ETV Bharat / international

ମହିଳାଙ୍କ ଉପରେ ଦମନ ନୀତି, ତାଲିବାନ ସଦସ୍ୟଙ୍କ ଭିସାରେ ଆମେରିକାର ପ୍ରତିବନ୍ଧକ

author img

By

Published : Oct 12, 2022, 4:33 PM IST

ତାଲିବାନ ସଦସ୍ୟଙ୍କ ଉପରେ ଭିସା ପ୍ରତବନ୍ଧକ ଲଗାଇଲା ଯୁକ୍ତରାଷ୍ଟ୍ର ଆମେରିକା(restriction on Taliban visas) । ମହିଳାଙ୍କ ବିରୋଧରେ ତାଲିବାନର ଦମନ ନୀତି ଯୋଗୁଁ ଭିସା ପ୍ରତିବନ୍ଧକ ଲଗାଇଛି ଆମେରିକା । ଅଧିକ ପଢ଼ନ୍ତୁ

America restriction on Taliban visas for repressing women and girls
ମହିଳାଙ୍କ ଉପରେ ଦମନ ନୀତି, ତାଲିବାନ ସଦସ୍ୟଙ୍କ ଭିସାରେ ଆମେରିକାର ପ୍ରତିବନ୍ଧକ

ୱାଶିଂଟନ: ତାଲିବାନ ସଦସ୍ୟଙ୍କ ଉପରେ ଭସା ପ୍ରତବନ୍ଧକ ଲଗାଇଲା ଯୁକ୍ତରାଷ୍ଟ୍ର ଆମେରିକା । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ତାଲିବାନର ଦମନ ନୀତି ଯୋଗୁଁ ଭିସା ପ୍ରତବନ୍ଧକ ଲଗାଇଛି ଆମେରିକା । ତ ସହିତ ତାଲିବାନର ନୀତି ସବୁବେଳେ ହିଂସାତ୍ମକ ରହି ଆସିଛି । ଏଭଳି ନୀତିଦ୍ବାରା ମହିଳାଙ୍କ ସ୍ବରକୁ ଚାପି ଦିଆଯାଉଛି ବୋଲି କହିଛନ୍ତି ଆମେରିକା ସରକାରଙ୍କ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍‌ ।

ଆଣ୍ଟୋନୀ ବ୍ଲିଙ୍କେନ୍‌ ଏକ ପ୍ରେସବାର୍ତ୍ତା ଜାରି କରି କହିଛନ୍ତି, "ଆମେରିକା ସରକାର ତାଲିବାନର ସଦସ୍ୟ ତଥା ପୂର୍ବତନ ସଦସ୍ୟଙ୍କ ଭିସା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତାଲିବାନ ଭଳି ଅନ୍ୟାନ ସଂଗଠନର ଭିସା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ଏହି ସମସ୍ତ ସଂଗଠନର ସମର୍ଥନରେ କିମ୍ବା ସହଯୋଗରେ ତାଲିବାନ ହିଂସାତ୍ମକ ନୀତି ପ୍ରଣୟନ କରୁଛି । ଯାହାଦ୍ବାରା ମହିଳାଙ୍କ ସ୍ବରକୁ ଚାପି ଦିଆଯାଉଛି ।"

ତାଲିବାନ ସଦସ୍ୟ ସହ ତାଙ୍କ ପରିବାରବର୍ଗଙ୍କ ଭିସାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ତାଲିବାନ ନୀତି ଯୋଗୁଁ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ତଥା ଉଚ୍ଚ ମାଧ୍ୟାମିକ ଶିକ୍ଷାର ବଞ୍ଚିତ କରାଯାଉଛି । ଯାହା ଦ୍ବାରା ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯାଉଛି । ସେମାନଙ୍କୁ ଶିକ୍ଷାର ଦିଗ ନଦେଖାଇ ସେମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରାଯାଉଥିବା ଆମେରିକା ସରକାରଙ୍କ ସଚିବ ଅଭିଯୋଗ କରିଛନ୍ତି ।

ଆଫଗାନିସ୍ତାନରେ ସରକାର ଗଠନ ବେଳେ ସର୍ବସାଧାରଣରେ ଅନେକ ଆଶ୍ବସନା ଦେଇଥିଲା ତାଲିବାନ । ହେଲେ ଗୋଟିଏ ପରେ ଗୋଟିଏ ନୀତି ନିର୍ଦ୍ଧାରଣ କରି ମହିଳାଙ୍କ ଉପରେ କଠୋର ହୋଇଛି ଏହି ସଂଗଠନ । ବର୍ତ୍ତମାନ ବିଶ୍ବରେ ଆଫଗାନିସ୍ତାନ ହିଁ ଏଭଳି ଏକ ରାଷ୍ଟ୍ର ରହିଛି, ଯେଉଁଠି ମୁକ୍ତ ଭାବରେ ମହିଳାଙ୍କ ଶିକ୍ଷା, ବାକ୍‌ ସ୍ବାଧୀନତା ଉପରେ ରୋକ୍‌ ଲାଗିଛି ।

ଭିସା ଉପରେ ପ୍ରତିବନ୍ଧକ ଜାରି କରିବା ପରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ତାଲିବାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ସରକାର ଆହ୍ବାନ ଦେଇଛନ୍ତି । ଏହାଦ୍ବାରା ଆଫଗାନିସ୍ତାନରେ ସାମାଜିକ ଅଧିକାରୀ କ୍ଷୁର୍ଣ୍ଣ ହେବାରୁ ରକ୍ଷା କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.