ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୧ ରେକର୍ଡ - ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ବୁଧବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ବେଳେ ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

earthquake
earthquake
author img

By

Published : Mar 2, 2023, 7:46 AM IST

କାବୁଲ: ଲଗାତାର ଭୂକମ୍ପରେ ଥରୁଛି ଆଫଗାନିସ୍ତାନ । ଲଗାତାର ଦୁଇଦିନ ଧରି ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହେଉଛି । ମଙ୍ଗଳବାର ଦିନ ଦୁଇଥର ଭୂକମ୍ପ ହୋଇଥିବା ବେଳ ବୁଧବାର ବିଳମ୍ବିତ ରାତିରେ ମଧ୍ୟ ଭୂକମ୍ପ ହୋଇଛି । ବିଳମ୍ବିତ ରାତିରେ ଥରିଛି ଆଫଗାନିସ୍ତାନର ଫୟାଜାବାଦ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୫ ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ ଭୂକମ୍ପ ହୋଇଥିଲା । ଫୟାଜାବାଦର ପୂର୍ବ ଉତ୍ତର ପୂର୍ବ ଦିଗର ୨୬୭ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ଗଭୀରତା ୨୪୫ କିମି ରେକର୍ଡ କରାଯାଇଛି । ଏହାସହ ଅକ୍ଷାଂଶ ୩୭.୭୩ ଏବଂ ଦ୍ରାଘିମା ୭୩.୪୭ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: DDUGKY-ORMAS ସହଯୋଗରେ ପ୍ରଶକ୍ଷଣ, ହାଇଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ

ପ୍ରକାଶଥାଉକି, ଗତ କିଛି ଦିନ ହେବ ଲଗାତାର ଆଫଗାନିସ୍ତାନରେ ଭୂକମ୍ପ ହେଉଛି । ଗୋଟିଏ ପଟୋ ତୁର୍କୀ ସିରିଆର ବିଭୀଷିକା ମନରୁ ଲିଭିନଥିବା ବେଳେ ଏବେ ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଡରେଇବାରେ ଲାଗିଛି । ମଙ୍ଗଳବାର ଦୁଇଥର ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ । ସକାଳ ୪.୦୫ ମିନିଟରେ ଏକ ଭୂକମ୍ପ ସଙ୍ଗଠିତ ହୋଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଭୂକମ୍ପ ହୋଇଥିଲା । ମଙ୍ଗଳବାର ସକାଳୁ ସକାଳୁ ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ । ଭୋର 4.05 ମିନିଟ ସମୟରେ ଭୂକମ୍ପ ସଂଗଠିତ ହୋଇଥିଲା । ଯାହାର ଗଭୀରତା 10 କିଲୋମିଟର ରହିଥିଲା ବେଳେ ଅକ୍ଷାଂଶ 36. 38 ଓ ଦ୍ରାଘିମା 70.94 ରେକର୍ଡ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ୨୪ ଘଣ୍ଟାରେ ଦୁଇଥର ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୦

ସେହିପରି ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଫୟାଜାବାଦର ଦକ୍ଷିଣ ପୂର୍ବ ଦିଗରୁ ୮୨ କିମି ଦୂରରେ ଭୂକମ୍ପ ସଙ୍ଗଠିତ ହୋଇଥିଲା । ଏହାର ତୀବ୍ରତା ୪.୦ ରହିଥିଲା ବେଳେ ଗଭୀରତା ୧୦ କିମି ରେକର୍ଡ କରାଯାଇଥିଲା । ଏହାସହ ଅକ୍ଷାଂଶ ୩୬.୫୩ ଏବଂ ଦ୍ରାଘିମା ୭୧.୧୫ ରେକର୍ଡ କରାଯାଇଥିଲା। ଗତବର୍ଷ ଜାନୁଆରୀ ମାସରେ ଭୂକମ୍ପରେ ଦୋହଲିଥିଲା ଆଫଗାନିସ୍ତାନ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ବେଳେ ଏଥିରେ ଅତିକମରେ 26 ଜଣ ପ୍ରାଣ ହରାଇଥିଲେ । ଅନେକ ଘରର ଛାତ ଭୁଶୁଡ଼ି ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.