ETV Bharat / international

ପାମ ଅଏଲ ରପ୍ତାନୀ ଉପରେ ରୋକ ଲଗାଇଲା ଇଣ୍ଡୋନେସିଆ, ଭାରତରେ ବଢିବ ତେଲ ଦର ! - ପାମ ଅଏଲ ରପ୍ତାନୀ ଉପରେ ରୋକ ଲଗାଇଲା ଇଣ୍ଡୋନେସିଆ,

ବିଶ୍ୱର ସର୍ବ ବୃହତ୍ତ ପାମ ତେଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି । ଅଧିକ ପଢନ୍ତୁ

ପାମ ଅଏଲ ରପ୍ତାନୀ ଉପରେ ରୋକ ଲଗାଇଲା ଇଣ୍ଡୋନେସିଆ, ଭାରତରେ ବଢିବ ତେଲ ଦର!

author img

By

Published : Apr 24, 2022, 11:33 AM IST

ଜାକାର୍ତ୍ତା: ଋଷ- ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏହାର ସମାଧାନ ବାହାରିବା ପରିବର୍ତ୍ତେ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ଏହାରି ପ୍ରଭାବ ଭାରତ ଉପରେ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପଡୁଛି । ବିଶେଷକରି ଅଶୌଧିତ ତେଲ ଦେର ହୁ ହୁ ହୋଇ ବଢି ଚାଲିଛି । । ବର୍ତ୍ତମାନ ଏହି ଦରରେ ଆହୁରି ବୃଦ୍ଧି ହେବାନେଇ ମଧ୍ୟ ଆଶଙ୍କା କରାଯାଉଛି । ବିଶ୍ୱର ସର୍ବ ବୃହତ୍ତ ପାମ ତେଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ତେଲ ଉତ୍ପାଦନ କମ୍‌ ଥିବାରୁ ଇଣ୍ଡୋନେସିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇବ । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢିଛି । ବିଶ୍ବରେ ପାମ ତେଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଖାଇବା ଠାରୁ ଆରମ୍ଭ କରି କସମେଟିକ ସାମଗ୍ରୀ ସବୁଥିରେ ବ୍ୟବହାର ହୋଇଥାଏ ପାମ ତେଲ । ଏନେଇ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଋଷ ୟୁକ୍ରେନ ଯୁଦ୍ଧରେ ଖାଦ୍ୟର ଦର ବୃଦ୍ଧି ପାଇବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରୁଥିଲା । କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା । ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି । ଅନ୍ୟପଟେ ସଲଭେଣ୍ଟ ଏକ୍ସଷ୍ଟାଟର ଆସୋସିଏସନର ସଭାପତିଙ୍କ କହିବା ହେଉଛି ଇଣ୍ଡୋନେସିଆ ଏଭଳି ପ୍ରତିବନ୍ଧକ ଲଗାଇବ ବୋଲି ଆମେ କଳ୍ପନା ମଧ୍ୟ କରିନଥିଲୁ । ଅନ୍ୟପଟେ ଦ୍ୱିତୀୟ ଅଧିକ ପାମ୍‌ ତେଲ ଉତ୍ପାଦନକାରୀ ରାଷ୍ଟ୍ର ମାଲେସିଆର କହିବା ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନର ନୈରାଶ୍ୟଜନକ ପରିସ୍ଥିତିରେ ଆମେ ମଧ୍ୟ ତୈଳ ଯୋଗାଇ ପାରିବୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.