ETV Bharat / international

G20 Summit: ବାଇଡେନଙ୍କୁ ଭେଟିଲେ ଜିନପିଙ୍ଗ୍‌, ତାଇୱାନ୍‌ ପ୍ରତି କଡ଼ା ଆଭିମୁଖ୍ୟ ବିଶ୍ବଶାନ୍ତି ପ୍ରତି ବିପଦ

author img

By

Published : Nov 14, 2022, 10:30 PM IST

ଇଣ୍ଡୋନେସିଆରେ ଆୟୋଜିତ ଜି୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ୍‌ । ତାଇୱାନ୍‌ର ଶାନ୍ତି ରକ୍ଷା କରିବା ଚୀନର ଦାୟିତ୍ବ କହିଲେ ବାଇଡେନ । ଅଧିକ ପଢ଼ନ୍ତୁ

China president Xi xingping met US President Joe Biden in  G20 Summit at Bali
G20 Summit: ବାଇଡେନଙ୍କୁ ଭେଟିଲେ ଜିଙ୍ଗ୍‌ପିଙ୍ଗ୍‌, ତାଇୱାନ୍‌ ପ୍ରତି କଡ଼ା ଆଭିମୁଖ୍ୟ ବିଶ୍ବଶାନ୍ତି ପ୍ରତି ବିପଦ

ବାଲି: ଇଣ୍ଡୋନେସିଆରେ ଆୟୋଜିତ ଜି୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ୍‌ । ଉଭୟ ନେତା ପରସ୍ପର ସହ ଆଲୋଚନା କରିଛନ୍ତି । ବାଇଡେନଙ୍କୁ ଦେଖି ଆପଣଙ୍କ ସହ ଦେଖା ହୋଇ ଖୁସି ଲାଗିଲା ବୋଲି କହିଥିଲେ ଜିନପିଙ୍ଗ୍‌ । ବାଇଡେନ୍‌ ଓ ଜିନପିଙ୍ଗ୍‌ ପରସ୍ପର ସହ ଦଶନ୍ଧି ହେଲା ପରିଚିତ । କିନ୍ତୁ ରାଷ୍ଟ୍ରପତି ଭାବରେ ଉଭୟ ଉଭୟଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି ।

୨୦୧୭ରେ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଭାବରେ ଜିନପିଙ୍ଗ୍‌ଙ୍କ ସହ ଦେଖା ହୋଇଥିଲେ । ବର୍ତ୍ତମାନ ଆମେରିକା ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏତେଟା ଭଲ ନାହିଁ । ଏଭଳି ସ୍ଥିତିରେ ଜି-୨୦ ସମ୍ମିଳନୀର ଭେଟଘାଟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସ୍ଥିର କରିପାରେ ବୋଲି ଆଲୋଚନା ହେଉଛି ।

ଏହାକୁ ନେଇ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି, 'ଦୁଇ ଦେଶ ଗୋଟିଏ ପ୍ରତିଯୋଗିତାରେ ଅଛନ୍ତି । ରାଷ୍ଟ୍ରପତି ବାଇଡେନ୍‌ ଏହି ପ୍ରତିଯୋଗିତା ଏକ ସଠିକ ତରିକାରେ କରିବାକୁ ଇଚ୍ଛା ଜାହିର କରିଛନ୍ତି । ଏହି ପ୍ରତିଯୋଗିତାକୁ ନେଇ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଖରାପ ହେଉ ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି କହିଛନ୍ତି ବାଇଡେନ ।'

ବିଶ୍ବର ଦୁଇ ସର୍ବଶ୍ରେଷ୍ଠ ଅର୍ଥନୀତିର ଦେଶ ମଧ୍ୟରେ ସମ୍ପର୍କ ଏତେଟା ଭଲ ନାହିଁ । ତାଇୱାନ ଓ ଚୀନ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ନେଇ ଆମେରିକା ହସ୍ତକ୍ଷେପ କରିଥିଲା । ଏହାପରେ ଆମେରିକା ଓ ଚୀନର ଦ୍ବିପାକ୍ଷିକ ସମ୍ପର୍କରେ ଭଟ୍ଟା ସୃଷ୍ଟି ହୋଇଥିଲା । ଆମେରିକା ବାଚସ୍ପତି ନାନ୍‌ସୀ ପେଲ୍‌ସି ତାଇୱାନ ଗସ୍ତ ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ବାଇଡେନ୍‌ ଓ ଜିନପିଙ୍ଗ୍‌ଙ୍କ ମଧ୍ୟରେ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲା ।

ଏହାକୁ ନେଇ ଜୋ ବାଇଡେନ୍‌ କହିଛନ୍ତି, "ଦୁଇ ଦେଶ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି । ପୂର୍ବାପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ । ତାଇୱାନ ପ୍ରତି ଚୀନର କଡ଼ା ଆଭିମୁଖ୍ୟ ବିଶ୍ବଶାନ୍ତି ରକ୍ଷା ପାରିବ ନାହିଁ । ତାଇୱାନ୍‌ର ଶାନ୍ତି ରକ୍ଷା କରିବା ଚୀନର ଦାୟିତ୍ବ ହେବା ଦରକାର ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.