ETV Bharat / international

Earthquake: କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା, ତୀବ୍ରତା ୫.୫ ରେକର୍ଡ

କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ । ଅଧିକ ପଢନ୍ତୁ

author img

By

Published : May 12, 2023, 9:56 AM IST

Updated : May 12, 2023, 10:42 AM IST

Earthquake
Earthquake

ଓ୍ବାଶିଂଟନ: ଆମେରିକାର କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରିଲା ଉତ୍ତର କାର୍ଲିଫର୍ଣ୍ଣିଆ । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଏନେଇ ଆମେରିକାର ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ ଲୋକ ଭୟଭୀତ ହୋଇପଡିଥିବା ବେଳେ କ୍ଷୟକ୍ଷତି କିମ୍ବା ସୁନାମୀ ନେଇ କୌଣସି ଆକଳନ କରାଯାଇନାହିଁ ।

ଆମେରିକାର ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଭୋର ସମୟରେ ଏହି ଭୂକମ୍ପ ହୋଇଥିଲା । ଉତ୍ତର ଆମେରିକାର ୪ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ୫.୫ ତୀବ୍ରତାର ଭୂକମ୍ପର ପ୍ରଭାବ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପଡିଥିବା ଜଣାପଡିଛି । ଭୂକମ୍ପ ଝଟକାରେ ଘରଦ୍ବାର ଦୋହଲିକା କାରଣରୁ ଲୋକ ବାହାରକୁ ଚାଲି ଆସିଥିଲେ । ଘର ରାସ୍ତାଘାଟ ଦୋହଲିବା କାରଣରୁ ଲୋକେ ଭୟଭୀତ ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧.୫ କିଲୋମିଟର ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି କିମ୍ବା ସୁନାମୀ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ଯୁଦ୍ଧ ଖବର ସଂଗ୍ରହ ପାଇଁ ଯାଇଥିଲେ, ରକେଟ ମାଡରେ ଆଖି ବୁଜିଲେ ସାମ୍ବାଦିକ

ଏହା ମଧ୍ୟ ପଢନ୍ତୁ: King Charles Coronation: ଭାରତ ଚାପ ଆଗରେ ନଇଁଲା କି ବ୍ରିଟେନ ? କୋହିନୂର ହୀରା ପିନ୍ଧିଲେନି ମହାରାଣୀ

ପ୍ରକାଶଥାଉକି, ଗତକାଲି(ଗୁରୁବାର) ଟୋଙ୍ଗାରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଟୋଙ୍ଗାର ହିହିଫୋରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୬ ରେକର୍ଡ କରାଯାଇଥିଲା । ଏନେଇ ଆମେରିକୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ ସୁନାମୀ ଆଲର୍ଟ ଜାରି କରାଯାଇ ନଥିଲା । ଭାରତୀୟ ସମୟ ଭୋର ୪ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଥିଲା । ହିହିଫୋର ଉତ୍ତରପଶ୍ଚିମରୁ ୯୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୂକମ୍ପର ଗଭୀରତା ୨୧୦ କିଲୋମିଟର ରେକର୍ଡ କରାଯାଇଥିଲା । ତେବେ ଭୂକମ୍ପ ଯୋଗୁଁ ସୁନାମୀ ଭୟ ନଥିବା ଆମେରିକୀୟ ସୁନାମୀ ଓ୍ବାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଥିଲା । ଭୂକମ୍ପରେ ଫଳରେ ଲୋକେ ଭୟଭୀତ ହୋଇପଡିଥିଲା ବେଳେ ରାସ୍ତାଘାଟ ମଧ୍ୟ ଦୋହଲି ଉଠିଥିଲା । ଏୟାରପୋର୍ଟରେ ଥିବା ସମୟରେ ହଠାତ୍‌ କିଛି ସମୟ ପାଇଁ ସବୁ ଥରି ଉଠିଥିଲା । ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ ବୋଲି କିଛି ସ୍ଥାନୀୟ ଲୋକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2023, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.