ETV Bharat / international

ଭୂକମ୍ପରେ ଥରିଲା କିର୍ଗିଜିସ୍ଥାନ

author img

By

Published : Jan 30, 2023, 8:46 AM IST

କିର୍ଗିଜିସ୍ଥାନର ରାଜଧାନୀ ବିସକେକରେ ଭୂକମ୍ପ। କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ଅଧିକ ପଢନ୍ତୁ

earthquake strikes Kyrgyzstans Bishkek
earthquake strikes Kyrgyzstans Bishkek

ବିସକେକ୍: ଭୂକମ୍ପରେ ଥରିଲା କିର୍ଗିଜିସ୍ଥାନ । ରାଜଧାନୀ ବିସକେକରେ 5.8 ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା । ଆଜି ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏନସିଏସ ଟ୍ବିଟ କରି କହିଛି ଯେ, ଆଜି ସକାଳ ସମୟ ପ୍ରାୟ 5ଟା 20 ମିନିଟ ସମୟରେ ବିସକେକରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା 5.8 ରହିଥିଲା । ଏହାର ଅକ୍ଷାଂଶ 39.84 ହୋଇଥିବା ବେଳେ ଦ୍ରାଘିମା 82.28 ରହିଛି । ଏହାର ଗଭୀରତା 10 କିଲୋମିଟର ପର୍ଯ୍ୟନ୍ତ ରହିଥିବା ବେଳେ ବିସକେକଠାରୁ 726 କିଲୋମିଟର ଦୂରରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା ।'' ଭୂକମ୍ପରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ। କେହି ମୃତାହତ ହୋଇଛନ୍ତି ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ସେହିପରି ଚୀନରେ ମଧ୍ୟ ଭୂକମ୍ପ ହୋଇଥିବା ଜଣାପଡିଛି । ଚୀନର ଆରଲରେ 5.8 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ରବିବାର ପାକିସ୍ତାନର ଇସଲାମବାଦରେ ଭୂକମ୍ପ ହୋଇଥିଲା। ଯାହାର ତୀବ୍ରତା 4.1 ରହିଥିଲା । ଏହାର ଅକ୍ଷାଂଶ 33.73 ରହିଥିବା ବେଳେ ଦ୍ରାଘିମା 72.65 ରହିଥିଲା। ଗଭୀରତା 10 କିଲୋମିଟର ହୋଇଥିବା ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

ଗତ ଶନିବାର ରାତିରେ ଇରାନରେ ଭୟଙ୍କର ଭୂକମ୍ପ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଇରାନର ଖୋଇ ସହରରେ 5.9 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିବା । ଭୂକମ୍ପରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 440 ଜଣ ଆହତ ହୋଇଥିବା ଖବର ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ହୋଇପାରୋ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ରିପୋର୍ଟ ହସ୍ତଗତ ହୋଇ ନାହିଁ।

ଖୋଇଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗର 14 କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା 10 କିମି ରେକର୍ଡ କରାଯାଇଛି । ଏହାର ପ୍ରଭାବ ଆଖପାଖ ସହର ଉପରେ ମଧ୍ୟ ପଡିଥିଲା । ଇରାନର ଆଜିରବାଇଜାନ ଉପରେ ଅଧିକ ପ୍ରଭାବ ରହିଥିଲା । ପୂର୍ବ ଆଜିରବାଇଜାନ ଏବଂ ତାବରିଜରେ ଅଧିକ କ୍ଷୟକ୍ଷତି ଘଟାଇଛି ଏହି ଭୂକମ୍ପ । ଭୂକମ୍ପ ପରଠୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାରଣରୁ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.