ETV Bharat / international

ଭାରତ ବିରୋଧି ବୟାନବାଜି ଟ୍ରୁଡୋଙ୍କୁ ପଡ଼ିଲା ମହଙ୍ଗା, ଏଥର ନିର୍ବାଚନ ହେଲେ ହାତରୁ ଯିବ PM ପଦ - କନଜରଭେଟିଭ ନେତା

ଭାରତ ସହ ଟକ୍କର ନେବା କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପଡ଼ିଲା ମହଙ୍ଗା । ହାତରୁ ଯାଇପାରେ ପ୍ରଧାନମନ୍ତ୍ରୀ ପଦବୀ । ଅଧିକ ପଢନ୍ତୁ

Trudeau trails in new poll
Trudeau trails in new poll
author img

By ETV Bharat Odisha Team

Published : Sep 22, 2023, 5:14 PM IST

ଓଟାବା: ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଲାଗି ଭାରତକୁ ଦୋଷୀ ସଜେଇବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପଡ଼ିଲା ମହଙ୍ଗା । ଏବେ ହାତରୁ ଯିବାକୁ ବସିଛି ପ୍ରଧାନମନ୍ତ୍ରୀ ପଦ । ଏହା ଆମେ କହୁ ନାହୁଁ, ipsos ସର୍ଭେ ରିପୋର୍ଟ ଅନୁସାରେ କାନାଡା ଦେଶବାସୀ ଏବେ ଟ୍ରୁଡୋଙ୍କ ବଦଳରେ କାନାଡା ପ୍ରଧାନମନ୍ତ୍ରୀ ଭାବେ କନଜରଭେଟିଭ ପାର୍ଟ ନେତା ପିଏର ପୋଇଲିଭରଙ୍କୁ ଦେଖିବାକୁ ଚାହୁଁଛନ୍ତି । ପୋଇଲିଭରଙ୍କ ସପକ୍ଷରେ ପ୍ରାୟ ୪୦ ପ୍ରତିଶତ କାନାଡା ନାଗରିକ ରହିଥିବା ବେଳେ ଏହି ସମର୍ଥନ ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।

ଗ୍ଲୋବାଲ ନ୍ୟୁଜ ରିପୋର୍ଟ ଅନୁସାରେ, ଆସନ୍ତା ୨୦୨୫ ନିର୍ବାଚନରେ କାନାଡାରେ ସରକାର ଗଠନ କରିବା ଲାଗି କନଜରଭେଟିଭ ପାର୍ଟ ନିକଟରେ ଅଧିକ ସମ୍ଭାବନା ରହିଛି । କନଜରଭେଟିଭ ନେତା ପୋଇଲିଭରଙ୍କ ସପକ୍ଷରେ ଲଗାତାର ଭାବେ ସମର୍ଥନ ବଢିବାରେ ଲାଗିଛି । ସେପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସପକ୍ଷରେ ମାତ୍ର ୩୧ ପ୍ରତିଶତ ସମର୍ଥନ ରହିଛି । ଗତ ୨୦୨୧ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଟ୍ରୁଡୋଙ୍କୁ ପୂର୍ଣ୍ଣ ସମର୍ଥନ ମିଳିନଥିଲା । ସେହି ସମୟରେ ଟ୍ରୁଡୋଙ୍କ ପାର୍ଟି ଖଲିସ୍ତାନୀ ସମର୍ଥକ ଜଗମିତ ସିଂ ଧାଲିୱାଲଙ୍କ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି ସହ ମେଣ୍ଟ ସରକାର ଗଠନ କରିଥିଲା ।

ଏହା ବି ପଢନ୍ତୁ- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ

କୁହାଯାଉଛି ଯେ ଖଲିସ୍ତାନୀ ସମର୍ଥକ ଧାଲିୱାଲଙ୍କ ସହଯୋଗରେ ଟ୍ରୁଡୋ ନିଜ ସରକାର ଚଲାଉଛନ୍ତି । ତାଙ୍କ କହିବା ଅନୁସାରେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତର ବିରୋଧରେ ଏହି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଖାସ କଥା ହେଉଛି ଭାରତ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏନେଇ ଗୋଟିଏ ବି ପ୍ରମାଣ ଦେବାରେ ଟ୍ରୁଡୋ ଅସମର୍ଥ ରହିଛନ୍ତି । ଏପଟେ କାନାଡାରେ ଲୁଚି ବସିଥିବା ଅନେକ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଅନେକ ପ୍ରମାଣ କାନାଡାକୁ ଦେଇଛି ଭାରତ । ହେଲେ ଏଯାବତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏହା ବି ପଢନ୍ତୁ- Canada-India Row: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ, ଭାରତ ସରକାର ଆମକୁ ସହଯୋଗ କରନ୍ତୁ

ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜରଙ୍କୁ ଗତ ଜୁନରେ ହତ୍ୟା କରାଯାଇଥିଲା । ଏଥିଲାଗି କାନାଡା ଭାରତର ଏଜେଣ୍ଟକୁ ହତ୍ୟାକାରୀ ବୋଲି ଦର୍ଶାଇଛି । ହରଦ୍ବୀପ ସିଂଙ୍କୁ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ କାନାଡାର ନାଗରିକ ଭାବେ ଦର୍ଶାଇ ତାଙ୍କର ହତ୍ୟା ଲାଗି ଭାରତ ବିରୋଧରେ ଅଭିଯୋଗ ଆଣିଛି । ଅନ୍ୟପଟେ କନଜରଭେଟିଭ ପାର୍ଟି ନେତା ପୋଇଲିଭର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି, ସେଥିଲାଗି ପ୍ରମାଣ ପତ୍ର ସହିତ ଅଭିଯୋଗ କରିବାର ଆବଶ୍ୟକତା ରହିଛି ।

କାନାଡାର ଆର୍ଥିକ ବ୍ୟବସ୍ଥା, ସ୍ବାସ୍ଥ୍ୟ, ବାସଗୃହ ଆଦି ସମସ୍ତ କ୍ଷେତ୍ର ଉପରେ ହୋଇଥିବା ସର୍ଭେ ଅନୁସାରେ କାନାଡା ବାସୀ କନଜରଭେଟିଭ ନେତା ପୋଇଲିଭରଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି ବିବେଚିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.