ETV Bharat / international

Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ

କାବୁଲର ଏକ ସୁନ୍ନି ମସଜିଦରେ ଭୟଙ୍କର ବିସ୍ଫୋରଣ । ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ
Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ
author img

By

Published : Apr 30, 2022, 6:52 AM IST

କାବୁଲ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ(A powerful explosion killed at Kabul mosque) । ଶୁକ୍ରବାର କାବୁଲର ଏକ ସୁନ୍ନି ମସଜିଦରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ରମଜାନ ଚାଲିଥିବାରୁ ନମାଜ ପଢିବା ପାଇଁ ଅନେକ ଲୋକ ମସଜିଦକୁ ଯାଇଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା ।

ସୂଚନା ଅନୁଯାୟୀ, କାବୁଲର ପଶ୍ଚିମାଞ୍ଚଳରେ ଥିବା ଖଲିଫା ସାହିବ ମସଜିଦରେ ନମାଜ ପାଠ ପାଇଁ ଶୁକ୍ରବାର ଶହ ଶହ ଲୋକଙ୍କ ସମାବେଶ ହୋଇଥିଲା । ଅପରାହ୍ନ ସମୟରେ ସେଠାରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସରକାରୀ ସ୍ତରରେ ଏହି ବିସ୍ଫୋରଣରେ ୧୦ ଜଣ ପ୍ରାଣ ହରାଇଥିବା ସୁନିଶ୍ଚିତ କରାଯାଇଛି । ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ(interior ministry)ର ଉପ ମୁଖପାତ୍ର ବିସମିଲ୍ଲା ହବିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ ମସଜିଦ ମୁଖ୍ୟ ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବାର କହିଛନ୍ତି ।

ମସଜିଦର ମୁଖ୍ୟ ସୟଦ ଫାଜିଲ ଅଗହାଙ୍କ (Sayed Fazil Agha)କହିବାନୁଯାୟୀ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି । ବିସ୍ଫୋରଣ ଘଟାଇଥିବା ବ୍ୟକ୍ତି ସମାରୋହରେ ଲୋକଙ୍କ ସହ ସାମିଲ ଥିବାର ଅନୁମାନ କରାଯାଉଛି । ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଏବେସୁଦ୍ଧା ୬୬ଟି ମୃତଦେହ ଆସିଥିବା ବେଳେ ଏବଂ ୭୮ ଆହତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଆଫଗାନିସ୍ତାନ ମସଜିଦରେ ଏଭଳି ବିସ୍ଫୋରଣ ପ୍ରଥମ ଘଟଣା ନୁହେଁ, ଅନେକ ସମୟରେ ଦେଶର ସୁନ୍ନି ମସଜିଦଗୁଡିକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଥିବାର ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.