ETV Bharat / international

ପୁଟିନଙ୍କୁ କଂସେଇ କହିଲେ ରାଷ୍ଟ୍ରପତି ବାଇଡେନ

author img

By

Published : Mar 27, 2022, 1:42 PM IST

ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ କଂସେଇ ବୋଲି କହିଲେ ବାଇଡେନ । ପୋଲାଣ୍ଡରେ ୟୁକ୍ରେନ ଶରଣାର୍ଥୀଙ୍କୁ ଭେଟିବା ପରେ ଏଭଳି ଭାବେ ଭର୍ସନା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଅଧିକ ପଢନ୍ତୁ

ପୁଟିନଙ୍କୁ କଂସେଇ କହିଲେ ରାଷ୍ଟ୍ରପତି ବାଇଡେନ
ପୁଟିନଙ୍କୁ କଂସେଇ କହିଲେ ରାଷ୍ଟ୍ରପତି ବାଇଡେନ

ପୋଲାଣ୍ଡ: ୩୨ ଦିନରେ ପହଞ୍ଚିଛି ୟୁକ୍ରେନ-ଋଷିଆ ମହାସମର । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ପୁଟିନ ସରକାର । ଆଜି ଲିଭିଲ୍ ଉପରେ ଦୁଇଟି ରକେଟ ମାଡ କରିଛି ଋଷିଆ । ଦୁଇ ଦେଶର ଏହି ଯୁଦ୍ଧ ଘନଘଟା ମଧ୍ୟରେ ଦୁଇ ଦିନିଆ ପୋଲାଣ୍ଡ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ । ପୋଲାଣ୍ଡର ୱାରସରେ ବାଇଡେନ ୟୁକ୍ରେନ ଶରଣାର୍ଥୀଙ୍କୁ ଭେଟିଛନ୍ତି । ଯୁଦ୍ଧ ଭୟାବହତା ଯୋଗୁଁ ଏଠାରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ସାକ୍ଷାତ କରିବା ପରେ ପୁଟିନକୁ ଭର୍ସନା କରିଛନ୍ତି ବାଇଡେନ । ୟୁକ୍ରେନକୁ ଛାରଖାର୍ କରିବା ପାଇଁ ସେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ କଂସେଇ ବୋଲି କହିଛନ୍ତି ।

ପୋଲାଣ୍ଡ ଗସ୍ତ ଅବସରରେ ବାଇଡେନ ଷ୍ଟାଡିଅନ ନରୋଡୋୱି( Stadion Narodowy )ଠାରେ ୟୁକ୍ରେନ ଶରଣାର୍ଥୀଙ୍କୁ ଭେଟିଥିଲେ । ୟୁକ୍ରେନରେ ଋଷିଆର ଆକ୍ରମଣରୁ ବର୍ତ୍ତିବାକୁ ହଜାର ହଜାର ୟୁକ୍ରେନବାସୀ ପଡୋଶୀ ରାଷ୍ଟ୍ରଗୁଡିକରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି । ଏହି ସମୟରେ ଗଣମାଧ୍ୟମର ଏକ ପ୍ରଶ୍ନରେ ବାଇଡେନ ପୁଟିନଙ୍କୁ କଂସେଇ କହିଛନ୍ତି । ଆହୁରିମଧ୍ୟ ସେ କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବାର କୌଣସି ଯଥାର୍ଥ କାରଣ ନାହିଁ । ଆଗକୁ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ୟୁକ୍ରେନକୁ ଆମେରିକା ସବୁ ପ୍ରକାର ସହାୟତା କରିବ । ଗତ ସପ୍ତାହର ମଧ୍ୟ ବାଇଡେନ ଋଷିଆ ରାଷ୍ଟ୍ରପତିଙ୍କୁ ଅମାନବୀୟ, ହତ୍ୟାକାରୀ ଏକଛତ୍ରବାଦ ଶାସକ ଏବଂ ୱାର୍ କ୍ରିମିନାଲ ବୋଲି ସମ୍ବୋଧିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.