ETV Bharat / international

Israel-Palestine war: ଗାଜାରେ ଜୀବନ ସହ ଲଢୁଛନ୍ତି ଶିଶୁ ଓ ଗର୍ଭବତୀ, ଲେବନନ ଆତଙ୍କୀ ସଂଗଠନକୁ ନେତାନ୍ୟାହୁଙ୍କ ଚେତାବନୀ

author img

By ETV Bharat Odisha Team

Published : Oct 22, 2023, 8:35 PM IST

ଗଡୁଛି ସମୟ, ବଢୁଛି ଗାଜାବାସୀଙ୍କ ଦୁର୍ଦ୍ଦଶା । ଅପରେସନ ଜାରି ରଖିବା ନେଇ ଇସ୍ରାଏଲର ଘୋଷଣା । ଗାଜାରେ ସର୍ବାଧିକ ସଙ୍କଟରେ ଶିଶୁ ଓ ଗର୍ଭବତୀ । ଇଜିପ୍ଟ ମାଧ୍ୟମରେ ଭାରତ ପଠାଇଲା ଜରୁରୀ ସାମଗ୍ରୀ । ଅଧିକ ପଢନ୍ତୁ

Day 16 of Israel-Palestine war: ଗାଜାରେ ବଢୁଛି ଶିଶୁ ଓ ଗର୍ଭବତୀଙ୍କ ସମସ୍ୟା, ଆତଙ୍କୀ ସଂଗଠନ ହିଜବୁଲଙ୍କୁ ନେତାନ୍ୟାହୁଙ୍କ ଚେତାବନୀ

ହାଇଦ୍ରାବାଦ: ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅଭିଯାନ ଆଜି 16ତମ ଦିନରେ ପହଞ୍ଚିଛି । ସମୟ ଯେତିକି ବଢୁଛି, ଗାଜାରେ ପାଲେଷ୍ଟାନୀୟଙ୍କ ଦୁର୍ଦ୍ଦଶା ମଧ୍ୟ ସେତିକି ବଢିବାରେ ଲାଗିଛି । ଏବେ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାୟ ସାଢେ 4 ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ତଥାପି ଯୁଦ୍ଧ ବନ୍ଦ ଘୋଷଣା ପରିବର୍ତ୍ତେ ଟେଲ-ଆଭିଭ ଗାଜାରେ ପରବର୍ତ୍ତୀ ପର୍ଯ୍ୟାୟ ଆକ୍ରମଣର ଯୋଜନା କରୁଛି । ତେବେ ଗାଜାରେ ଏବେ ମାନବୀୟ ସଙ୍କଟ ଆହୁରି ଉତ୍କଟ ହେବାରେ ଲାଗିଛି । ଇନ୍ଧନ ଓ ଚିକିତ୍ସା ସାମଗ୍ରୀର ଘୋର ଅଭାବ ରହିଛି । ଏହି ବିପଦରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି, ଗର୍ଭବତୀ ଓ ଶିଶୁ ।

ଗତ 24 ଘଣ୍ଟା ମଧ୍ୟରେ ଇସ୍ରାଏଲ ବାୟୁସେନା ସିରିୟାର ଦୁଇ ବିମାନ ବନ୍ଦର ସହ ପାଲେଷ୍ଟାଇନର ଓ୍ବେଷ୍ଟବ୍ୟାଙ୍କରେ ଆକ୍ରମଣ କରିଛି । ଏହି ଅପରେସନରେ ଅତିକମରେ 50ରୁ ଅଧିକ ଜୀବନ ଯାଇଥିବା ସୂଚନା ମିଳିଛି । ଇସ୍ରାଏଲର ସାମରିକ ମୁଖପାତ୍ର କହିଛନ୍ତି, ଇସ୍ରାଏଲ ଏହି ଆକ୍ରମଣ ଜାରି ରଖିବ । ହାମାସ ପରିଚାଳିତ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ଗାଜାରେ ମୃତ୍ୟୁସଂଖ୍ୟା 4,385 ରେ ପହଞ୍ଚିଥିବା ବେଳେ 13,561 ଜଣ ଆହତ ହୋଇଛନ୍ତି ।

ଅନ୍ୟପଟେ ଏହି ସଂଘର୍ଷରେ ପାଲେଷ୍ଟାଇନର ପଡୋଶୀ ଦେଶ ଲେବନନର ଇସଲାମିକ ଆତଙ୍କୀ ସଂଗଠନ ‘ହିଜବୁଲ’ ମଧ୍ୟ ଇସ୍ରାଏଲ ସେନାକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସଂଗଠନକୁ ଏଥିରୁ କ୍ଷାନ୍ତ ରହିବାକୁ ଚେତାବନୀ ଦେଇଛନ୍ତି । ଯଦି ‘ହିଜବୁଲ’ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଇସ୍ରାଏଲ ଲେବନନ ସୀମାରେ ମଧ୍ୟ ଆକ୍ରମଣ କରିବାର ଆଶଙ୍କା ବଢିଛି ।

ଏହା ମଧ୍ୟ ପଢନ୍ତୁ:- ମାନବିକତା ଦେଖାଇଲା ଭାରତ, ପାଲେଷ୍ଟାଇନର ଯୁଦ୍ଧ ପ୍ରପୀଡିତଙ୍କ ନିକଟକୁ ପଠାଇଲା ରିଲିଫ୍‌ ସାମଗ୍ରୀ

ଗତକାଲି ଇଜିପ୍ଟ ଗାଜା ବର୍ଡର କ୍ରସିଂ ପୋଷ୍ଟ ଖୋଲିବା ପରେ ଗାଜାକୁ ମାନବୀୟ ସହାୟତା ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି । ମାତ୍ର ତାହା ବର୍ତ୍ତମାନର ସ୍ଥିତି ଅନୁସାରେ, ଯଥେଷ୍ଟ ନୁହେଁ ବୋଲି କୁହାଯାଉଛି । ଏହି ସହାୟତା ସାମଗ୍ରୀ ପ୍ରେରଣରେ ଭାରତ ମଧ୍ୟ ଆଗରେ ରହିଛି । ଆଜି ଭାରତୀୟ ବାୟୁସେନା ବିମାନ C-17 ଗ୍ଲୋବମାଷ୍ଟରରେ ଭାରତ ଗାଜାବାସୀଙ୍କ ଉଦ୍ଦେଶ୍ୟରେ ଇଜିଷ୍ଟକୁ ଜରୁରୀ ସାମଗ୍ରୀ ପଠାଇଛି । ଏହା ମଧ୍ୟରେ ଅତ୍ୟାବଶକ ଔଷଧ,32 ଟନର ଟେଣ୍ଟ୍‌, ସ୍ଲିପିଂ ବ୍ୟାଗ୍‌, ପାଣିକୁ ସୁଦ୍ଧ କରିବା ଟାବଲେଟ୍ସ ଭଳି ସାମଗ୍ରୀ ରହିଛି । ଆଜି (ରବିବାର) ପୂର୍ବାହ୍ନରେ ଭାରତୀୟ ବିମାନ ହିଣ୍ଡନ ଏୟାରବେସ୍‌ରୁ ଉଡ଼ାଣ ଭରି ଅପରାହ୍ନରେ ଇଜିପ୍ଟର ଅଲ-ଆରିସ୍ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି । ସେଠାକାର ଦୂତାବାସ ସହାୟତାରେ ଏହି ସାମଗ୍ରୀ ଇଜିଷ୍ଟକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.