ମାନିଲା: ଫିଲିଫାଇନ୍ସରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ରେକର୍ଡ କରାଯାଇଛି । ମାନେର ପୂର୍ବ-ଦକ୍ଷିଣ-ପୂର୍ବରୁ ୫୪ କିଲୋମିଟର ଦୂରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ୟୁଏସ ଜିଓଲୋଜିକାଲ ସର୍ଭେରୁ ଜଣାପଡିଛି ।
ଏହାର ଗଭୀରତା ୫୧.୩୩ କିଲୋମିଟର ହୋଇଥିବା ବେଳେ ଏହା ଉତ୍ତର ଅକ୍ଷାଂଶରେ ୬.୯୮୨୭ ଡିଗ୍ରୀ ଓ ପୂର୍ବ ଦ୍ରାଘିମା ୧୨୬.୯୪୫୩ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ମାର୍ଚ୍ଚ ୧୪ରେ ଫିଲିଫାଇନ୍ସ ମନିଲାର ଦକ୍ଷିଣ ପଶ୍ଚିମରେ ୬.୪ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
@ANI