ETV Bharat / international

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ - ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦ୍ଧନେ । ଅଧିକ ପଢନ୍ତୁ

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ

author img

By

Published : Jul 22, 2022, 11:22 AM IST

Updated : Jul 22, 2022, 11:29 AM IST

କଲମ୍ବୋ: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦ୍ଧନେ(Dinesh Gunawardena appointed as new Prime Minister) । ଗୁରୁବାର ରାନିଲ ବିକ୍ରମସିଙ୍ଘେ ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି(ଶୁକ୍ରବାର) ଗୁଣବର୍ଦ୍ଧନେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରାଯାଇଛି । ଆଜି କଲମ୍ବୋ ଫ୍ଲାୱର ରୋଡ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭୩ ବର୍ଷୀୟ ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏନେଇ ଏକ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।

  • Dinesh Gunawardena appointed as the Prime Minister of Sri Lanka.

    He took oath as the new Prime Minister at the Prime Minister’s Office on Flower Road, Colombo today.

    (Photo source: NewsWire) pic.twitter.com/V6LnrpBQgj

    — ANI (@ANI) July 22, 2022 " class="align-text-top noRightClick twitterSection" data=" ">

ଦିନେଶ ଗୁଣବର୍ଦ୍ଧନେ ପୂର୍ବରୁ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏହା ସହିତ ଗତ ଏପ୍ରିଲରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଗୋଟାବାୟା ଦେଶ ଛାଡି ପଳାୟନ କରିବା ସହ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମସିଙ୍ଘ ବହୁମତ ହାସଲ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । କହିରଖୁଛୁ କି, ପୂର୍ବରୁ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଯୋଗୁଁ ଗୋଟାବାୟା ବିକ୍ରମସିଙ୍ଘେକୁ ପ୍ରଧାନମନ୍ତ୍ରୀ କରିଥିଲେ । କିନ୍ତୁ ସେ ଗୁରୁବାର ରାଷ୍ଟ୍ରପତି ଭାବେ ଶପଥ ପାଠ କରିବା ପରେ ପ୍ରଧାନମନ୍ତ୍ରୀ ଆସନ ଖାଲି ପଡିଥିଲା । ଏବେ ଦିନେଶ ଗୁଣବର୍ଦ୍ଧନେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ।

Last Updated : Jul 22, 2022, 11:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.