ETV Bharat / international

Earthquake In Vanuatu: ୬.୩ ତୀବ୍ରତାରେ ଥରିଲା ଭାନୁଆତୁ ଦ୍ବୀପ - ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ

ଭାନୁଆତୁ ଦ୍ବୀପର ପୋର୍ଟଭିଲାରେ ଶକ୍ତିଶାଳୀ ଭୂକମ୍ପ । ତୀବ୍ରତା ୬.୩ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ।

Earthquake In Vanuatu
Earthquake In Vanuatu
author img

By

Published : Mar 3, 2023, 7:46 AM IST

ପୋର୍ଟଭିଲା: ବଡ ଧରଣର ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଆକଳନ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ଗୁରୁବାର) ରାତିରେ ଏହି ଭୂକମ୍ପ ହୋଇଥିବା ସୂଚନା ।

ସୂଚନାଅନୁସାରେ, ଗୁରୁବାର ରାତି ୧୧ଟା ୩୪ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ଭାନୁଆତୁ ଦ୍ବୀପ ପୋର୍ଟଭିଲାର ଉତ୍ତର ଉତ୍ତର ପଶ୍ଚିମର ୩୩୧ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୨୭ କିମି ରେକର୍ଡ କରାଯାଇଛି । ଏହାସହ ଭୂକମ୍ପର ଅକ୍ଷାଂଶ ୧୫.୧୯ ଏବଂ ଦ୍ରାଘିମା ୧୬୬.୭୦ ରହିଥିଲା । ତେବେ ଶକ୍ତିଶାଳୀ ଭୂକମ୍ପ ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: Italian PM Meloni india visit: ସ୍ବାଗତ କଲେ ମୋଦି, ଘୋଷଣା କଲେ ଇଣ୍ଡୋ-ଇଟାଲୀ ଷ୍ଟାର୍ଟଅପ୍ ବ୍ରିଜ

ଭାନୁଆତରେ ପ୍ରାୟ 280,000 ଲୋକ ବସବାସ କରୁଥିବା ବେଳେ ଏଠାରେ ଅନେକ ସମୟରେ ଭୂକମ୍ପ ଏବଂ ବାତ୍ୟା ହୋଇଥାଏ । ଏହି ପୂରା ଅଞ୍ଚଳ ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟାରରେ ରହିଛି ।

ଗତ ଜାନୁଆରୀ ୯ରେ ହୋଇଥିଲା ବଡ ଧରଣର ଭୂକମ୍ପ: ଭାନୁଆତୁ ଦ୍ବୀପର ଆଖପାଖ ଅଞ୍ଚଳରେ ଭୂକମ୍ପରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଏନେଇ ଭୂତତ୍ତ୍ବ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା । ଭୂକମ୍ପର ତୀବ୍ରତା ଅଧିକ ରହିଥିବା ଯୋଗୁଁ ଦ୍ବୀପର ଆଖପାଖ ଅଞ୍ଚଳରେ ସୁନାମୀ ଆଲର୍ଟ କରାଯାଇଥିଲା । ଓଲରୀ ଠାରୁ ୨୩ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ଗଭୀରତା ୨୭ କିଲୋମିଟର ରେକର୍ଡ କରାଯାଇଥିଲା ।

୨୦୨୨ ମସିହା ଜୁଲାଇ ୧୨: ଏହି ତାରିଖ ମଧ୍ୟରାତ୍ରୀରେ ମଧ୍ୟ ଏକ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ଭାନୁଆତୁ ଦ୍ବୀପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଆକଳନ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ ୧୮.୨୬ ଏବଂ ଦ୍ରାଘିମା ୧୬୯.୨୪ ରେକର୍ଡ କରାଯାଇଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନଥିଲା ।

ଏହା ମଧ୍ଯ ପଢନ୍ତୁ: GEORGE SOROS: ମୋଦିଙ୍କୁ ଟାର୍ଗେଟ୍ କଲେ ଆମେରିକୀୟ ଶିଳ୍ପପତି, କେନ୍ଦ୍ରମନ୍ତ୍ରୀ କହିଲେ ଭାରତକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.