ETV Bharat / international

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି - ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଛି । ଏହାପରେ ତାଙ୍କୁ କୌଣସି ସମୟରେ ଗିରଫ କରାଯାଇପାରେ । ଅଧିକ ପଢନ୍ତୁ

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

author img

By

Published : Oct 1, 2022, 9:35 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan Former PM Imran Khan)ଙ୍କ ବିରୋଧରେ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ (Arrest warrant) । ଏହି ଗିରଫ ପରଓ୍ୱାନା ଜାରି ହେବା ପରେ ତାକୁ କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ରିପୋର୍ଟ ଅନୁସାରେ ଇସଲାମାବାଦର ମାରଗଲ୍ଲା ମାଜିଷ୍ଟ୍ରେଟ ଇମ୍ରାନଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି ।

ଗତ ଅଗଷ୍ଟ ୨୦ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମହିଳା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି । ଏହାପୂର୍ବରୁ ମଧ୍ୟ ଅଧିକାରୀ ଓ ଜଜ୍‌ଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ନେଇ ତାଙ୍କୁ କୋର୍ଟ ଜାମିନ ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ବିରୋଧରେ ଇସଲାମବାଦର ସଦର ମାଜିଷ୍ଟ୍ରେଟ ଅଲ୍ଲୀ ଜାୱେଦ ମଧ୍ୟ ମାମଲା ରୁଜୁ କରିଛନ୍ତି ।

ଏହା ବି ପଢନ୍ତୁ- Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk

ପାକିସ୍ତାନର ଆଇନ ପିପିସି ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଧାରା ୫୦୬ (ଅପରାଧିକ ମାମଲା), ୫୦୪ (ଶାନ୍ତି ଭଙ୍ଗ), ୧୮୯(ଜନ ପ୍ରତିନିଧିଙ୍କୁ ଧମକ)ରେ ମାମଲା ରୁଜୁ ହୋଇଛି । ଏକ ରିପୋର୍ଟ ଅନୁସାରେ ଇମ୍ରାନ ଅଦାଲତକୁ ଆଶ୍ବାସନା ଦେଇଛନ୍ତି କି, ସେ ଭବିଷ୍ୟତରେ ଏପରି ଅପରାଧିକ କାର୍ଯ୍ୟ କରିବେ ନାହିଁ । ଏହାଦ୍ବାରା କୋର୍ଟର ଜଜ୍‌ଙ୍କୁ ଯେପରି କୌଣସି ଆଘାତ ପହଞ୍ଚିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ କୋର୍ଟଙ୍କ ଶୁଣାଣି ସମୟରେ ସେ ଯାହା କହିଥିଲେ ତାର ପାଳନ କରିବେ । ଏହି ମାମଲାରେ ସେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିଛନ୍ତି । ଉକ୍ତ ମହିଳା ଜଜ୍‌ଙ୍କୁ ସେ କ୍ଷମା ପ୍ରାର୍ଥନା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଏ ସମ୍ପର୍କରେ ପାକିସ୍ତାନର ଗଣମାଧ୍ୟମ ସଂସ୍ଥା ଜିଓ ନ୍ୟୁଜରେ ପ୍ରକାଶିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.