ETV Bharat / international

ଆମେରିକାରେ 7.4 ତୀବ୍ରତାର ଭୂକମ୍ପ, ସୁନାମି ଓ୍ବାର୍ଣ୍ଣିଂ ଜାରି

ଆମେରିକାର ଆଲାସ୍କା ଉପକୂଳରେ 7.4 ତୀବ୍ରତାର ଭୂକମ୍ପ । କ୍ଷୟକ୍ଷତିର ସୂଚନା ନାହିଁ । ପଶ୍ଚିମ ଉପକୂଳରେ ଜାରି ହେଲା ସୁନାମି ସତର୍କତା । ଅଧିକ ପଢନ୍ତୁ

author img

By

Published : Jul 16, 2023, 3:37 PM IST

ଆମେରିକାରେ 7.4 ତୀବ୍ରତାର ଭୂକମ୍ପ, ସୁନାମି ଓ୍ବାର୍ଣ୍ଣିଂ ଜାରି
ଆମେରିକାରେ 7.4 ତୀବ୍ରତାର ଭୂକମ୍ପ, ସୁନାମି ଓ୍ବାର୍ଣ୍ଣିଂ ଜାରି

ଓ୍ବାଶିଂଟନ: ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.4 ମ୍ୟାଗ୍ନିଚ୍ଯୁଡ ହୋଇଥିବା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନଥିଲେ ସୁଦ୍ଧା ସୁନାମି ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ଆଲାସ୍କା ଉପକୂଳ ଓ ଆମେରିକାରେ ଅନ୍ୟ କିଛି ପଶ୍ଚିମ-ତଟୀୟ ରାଜ୍ୟରେ ସୁନାମି ସତର୍କତା ଜାରି କରାଯାଇଥିବା ସୂଚନା ମିଳିଛି ।

ଯୁକ୍ତରାଷ୍ଟ୍ର ଆମେରିକା ଭୌଗଳିକ ଅନୁଧ୍ୟାନ ବିଭାଗ (USGS) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଭୂକମ୍ପର ମାତ୍ରା 7.4 ମ୍ୟାଗ୍ନିଚ୍ଯୁଡ ଥିଲା । ସର୍ବାଧିକ ମାତ୍ରାର କମ୍ପନ ଆଲାସ୍କା ଅଞ୍ଚଳରେ ହିଁ ଅନୁଭୂତ ହୋଇଥିବା ବେଳେ ସମଗ୍ର ଆଲାସ୍କାନ୍ ଉପଦ୍ୱୀପ, ଆଲେଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନଲେଟ୍ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ 9.3 କି.ମି (5.78 ମାଇଲ) ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇନି । ଏହାର ପ୍ରଭାବରେ ସମୁଦ୍ରରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ଆଲାସ୍କା ଉପକୂଳ ସହ ପଶ୍ଚିମ ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ନେଇ ସତର୍କ ରହିବା ପାଇଁ କୁହାଯାଇଛି ।

1964 ମସିହାରେ ଆମେରିକାର ଏହି ଉତ୍ତର ଅଞ୍ଚଳ ଆଲାସ୍କାରେ ଭୟଙ୍କର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଯାହାରା ତୀବ୍ରତା ଥିଲା 9.2 ମ୍ୟାଗ୍ନିଚ୍ୟୁଡ । ଉତ୍ତର ଆମେରିକାର ଇତିହାସରେ ଏହା ଥିଲା ସର୍ବାଧିକ ଭୟଙ୍କର ଭୂକମ୍ପ । ଏହାର ପ୍ରଭାବରେ ଏକ ଶକ୍ତିଶାଳୀ ସୁନାମି ମଧ୍ୟ ଆଲାସ୍କା ଗଲ୍ଫ , ଆମେରିକାର ପଶ୍ଚିମ-ଉପକୂଳ ଏବଂ ହାୱାଇ ଉପକୂଳରେ ମାଡ଼ ହୋଇଥିଲା । 250ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହେବା ସହ ଅନେକ ଲୋକେ ଆହତ ହୋଇଥିଲେ । ବହୁ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଥିଲା । ପଶ୍ଚିମ-ଆମେରିକା ଉପକୂଳରେ ଭୂକମ୍ପ ପରେ ସୁନାମି ଭୟ ରହୁଥିବାରୁ ଚଳିତଥର ମଧ୍ୟ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ-ସିରିଆ, ତୀବ୍ରତା 7.5 ମ୍ୟାଗ୍ନିଚ୍ୟୁଡ

ଚଳିତ ବର୍ଷ ଫେବୃଆରୀ 6 ତାରିଖରେ 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଛାରଖାର ହୋଇଯାଇଥିଲା ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ । ଅପେକ୍ଷାକୃତ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଥିଲା । ତୁର୍କୀର ମୋଟ 10ଟି ପ୍ରଦେଶରେ ପ୍ରାୟ 40 ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପ୍ରଥମ ଭୂକମ୍ପ ପରେ ଲାଗାତାର ଏକାଧିକ ଭୂକମ୍ପର ଝଟକାରେ ଥରିଥିଲା ତୁର୍କୀ ଓ ସିରିଆ । ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ତୁର୍କୀରେ ଜାତିସଂଘ ସମେତ ବିଭିନ୍ନ ଦେଶ ଉଦ୍ଧାର ଅପରେସନରେ ସାମିଲ ହୋଇଥିଲେ ।

ଭୂକମ୍ପ ସୂଚନା ମିଳିବା ମାତ୍ରେ ଭାରତ ପ୍ରଥମ ଦେଶ ଭାବେ ଉଦ୍ଧାରକାରୀ ଟିମ ତୁର୍କୀକୁ ପଠାଇଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଓ ଭାରତୀୟ ବାୟୁସେନା ‘ଅପରେସନ ଦୋସ୍ତ’ ଆରମ୍ଭ କରି ତୁର୍କୀରେ ପ୍ରାୟ ମାସେବ୍ୟାପି ଉଦ୍ଧାର ଅପରେସନରେ ସାମିଲ ହୋଇଥିଲେ । ଚଳିତବର୍ଷ ତୁର୍କୀରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପ ଦଶନ୍ଧିର ବିଶ୍ବର ସବୁଠୁ ବଡ଼ ଭୂକମ୍ପ ବୋଲି କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.