ଲଣ୍ଡନ : ଭାରତୀୟ ଶିଖ ବଂଶୋଦ୍ଭବଙ୍କୁ ମିଳିଛି ସମ୍ମାନଜନକ ନାଇଟହୁଡ ଉପାଧି । ବ୍ରିଟେନରେ ୩୦ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସକ ପେଶାରେ ଥିବା ଡକ୍ଟର ଅମୃତପାଲ ସିଂ ହଙ୍ଗିନଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ମିଳିବ ନାଇଟହୁୁଡ୍ ସମ୍ମାନ । ବ୍ରିଟେନର ସମ୍ରାଟ ଚାର୍ଲସ ତୃତୀୟଙ୍କ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ନ୍ୟୁକ୍ୟାସଲ ବିଶ୍ବବିଦ୍ୟାଳୟରେ ଜେନେରାଲ ପ୍ରାକ୍ଟିସର ପ୍ରଫେସର ଡ. ଅମୃତପାଲ ସିଂ ଙ୍କୁ ୨୦୨୪ ବର୍ଷର ଏହି ସମ୍ମାନ ସୂଚୀରେ ସାମିଲ କରାଯାଇଛି । ଏହି ସୂଚୀ ରେ ପ୍ରାୟ ୩୦ ଜଣ ଭାରତୀୟ ମୂଳର ସ୍ବାସ୍ଥ୍ୟ ବିଶେଷଜ୍ଞ, ପରୋପକାରୀ, ସାମୁଦାୟିକ କାର୍ଯ୍ୟକର୍ତ୍ତା ସାମିଲ ଅଛନ୍ତି, ଯେଉଁ ମାନଙ୍କୁ ସମାଜ ରେ ନିଜର ନିସ୍ବାର୍ଥପର ସେବା ପାଇଁ ସମ୍ମାନିତ କରାଯିବ । ଏହି ସୂଚୀ ଗତକାଲି (ଶୁକ୍ରବାର) ରାତି ରେ ଜାରି କରାଯାଇଛି ।
ଏହାମଧ୍ୟ ପଢ଼ନ୍ତୁ: ଶାମିଙ୍କ ସମେତ ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର, ଚିରାଗ ଓ ସାତ୍ତ୍ବିକଙ୍କୁ ଖେଳରତ୍ନ
ସେହିପରି ଡ. ଅମୃତପାଲ ସିଂ ପ୍ରଫେସର ପାଲି ହଙ୍ଗିନ ନାମରେ ଲୋକପ୍ରିୟ ଅଟନ୍ତି। ସେ ପୂର୍ବରୁ ଡରହମ ବିଶ୍ବବିଦ୍ୟାଳୟର ସଂସ୍ଥାପକ ଡିନ ଏବଂ ବ୍ରିଟିଶ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ରହିଛନ୍ତି। ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଋଷି ସୁନକ କହିଛନ୍ତି ଯେ, ନବ ବର୍ଷ ସମ୍ମାନ ସୂଚୀରେ ସମଗ୍ର ଦେଶର ବିଶିଷ୍ଟ ଲୋକ ଏବଂ ସେମାନଙ୍କ ଅସାଧାରଣ ଉପଲବ୍ଧି ଗୁଡିକୁ ମାନ୍ୟତା ଦିଆଯାଇଛି । ଯେଉଁ ମାନେ ନିସ୍ବାର୍ଥପର ଭାବେ ଓ କରୁଣା ପ୍ରତି ନିଜର ସର୍ବୋଚ୍ଚ ପ୍ରତିବଦ୍ଧତା ଦେଖାଇଛନ୍ତି ଏବଂ ଏ ସମସ୍ତ ବ୍ୟକ୍ତି ମାନେ ଦେଶ ପାଇଁ ଗର୍ବ ଓ ଗୌରବ ହେବା ସହ ଆମ ମାନଙ୍କ ପାଇଁ ପ୍ରେରଣା ଅଟନ୍ତି ।
ଏହା ମଧ୍ୟ ପଢନ୍ତୁ ... ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା ସାବିରା, ଜାଣନ୍ତୁ କିଏ ସେ
ବ୍ରିଟେନ ସରକାରଙ୍କ ତରଫରୁ ଜାରି ଏହି ସୂଚୀରେ ଷ୍ଟାଫୋର୍ଡସାୟାର ଜେନେରାଲ ପ୍ରାକ୍ଟିସ ପାଇଁ 'କମାଣ୍ଡର ଅଫ ଦି ଅର୍ଡର ଅଫ ବ୍ରିଟିଶ ଏମ୍ପାୟାର' ରେ ଡା. ଚନ୍ଦ୍ର ମୋହନ କନ୍ନେଗାନ୍ତି ଏବଂ ଜନସ୍ଭାସ୍ଥ୍ୟ ସେବା ପାଇଁ ଇମ୍ପେରିଆଲ କଲେଜ ଲଣ୍ଡନର ସିନିୟର କ୍ଲିନିକାଲ ଫେଲୋ ଡ. ମାଲା ରାଓ ସାମିଲ ଅଛନ୍ତି । ୧୨୦୦ ରୁ ଅଧିକ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏଥି ନିମନ୍ତେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ସୂଚୀ ରେ ୪୮ ପ୍ରତିଶତ ମହିଳା ଅଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ