ETV Bharat / international

ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.2 ରେକର୍ଡ - ଭୂକମ୍ପରେ ଥରିଲା ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ । ଅଧିକ ପଢ଼ନ୍ତୁ

Earthquake Hits in Afghanistan
Earthquake Hits in Afghanistant
author img

By

Published : Dec 14, 2022, 9:08 AM IST

କାବୁଲ: ଗତ କିଛିଦିନ ହେଲା ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା (Earthquake Hits in Afghanistan) । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପ୍ରାୟ ଭୋର ୧.୪୬ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୨୬୭ କିଲୋମିଟର ରେକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୬.୫୫ ହୋଇଥିବାବେଳେ ଦ୍ରାଘିମା ୭୧.୬୮ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: Lawyers Agitation: ଓକିଲ ଆନ୍ଦୋଳନ ସ୍ଥଗିତ, ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ପ୍ରକାଶ ଯୋଗ୍ୟ ଯେ, ଗତ ୧୨ ତାରିଖରେ ମଧ୍ୟ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫାୟାଜାବାଦର ଦକ୍ଷିଣ ପୂର୍ବରୁ ୮୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୭୦ କିଲୋମିଟର ରେକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୬.୫୯ ହୋଇଥିବାବେଳେ ଦ୍ରାଘିମା ୭୧.୧୯ ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.