ETV Bharat / international

ଜରୁରୀ ଅବତରଣ ବେଳେ ଦୁଇଫାଳ ହେଲା କାର୍ଗୋ ବିମାନ

author img

By

Published : Apr 8, 2022, 11:06 AM IST

ଜରୁରୀ ଅବତରଣ ବେଳେ ଦୁଇଫାଳ ହେଲା କାର୍ଗୋ ବିମାନ । ଗୁରୁବାର ଦିନ କୋଷ୍ଟାରିକାରେ ଅବତରଣ କରିବା ବେଳେ କାର୍ଗୋ ବିମାନ ଦୁଇ ଫାଳ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ଜରୁରୀ ଅବତରଣ ବେଳେ ଦୁଇଫାଳ ହେଲା କାର୍ଗୋ ବିମାନ
ଜରୁରୀ ଅବତରଣ ବେଳେ ଦୁଇଫାଳ ହେଲା କାର୍ଗୋ ବିମାନ

ୱାଶିଂଟନ: କୋଷ୍ଟରିକାରେ ଅଘଟଣ । ଗୁରୁବାର ଦିନ ଜରୁରୀ ଅବତରଣ ବେଳେ ଦୁଇଫାଳ ହୋଇଛି ଏକ ପଣ୍ୟବାହୀ କାର୍ଗୋ ବିମାନ । ଏଭଳି ଏକ ଅଘଟଣ ଘଟିଛି ସାନଜୋସ ସ୍ଥିତ ବିମାନବନ୍ଦରରେ । ଏହା ପରେ ସାନଜୋସ ସ୍ଥିତ ବନ୍ଦରକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଉଭୟେ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ହଳଦିଆ ରଙ୍ଗର ବୋଇଂ ୭୫୭ କାର୍ଗୋ ବିମାନ ଜରୁରୀ ଅବତରଣ କରାଯାଉଥିଲା । ହେଲେ ହଠାତ୍‌ ବିମାନରୁ ଧୂଆଁ ବାହାରିଥିଲା । ବିମାନଟିକୁ ଅବତରଣ କରିବା ସମୟରେ ରନୱେରେ ଚକା ସ୍ଲିପ୍‌ କରି ପଛଚକା ଫାଟି ଯାଇଥିଲା । ଫଳରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା ।

ତେବେ ଏହି ଦୁର୍ଘଟଣାରେ ୨ଜଣ ପାଇଲଟ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି କୋଷ୍ଟାରିକା ଅଗ୍ନିଶମ ବାହିନୀର ମୁଖ୍ୟ ହେକ୍ଟର ସାଭେସ । ଡାକ୍ତରୀ ପରୀକ୍ଷା ନିମନ୍ତେ ଉଭୟଙ୍କୁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ରେଡ କ୍ରସ କର୍ମୀ ଗିଡୋ ଭାସକ୍ବେଜ । ସକାଳ ପ୍ରାୟ ୧୦ଟା ୩୦ ମିନିଟ ପୂର୍ବରୁ ସାମଜୋସ ଜୁଆନ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିଲା । ଉଡାଣ ଭରିବାର ୨୫ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ଜରୁରୀ ଅବତରଣ କରିଥିଲା । ତେବେ ବିମାନରୁ ହାଇଡ୍ରୋଲିକ ସମସ୍ୟା ଦେଖାଯିବା ନେଇ ପାଇଲଟ ସୂଚନା ଦେଇଛନ୍ତି । ଏହି କାରଣରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ବନ୍ଦରରୁ ସାମୟିକ ଭାବେ ବନ୍ଦ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.