ ଓ ରିଲିଫ କ୍ୟାମ୍ପରେ ରଖାଯାଇଛି । ଏବେ ସେଠାରେ ଖାଦ୍ୟ, ପିଇବା ପାଣି, ବିଜୁଳି, ଇନ୍ଧନ ଓ ମେଡିକାଲ ସାମଗ୍ରୀର ଘୋର ସଙ୍କଟ ଦେଖାଯାଇଛି । ତେବେ ଇସ୍ରାଏଲର ଉତ୍ତର ଗାଜାରେ ସ୍ଥଳ ଅପରେସନ ପରେ ଦକ୍ଷିଣ ଗାଜାରେ ସଙ୍କଟ ଆହୁରି ବଢିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ଦେଶ ଉଦବେଗ ପ୍ରକାଶ କରିବା ପରେ ଆଜି ପ୍ରଥମ ଥର ପାଇଁ ଇଜିଷ୍ଟ ଏହି ପୋଷ୍ଟ ଖୋଲି ମାନବୀୟ ସହୟତା ସାମଗ୍ରୀର ଯୋଗାଣ ଶୃଙ୍ଖଳାକୁ ନିଶ୍ଚିତ କରିଛି ।

ଚଳିତ ମାସ 7 ତାରିଖରେ ପ୍ରଥମେ ଗାଜାରେ ସକ୍ରିୟ ଥିବା ‘ହମାସ’ ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ରକେଟ ମାଡ କରିଥିଲେ । ମାତ୍ର 30 ମିନିଟରୁ କମ ସମୟ ମଧ୍ୟରେ ପ୍ରାୟ 5 ହଜାର ରକେଟ ମାଡ କରିଥିଲା ‘ହମାସ’ । ଆକ୍ରମଣ ଏତେ ଅପ୍ରତ୍ୟାଶିତ ଥିଲା ଯେ, ଇସ୍ରାଏଲର ଗୁଇନ୍ଦା ସଂସ୍ଥା ବିଫଳ ହେବା ସହ ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ-ଡୋମ’ ମଧ୍ୟ ଏହାକୁ ରୋକି ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ :- ଗାଜା ସଙ୍କଟ ନେଇ ଜାତିସଂଘର ଉଦବେଗ: ମୃତ୍ୟୁସଂଖ୍ୟା ଅଢେଇ ହଜାର ପାର ଆଶଙ୍କା, ମୃତଦେହ ପାଇଁ ମିଳୁନି ବ୍ୟାଗ

ଏହି ଆକ୍ରମଣରେ ମୋଟ 1,400 ଇସ୍ରାଏଲୀ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା । ଶିଶୁ ଓ ମହିଳାଙ୍କ ସମେତ ପ୍ରାୟ 150ରୁ ଅଧିକ ସାଧାରଣ ଇସ୍ରାଏଲୀ ନାଗରିକଙ୍କୁ ‘ହମାସ’ ଆତଙ୍କୀ ସଂଗଠନ ଅପହରଣ କରି ନେଇଯାଇଥିଲା । ଏହା ପରେ ଇସ୍ରାଏଲ ସିଧା ଗାଜାରେ ଏକ ସ୍ବତନ୍ତ୍ର ସାମରିକ ଅପରେସନ ‘ଆଇରନ ସୋର୍ଡ’ ଘୋଷଣା କରିଥିଲା । ସମଗ୍ର ଗାଜାକୁ ଅବରୋଧ କରି ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ଇସ୍ରାଏଲ ବାୟୁସେନା । ଏବେ ହମାସର ଗଡ କୁହାଯାଉଥିବା ଉତ୍ତର ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ମଧ୍ୟ ଜାରି ରହିଛି । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗାଜାରେ ମାନବୀୟ ସଙ୍କଟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.