ETV Bharat / international

କାରରେ ସିଟ୍‌ ବେଲ୍ଟ ପିନ୍ଧିନଥିଲେ ସୁନକ, ମାଗିଲେ କ୍ଷମା

author img

By

Published : Jan 20, 2023, 1:07 PM IST

କାରରେ ଯାଉଥିବା ସମୟରେ ସିଟ ବେଲ୍ଟ ପିନ୍ଧି ନଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଭୁଲ ସ୍ବୀକାର କରି କ୍ଷମା ମାଗିଲେ ସୁନକ । ଅଧିକ ପଢ଼ନ୍ତୁ

britain prime minister rishi sunak
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ: ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଉତ୍ତର-ପଶ୍ଚିମ ଇଂଲଣ୍ଡର କୌଣସି ଏକ ସ୍ଥାନକୁ କାର ଯୋଗେ ଯାଉଥିବା ବେଳେ ସୋସିଆଲ ମିଡିଆ ପାଇଁ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ ଋଷି ସୁନକ । ଏହି ସମୟରେ ସେ ନିଜ ସିଟ ବେଲ୍ଟ ହଟାଇବା ଭୁଲ ପାଇଁ କ୍ଷମା ମାଗିଛନ୍ତି । ନିଜ ଭୁଲକୁ ସ୍ବୀକାର କରି ଗୁରୁବାର ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Microsoft lay-off: ଏକକାଳୀନ 11 ହଜାର କର୍ମଚାରୀଙ୍କ ଛଟେଇ କରିବ ମାଇକ୍ରୋସଫ୍ଟ

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଡାଉନିଙ୍ଗ ଷ୍ଟ୍ରିକ ମୁଖପାତ୍ର କହିଛନ୍ତି, ରାସ୍ତାରେ ଯାଉଥିବା ସମୟରେ ସେ ଅଳ୍ପ ସମୟ ପାଇଁ ସିଟ ବେଲ୍ଟ ଖୋଲି ଦେଇଥିଲେ । ସୁନକ ଏହି ଭୁଲକୁ ଅନୁଭବ କରି ତୁରନ୍ତ ଏହାକୁ ଗ୍ରହଣ କରିଛନ୍ତି । ଏହା ଭୁଲ କରିଥିବା ନେଇ ଋଷି ସୁନକ ସ୍ବୀକାର କରିଛନ୍ତି । ବ୍ରିଟେନରେ କାରରେ ସିଟ ବେଲ୍ଟ ନପିନ୍ଧି ଗାଡ଼ି ଚଳାଉଥିଲେ ଘଟଣାସ୍ଥଳରେ 100 ପାଉଣ୍ଡ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ଯଦି ମାମଲା କୋର୍ଟକୁ ଯାଏ ତେବେ ଏହା 500 ପାଉଣ୍ଡକୁ ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି, ଅଲ-କାଏଦା ସହ ଲିଙ୍କ୍‌କୁ ଖଣ୍ଡନ କଲା

ଯେତେବେଳେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା , ସେ ତୁରନ୍ତ ଏହି ଭୁଲକୁ ଗ୍ରହଣ କଲେ । ତାଙ୍କ ମୁଖପାତ୍ର କହିଛନ୍ତି ଯେ, ଏକ ଛୋଟ ଭିଡ଼ିଓ ସୁଟିଂ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ସିଟ ବେଲ୍ଡ ହଟାଇ ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ସ୍ବୀକାର କରିଛନ୍ତି ଯେ, ଏହା ଭୁଲ ଥିଲା ଏବଂ ଏଥିପାଇଁ ସେ ହୃଦୟରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଗାଡ଼ି ଚଳାଇବା ସମୟରେ ସିଟ ବେଲ୍ଟ ପିନ୍ଧିବା ନିୟମକୁ ଋଷି ସୁନକ ମଧ୍ୟ ମାନନ୍ତି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ସରକାରଙ୍କ ନୂତନ ଲେଭେଲିଂ ଆପ୍ ପାଣ୍ଠି ଘୋଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭିଡ଼ିଓ ସୁଟିଂ କରିଛନ୍ତି । ଯାହା ଦେଶରେ 100ରୁ ଅଧିକ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବ । ଏହି ଭିଡ଼ିଓ ରେକର୍ଡିଂ ସମୟରେ ସେ ସିଟ ବେଲ୍ଟ ନିୟମ ଭାଙ୍ଗିଥିଲେ । ବିନା ସିଟ ବେଲ୍ଟରେ ସୁନକଙ୍କ ଏହି ଭିଡ଼ିଓ ଦେଖିବା ମାତ୍ରେ କିଛି ବିରୋଧୀ ତାଙ୍କୁ ଘେରିବା ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.