ETV Bharat / international

G20 Meet In Kashmir: କାଶ୍ମୀରରେ ଜି-୨୦ ବୈଠକ ନେଇ ଚୀନର କେଁ, ହେବନି ସାମିଲ

author img

By

Published : May 20, 2023, 10:13 AM IST

ଜମ୍ମୁ କାଶ୍ମୀରର ଶ୍ରୀନଗରରେ ହେବାକୁ ଥିବା ଜି ୨୦ ବୈଠକରେ ସାମିଲ ହେବନି ଚୀନ । ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମନା କରାଯାଇଥିବା ବେଳେ ଏହାକୁ ବିବାଦୀୟ ଅଞ୍ଚଳ ବୋଲି କହିଛନ୍ତି । ଅଧିକ ପଢନ୍ତୁ

G20 Meet In Kashmir
G20 Meet In Kashmir

ଶ୍ରୀନଗର: ଆସନ୍ତା ସୋମବାରଠୁ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଜି ୨୦ର ବୈଠକ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନେକ ଦେଶ ସାମିଲ ହେବାକୁ ଯାଉଥିବା ବେଳେ ବୈଠକରେ ଯୋଗ ଦେବାକୁ ନେଇ କେଁ କାଢିଛି ଚୀନ । ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, କାଶ୍ମୀର ଭଳି ବିବାଦୀୟ କ୍ଷେତ୍ରରେ ଜି୨୦କୁ ବିରୋଧ କରୁଛି ଚୀନ । ଆମେ ଏଭଳି ବୈଠକରେ ଯୋଗଦେବୁ ନାହିଁ । ଏନେଇ ଶୁକ୍ରବାର କୁହାଯାଇଛି । କହିରଖୁଛୁ କି, ଚୀନ ପାକିସ୍ତାନର ଘନିଷ୍ଠ ସହଯୋଗୀ ରହିଛି ।

ମେ ୨୨ରୁ ୨୪ ତାରିଖ ଯାଏଁ ଶ୍ରୀନଗରରେ ହେବ G20ର ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ଦିନ କହିଥିଲେ, "ଶ୍ରୀନଗରରେ ଜି ୨୦ ବୈଠକ ଜମ୍ମୁ କଶ୍ମୀରର ବାସ୍ତବିକ କ୍ଷମତା ଦେଖାଇବା ପାଇଁ ଏକ ସୁଯୋଗ ଅଟେ । ଶ୍ରୀନଗରରେ ହେବାକୁ ଥିବା କାର୍ଯ୍ୟକ୍ରମ ଦେଶ ତଥା ବିଶ୍ୱକୁ ଏକ ସକରାତ୍ମକ ବାର୍ତ୍ତା ଦେବ ।"

ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିଲା ଜବାବ: ପ୍ରକାଶଥାଉକି, ଜମ୍ମୁକାଶ୍ମୀରକୁ ନେଇ ପୂର୍ବରୁ ଚୀନ ଏବଂ ପାକିସ୍ତାନ ଅନେକ ପ୍ରକାର ବିଷୟକୁ ନେଇ ନିନ୍ଦା କରିଥିଲେ । ତେବେ ଏହି ପ୍ରସଙ୍ଗରେ ପାକିସ୍ତାନକୁ ପାଲଟା ଜବାବ ଦେଇଛି ଭାରତ । ଜମ୍ମୁ, କାଶ୍ମୀର ଓ ଲଦାଖ ଦେଶର ଅନ୍ୟ ଅଂଶ ପରି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିବ ବୋଲି କହିଥିଲା ବୈଦେଶିକ ମନ୍ତ୍ରଣାଳୟ । ଏହାସହ ଅନ୍ୟ କୌଣସି ଦେଶ ଏହା ଉପରେ ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି କଡା ସମାଲୋଚନା କରି କୁହାଯାଇଥିଲା ।

ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ସମ୍ପର୍କରେ ଆସିଥିଲା ତିକ୍ତତା: ଗତ ୨୦୨୦ ମସିହାରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଭାରତ ପକ୍ଷରୁ କୁହାଯାଇଛି, ସୀମା କ୍ଷେତ୍ରରେ ଶାନ୍ତି ନଆସିବା ପର୍ଯ୍ୟନ୍ତ ଦ୍ବିପାକ୍ଷିକ ସମ୍ପର୍କ ସ୍ବାଭାବିକ ହୋଇପାରିବନାହିଁ ।

ପାକିସ୍ତାନ ମଧ୍ୟ ପ୍ରତିବାଦ କରିଥିଲା: ତେବେ ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ଜି ୨୦କୁ ବିରୋଧ କରିଥିଲା । ଜମ୍ମୁ କାଶ୍ମୀରରେ ହେବାକୁ ଥିବା ଜି ୨୦କୁ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଇଥିଲା । ପାକିସ୍ତାନ କହିଥିଲା,"କାଶ୍ମୀରରେ ଜି -20 କରିବାକୁ ଥିବା ଭାରତର ଯୋଜନାକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ । ଏହା ଆଶା କରୁଛି ଯେ ଜି -20 ସଦସ୍ୟ ଦେଶ ଆଇନ ଏବଂ ନ୍ୟାୟ ପାଇଁ ଏହି ପ୍ରସ୍ତାବକୁ ବିରୋଧ କରିବେ ।"

ଜି ୨୦ରେ ସାମିଲ ହେବେ ଏହି ଦେଶ: ଭାରତ ବ୍ୟତୀତ G20ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା,ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ଋଷ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ ଏବଂ ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.