ETV Bharat / international

G-20 summit: କୋରୋନା ପଜିଟିଭ ଚିହ୍ନଟ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ - କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ

କୋରୋନା ପଜିଟିଭ ଚିହ୍ନଟ ପରେ ଜି-୨୦ ବୈଠକରେ ଯୋଗ ନଦେଇ ଫେରିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ । କିଛି ଦିନ ତଳେ ସେ ଏସିଆନ ସମ୍ମିଳନୀ ଆୟୋଜିତ କରିଥିଲେ । ଅଧିକ ପଢନ୍ତୁ

ASEAN ସମ୍ମିଳନୀ ଆୟୋଜନ ପରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ

author img

By

Published : Nov 15, 2022, 10:05 AM IST

Updated : Nov 15, 2022, 10:42 AM IST

ନମ୍‌ପେନ୍: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି(Cambodian PM tests positive for COVID-19) । ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଆୟୋଜିତ ଜି-୨୦ ବୈଠକରେ ଯୋଗଦେବା ପାଇଁ ଯାଇଥିବା ସମୟରେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଛି । ଏନେଇ ଖୋଦ୍ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ଫେସ୍‌ବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ବଡକଥା ହେଉଛି, କିଛି ଦିନ ପୂର୍ବରୁ ସେନ୍ ନିଜ ଦେଶର ନମ୍‌ପେନ ଠାରେ ଏସିଆନ ସମ୍ମିଳନୀ ଆୟୋଜିତ କରିଥିଲେ । ଏଥିରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନେକ ବିଶ୍ବନେତା ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଜି-୨୦ ବୈଠକରେ ଯୋଗ ଦେବାକୁ ବର୍ତ୍ତମାନ ପ୍ରମୁଖ ବିଶ୍ବନେତା ବାଲି ଗସ୍ତରେ ଅଛନ୍ତି । ଏହି କ୍ରମରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ସେନ୍‌ ମଧ୍ୟ ସେଠାରେ ପହଞ୍ଚିଥିଲେ । ହେଲେ ସୋମବାର ରାତିରେ ହୁନ ସେନ୍‌ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଣ୍ଡୋନେସିଆର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି । ସେ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଜି-୨୦ ବୈଠକରେ ଯୋଗ ନଦେଇ କାମ୍ବୋଡିଆ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଇଛନ୍ତି । ଏହାସହିତ ବ୍ୟାଙ୍ଗକକ୍ ଠାରେ ନିଜର APEC ଇକୋନୋମିକ ଫୋରମ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ କାମ୍ବୋଡିଆରେ ଆୟୋଜିତ ଏସିଆନ ସମ୍ମିଳନୀ ଶେଷ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ହୁନ୍ ସେନ(Prime Minister Hun Sen) ଅନେକ ବିଶ୍ବନେତାଙ୍କ ସହ ଆଲୋଚନା କରିଥିଲେ । ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀ, ଋଷିଆ ବୈଦେଶିକ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । କହିରଖୁଛି କି, ଏସିଆନ ହେଉଛି ଦକ୍ଷିଣପୂର୍ବ ଏସୀୟ ଦେଶଗୁଡିକର ଆନ୍ତର୍ଜାତିକ ସଂଗଠନ । ଏଥିରେ ୧୦ ଦେଶ ସଦସ୍ୟ ଅଛନ୍ତି । ଏମାନେ ହେଲେ ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମିଆଁମାର, ଫିଲିଫାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ଭିଏତନାମା ।

Last Updated : Nov 15, 2022, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.