ETV Bharat / international

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ - ସୁନକଙ୍କୁ ଭେଟିଲେ ରାଜନାଥ

Rajnath Singh meets UK PM: ବ୍ରିଟେନ ଗସ୍ତ କରି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅଧିକ ପଢନ୍ତୁ

ପ୍ରତିରକ୍ଷ ମନ୍ତ୍ରୀ ରାଜନାଥ ସିଂ
Rajnath Singh meets UK PM
author img

By ETV Bharat Odisha Team

Published : Jan 11, 2024, 10:19 AM IST

ଲଣ୍ଡନ: ବ୍ରିଟେନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଗସ୍ତ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି ରାଜନାଥ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହା ରାଜନାଥଙ୍କ ପ୍ରଥମ ବ୍ରିଟେନ ଗସ୍ତ । ଗତ 20 ବର୍ଷ ମଧ୍ୟରେ ଭାରତର କୌଣସି ବି ପ୍ରତିରକ୍ଷା ମନ୍ତ୍ରୀ ବ୍ରିଟେନ ଗସ୍ତ କରିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଲଣ୍ଡନର ଟ୍ରିନିଟି ହାଉସରେ ରାଜନାଥ ସିଂ ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଗ୍ରାଣ୍ଟ ଶାପ୍ସ ଭାରତ-ବ୍ରିଟେନ ପ୍ରତିରକ୍ଷା ଶିଳ୍ପ ସିଇଓଙ୍କ ସହ ଏକ ବୈଠକରେ ସାମିଲ ହୋଇଥିଲେ ।

ଟ୍ବିଟ୍ କରି ରାଜନାଥ ସିଂ କହିଛନ୍ତି ଯେ, ଲଣ୍ଡନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ମୋର ସାକ୍ଷାତ ହୋଇଥିଲା । ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ମୁଁ ସୁଯୋଗ ପାଇଲି । ପ୍ରତିରକ୍ଷା, ଅର୍ଥନୈତିକ ସହଯୋଗ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କିପରି ଦୁଇ ଦେଶ ଦୃଢତାର ସହ କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରିଥିଲୁ ।

ଆଉ ଏକ ଟ୍ବିଟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଲଣ୍ଡନରେ ବ୍ରିଟେନ-ଇଣ୍ଡିଆ ଡିଫେନ୍ସ ସିଇଓ ବୈଠକରେ ସିଇଓମାନଙ୍କ ସହିତ ଏକ ଚମତ୍କାରପୂର୍ଣ୍ଣ ସାକ୍ଷାତ ହୋଇଛି । ଭାରତ କୋ-କ୍ରିଏଟ ଏବଂ କୋ-ଇନୋଭେଟ ପାଇଁ ବ୍ରିଟେନ ସହିତ ଏକ ଦୃଢ ସହଭାଗିତା ଲାଗି ଯୋଜନା କରିଛି । ଉଭୟ ଦେଶର ଶକ୍ତି ମିଶିଲେ ଆମେ ଏକ ବଡ ଓ ଭଲ କାର୍ଯ୍ୟ କରିପାରିବା ।

ଏହା ମଧ୍ୟ ପଢନ୍ତୁ-Muslims in India Remark: ରାଜନାଥଙ୍କ ଜବାବ, 'ଓବାମା ଭୁଲିବା ଉଚିତ ନୁହେଁ ଯେ...'

ଲିଟୋରାଲ୍ ରେସପନ୍ସ ଗ୍ରୁପକୁ ଚଳିତ ବର୍ଷ ଶେଷରେ ଭାରତ ମହାସାଗରକୁ ପଠାଇବାକୁ ବ୍ରିଟେନ ଯୋଜନା କରିଥିବା ଘୋଷଣା କରିଛି । ଯେଉଁଥିରେ 2025 ମସିହାରେ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ଭାରତୀୟ ଜଳ ପରିଦର୍ଶନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭାରତୀୟ ନୌସେନା ବାହିନୀ ସହ ଉଭୟ କାର୍ଯ୍ୟ କରିବେ ଏବଂ ତାଲିମ ଦେବେ । ବ୍ରିଟେନର ପ୍ରତିରକ୍ଷା ସଚିବ ଏହି ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ମଧ୍ୟ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତରେ ସହଯୋଗ ନେଇ ବ୍ରିଟେନ ପ୍ରତିରକ୍ଷା ସଚିବଙ୍କ ସହ ରାଜନାଥ ସିଂ ଆଲୋଚନା କରିଥିଲେ । 2021ରେ ଘୋଷଣା ହୋଇଥିବା 2030 ଭାରତ-ୟୁକେ ରୋଡମ୍ୟାପରେ ଧାର୍ଯ୍ୟ ହୋଇଥିବା ବ୍ୟାପକ ରଣନୀତି କାର୍ଯ୍ୟକାରିତା ଭାଗିଦାରୀ ଉପରେ ପଦକ୍ଷେପ ଗୁଡିକ ଗ୍ରହଣ କରାଯାଇଛି । ଆଗାମୀ ବର୍ଷରେ ବ୍ରିଟେନ ଓ ଭାରତ ନୌସେନା ମଧ୍ୟରେ ସମରାଭ୍ୟାସ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.