ETV Bharat / international

Earthquake: ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା

ଭୂକମ୍ପରେ ଥରିଲା ତାଜିକିସ୍ତାନ ଓ ଆଫଗାନିସ୍ତାନ । କ୍ଷୟକ୍ଷତି ନେଇ ସୂଚନା ହସ୍ତଗସ୍ତ ହୋଇ ନାହିଁ। ଅଧିକ ପଢନ୍ତୁ

author img

By

Published : Feb 28, 2023, 9:10 AM IST

earthquake hits in Afghanistan
earthquake hits in Afghanistan

ଦୁସାମ୍ବେ: ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା । ତାଜିକିସ୍ତାନରେ 4.3 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଆଫଗାନିସ୍ତାନରେ 4.1 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ତାଜିକସ୍ତାନରେ ଭାରତୀୟ ସମୟ ସକାଳ 5.31 ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା 10.0 ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 38. 20 ଓ ଦ୍ରାଘିମା 73.85 ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ସେହିପରି ଆଫଗାନିସ୍ତାନରେ ଆଜି ସକାଳ 4.05 ମିନିଟ ସମୟରେ ଭୂକମ୍ପ ସଂଗଠିତ ହୋଇଥିଲା । ଯାହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 36. 38 ଓ ଦ୍ରାଘିମା 70.94 ରହିଛି । ଏଥିରେ ମଧ୍ୟ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ଫେବୃଆରୀ 23 ତାରିଖରେ ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରେକର୍ଡ କରାଯାଇଥିଲା । ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ପରେ ବଡ ଧରଣର କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ସେହିପରି ସେହିଦିନ ସକାଳ ସମୟରେ ଆଫଗାନିସ୍ତାନରେ ଲଗାତାର ତିନି ଥର ଭୂକମ୍ପ ହୋଇଥିଲା । ପ୍ରଥମେ ସକାଳ 6ଟା 7 ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ 6.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫୟାଜାବାଦର ପୂର୍ବ ଉତ୍ତର ପୂର୍ବ ଦିଗରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା ।

ଗତ ଦୁଇ ଦିନ ତଳେ ପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଥିଲା । ପାପୁଆ ନିଉ ଗିନିର ନ୍ୟୁ ବ୍ରିଟେନ ରିଜନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରେକର୍ଡ କରାଯାଇଥିଲା । ଏହାସହ ଗଭୀରତା 65 କିମି ରହିଥିଲା । ଗତ 11 ତାରିଖରେ ପୂର୍ବାଞ୍ଚଳ ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂକମ୍ପ ସଂଗଠିତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା 7.6 ରେକର୍ଡ କରାଯାଇଥିଲା । ଏହାପରେ ବିଲ୍ଡିଂଗୁଡିକ ସହ ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା । ଉପକୂଳବର୍ତ୍ତୀ ମଦଙ୍ଗର ସହରରେ କିଛି ଘରଦ୍ବାର ଭାଙ୍ଗି ଯାଇଥିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.