ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଚୀନ, ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ

ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଝଟକା । ୟୁଏସ୍ ଜିଓଲୋଜିକାଲ ସର୍ଭେର ଆକଳନ ଅନୁସାରେ ତୀବ୍ରତା ୬.୮ ରୋକର୍ଡ । ଅଧିକ ପଢନ୍ତୁ

author img

By

Published : Feb 23, 2023, 7:52 AM IST

earthquake
earthquake

ବେଜି: ଚୀନରେ ଭୟଙ୍କର ଭୂକମ୍ପ । ସକାଳୁ ସକାଳୁ ଥରିଲା ମାଟି । ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ, ଭାରତୀୟ ସମୟ ସକାଳ ୫.୩୭ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମୁର୍ଗାଓବର ପଶ୍ଚିମରୁ ୬୭ କିଲୋମିଟର ଦୂରରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୦.୫ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ତେବେ ଶକ୍ତିଶାଳୀ ଭୂକମ୍ପ ହେତୁ କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପୁଣି କୋରୋନା ଭୟ ! ଆମେରିକାରେ ଗୋଟିଏ ସପ୍ତାହରେ ଏକ ଲକ୍ଷରୁ ଅଧିକ ଶିଶୁ ଆକ୍ରାନ୍ତ

ତେବେ ସୂଚନାଅନୁସାରେ, ଆଜି ସକାଳୁ ଆଫଗାନିସ୍ତାନରେ ଲଗାତାର ୩ ଥର ଭୂକମ୍ପ ହୋଇଛି । ଭାରତୀୟ ସମୟ ସକାଳ ୬.୦୭ ମିନିଟ, ୬.୨୫ ଏବଂ ୭ଟା ୫ ମିନିଟ ସମୟରେ ଥରିଛି ଆଫଗାନିସ୍ତାନ । ସକାଳ ୬ଟା ୭ ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫୟାଜାବାଦର ପୂର୍ବଉତ୍ତରପୂର୍ବ ଦିଗରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୧୩ କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୮.୦୧ ଏବଂ ଦ୍ରାଘିମା ୭୩.୩୩ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Turkey Earthquake: ଅପରେସନ୍ ଦୋସ୍ତରେ ବଞ୍ଚାଇଲେ ଜୀବନ, ୧୦ଦିନ ପରେ ଫେରିଲା NDRF ଟିମ୍

ଏହାପରେ ୬ଟା ୨୫ ମିନିଟ ସମୟରେ ପୁଣି ଦ୍ବିତୀୟ ଥର ପାଇଁ ଥରିଥିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ କରାଯାଇଥିଲା । ଫୟାଜାବାଦର ପୂର୍ବଉତ୍ତରପୂର୍ବ ଦିଗରେ ହିଁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୫୦ କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୮.୦୬ ଏବଂ ଦ୍ରାଘିମା ୭୩.୨୩ ରେକର୍ଡ କରାଯାଇଛି ।

ତୃତୀୟ ଥର ପାଇଁ ୭ଟା୫ ମିନିଟ ସମୟରେ ଥରିଥିଲା ଫୟାଜାବାଦ । ଫୟାଜାବାଦର ପୂର୍ବଉତ୍ତରପୂର୍ବ ଦିଗରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରେକ୍ରଡ କରାଯାଇଥିବା ବେଳେ ଅକ୍ଷାଂଶ ୩୭.୯୭ ଏବଂ ଦ୍ରାଘିମା ୭୩.୫୨ ରେକର୍ଡ କରାଯାଇଛି । ତେବେ ସକାଳୁ ତିନିଥର ଥରିଲା ଆଫଗାନିସ୍ତାନ । କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ପ୍ରକାଶଥାଉକି, ଏହା ପୂର୍ବରୁ ତୁର୍କୀ ଏବଂ ସିରିଆରେ ବଡ ଧରଣର ଭୂକମ୍ପ ହୋଇଥିଲା । ଫଳରେ ୪୬ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.