ETV Bharat / international

Sri Lanka Crisis: ଅସହାୟ ଶ୍ରୀଲଙ୍କା ନାଗରିକ, ପେଟ ପାଇଁ ବିକିଲେ ସୁନା - ପେଟ ପାଇଁ ସୁନା ବିକିଲେ ଶ୍ରୀଲଙ୍କା ନାଗରିକ

ଉଗ୍ର ରୂପ ନେବାରେ ଲାଗିଛି ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ । ଶେଷରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ସୁନା ଅଳଙ୍କାର ବିକ୍ରି କଲେ ଏଠାକାର ନାଗରିକ । ଅଧିକ ପଢନ୍ତୁ

Sri Lanka Crisis: ଅସହାୟ ଶ୍ରୀଲଙ୍କା ନାଗରିକ, ପେଟ ପାଇଁ ବିକିଲେ ସୁନା

author img

By

Published : Apr 9, 2022, 4:45 PM IST

Updated : Apr 9, 2022, 5:02 PM IST

କଲମ୍ବୋ: ଶ୍ରୀଲଙ୍କାରେ ଉଗ୍ରରୂପ ନେଇଛି ଉତ୍କଟ ଆର୍ଥିକ ସଙ୍କଟ । ଚାରିଆଡ଼େ ପଡ଼ିଛି ହାହାକାର । ଦିନକୁ ଦିନ ସ୍ଥିତି ବିଗୁଡୁଥିବାବେଳେ ଏହାରି ମଧ୍ୟରେ ଆସିଛି ଏକ ବିଚଳିତ କଲା ପରି ଦୃଶ୍ୟ । ପେଟ ପାଉଣା ପାଇଁ ଏବେ ସୁନା ଅଳଙ୍କାର ବିକ୍ରି କରୁଛନ୍ତି ଦେଶବାସୀ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବା ପରେ ଏହାକୁ କିଣିବା ପାଇଁ ବାଧ୍ୟ ହୋଇ ଅଳଙ୍କାର ବିକ୍ରି କରିବା ପାଇଁ ସୁନା ଦୋକାନ ଆଗରେ ଲାଗିଛି ଲାଇନ ।

ଏଭଳି କରୁଣ ଦୃଶ୍ୟ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ଏକ ପ୍ରସିଦ୍ଧ ଗୋଲ୍ଡ ସେଣ୍ଟରରେ ଦେଖିବାକୁ ମିଳିଛି । ଲୋକମାନେ ଘରଭଡ଼ା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସୁନା ଅଳଙ୍କାର ବିକ୍ରି କରୁଛନ୍ତି । ପୂର୍ବରୁ ଶ୍ରୀଲଙ୍କାରେ କେବେ ହେଲେ ଏଭଳି ସଙ୍କଟ ଦେଖିବାକୁ ମିଳିନଥିଲା । ଏଠାରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାକୁ ୧ ଲକ୍ଷ ୮୫ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ଏ ସମ୍ପର୍କରେ ଜଣେ ସୁନା ବ୍ୟବସାୟୀ ସୂଚନା ଦେଇଛନ୍ତି ।

ଶ୍ରୀଲଙ୍କାର ପ୍ରସିଦ୍ଧ ଗୋଲ୍ଡ ସେଣ୍ଟର
ଶ୍ରୀଲଙ୍କାର ପ୍ରସିଦ୍ଧ ଗୋଲ୍ଡ ସେଣ୍ଟର

ବିଶ୍ବରେ ଏବେ ଶ୍ରୀଲଙ୍କାର ମୁଦ୍ରାର ଦାମ ବହୁଳ ମାତ୍ରାରେ ହ୍ରାସ ପାଇଛି । ୧୯୪୮ ମସିହା ଦେଶ ସ୍ବାଧୀନତା ହେବା ପରେ ଏହା ସବୁଠୁ ବଡ ଆର୍ଥିକ ସଙ୍କଟ । ଏକ ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ଖସି ୩୧୫ରେ ପହଞ୍ଚିଛି । ଯାହାକି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେପଟେ ସୁନା ଦର ମଧ୍ୟ ଅସ୍ଥିର ରହିଛି । ଶ୍ରୀଲଙ୍କା ମୁଦ୍ରା ଅନୁସାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଏବେ ୧ ଲକ୍ଷ ୯୫ ହଜାର ଟଙ୍କା ରହିଛି । ଫଳରେ ଶ୍ରୀଲଙ୍କା ନାଗରିକମାନେ ସୁନା ଅଳଙ୍କାର ବିକ୍ରି ପାଇଁ ସହରର ବିଭିନ୍ନ ସୁନା ଦୋକାନରେ ଲମ୍ବା ଲାଇନ ଲଗାଇଛନ୍ତି ।

ପେଟ ପାଇଁଶ୍ରୀଲଙ୍କାରେ ପେଟ ପାଇଁ ବିକିଲେ ସୁନା ବିକିଲେ ସୁନା
ଶ୍ରୀଲଙ୍କାରେ ପେଟ ପାଇଁ ବିକିଲେ ସୁନା

ପ୍ରାଥମିକ ପରିସ୍ଥିତିରେ ଶ୍ରୀଲଙ୍କା ନାଗରିକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଋଣ ପୈଠ କରିବା ପାଇଁ ଏହି ସୁନା ଅଳଙ୍କାରକୁ ବିକ୍ରି କରୁଛନ୍ତି । ମାର୍ଚ୍ଚର ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରେ ୟୁନାଇଟେଡ ଷ୍ଟେଟସ ଡଲାର(USD) ୫୦ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ୧ ଡଲାରର ମୂଲ୍ୟ ଶ୍ରୀଲଙ୍କା ମୁଦ୍ରାରେ ୨୦୩ ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏହା ୩୨୦ ଟଙ୍କାରେ ପହଞ୍ଚିଛି । ତେବେ ଏ ସମ୍ପର୍କରେ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ସୂଚନା ଦେଇଛି । ଆଜି ଶ୍ରୀଲଙ୍କାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୨ ଲକ୍ଷ ୫୦ ହଜାର ରହିଛି ।

ତେବେ ସୂଚନା ଥାଉ କି ଶ୍ରୀଲଙ୍କାର ବର୍ତ୍ତମାନର ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଏଠାକାର ନାଗରିକ । ସେମାନେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସେପଟେ ଦେଶରେ କୋଭିଡ଼ ମହାମାରୀ ପରେ ଦେଖାଦେଇଛି ଆର୍ଥିକ ସଙ୍କଟ । ଖାଦ୍ୟ, ତୈଳ ଦର ଅହେତୁକ ବୃଦ୍ଧି ପାଇଛି ।

@ANI

Last Updated : Apr 9, 2022, 5:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.