ETV Bharat / international

ଯୁଦ୍ଧରେ ପରିବାରକୁ ହରାଇଥିଲେ ପାଲେଷ୍ଟାଇନ ସାମ୍ବାଦିକ, ଏବେ ଏୟାର ଷ୍ଟ୍ରାଇକରେ ଆଉ ଜଣେ ପୁଅ ମୃତ

author img

By ETV Bharat Odisha Team

Published : Jan 7, 2024, 10:04 PM IST

Al Jazeera journalist son killed: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପରିବାରକୁ ହରାଇଥିବା ପାଲେଷ୍ଟାଇନ ସାମ୍ବାଦିକଙ୍କ ଆଉ ଜଣେ ପୁଅ ମୃତ । ଅଧିକ ପଢନ୍ତୁ

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପରିବାରକୁ ହରାଇଥିଲେ ସାମ୍ବାଦିକ, ଏବେ ଆକ୍ରମଣରେ ଆଉ ଜଣେ ସଦସ୍ୟଙ୍କ ମୃତ୍ୟୁ

ହାଇଦ୍ରାବାଦ: ଗାଜାରେ ଇସ୍ରାଏଲ ବାୟୁସେନାର ଏୟାର ଷ୍ଟ୍ରାଇକରେ ଅଲଜିଜିରା ଟିଭିର ସାମ୍ବାଦିକ ୱେଲ ଦୋହଦୋହଙ୍କ ପରିବାର 4 ସଦସ୍ୟଙ୍କ ମୃତ୍ୟୁ ହେବା ଘଟଣା ସାରା ବିଶ୍ବକୁ ସ୍ତବ୍ଦ କରିଦେଇଥିଲା । ଆକ୍ରମଣରେ ୱେଲ ଦୋହଦୋହଙ୍କ ପତ୍ନୀ, 2 ପୁଅ ଓ ନାତିଙ୍କ ଏକକାଳୀନ ମୃତ୍ୟୁ ହୋଇଥିଲା । ଆଜି ଇସ୍ରାଏଲ ବାୟୁସେନାର ଏୟାର ଷ୍ଟ୍ରାଇକରେ ତାଙ୍କର ଅନ୍ୟ ଜଣେ ପୁଅ ପ୍ରାଣ ହରାଇଛନ୍ତି । ୱେଲ ଦୋହଦୋହ ଜଣେ ଟିଭି ସାମ୍ବାଦିକ । ସେ ପାଲେଷ୍ଟାଇନ ନାଗରିକ ହୋଇଥିବା ବେଳେ ଗାଜାର ଅଧିବାସୀ । ଯୁଦ୍ଧ ଆରମ୍ଭରୁ ସେ ଗାଜାରେ ଇସ୍ରାଏଲ ସେନାର ପ୍ରବଳ ଆକ୍ରମଣ ଓ ସାଧାରଣ ଲୋକଙ୍କ ପ୍ରାଣହାନୀ ସମ୍ପର୍କରେ ରିପୋର୍ଟିଂ କରିଥିଲେ । ସେ ଯୁଦ୍ଧ ଅଞ୍ଚଳରୁ ନିର୍ଭୀକତାର ସହ ରିପୋର୍ଟିଂ ଜାରି ରଖିଥିବା ବେଳେ ଗାଜା ପଟିରେ ଥିବା ତାଙ୍କର ପରିବାର ରହୁଥିବା ବିଲ୍ଡିଂରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ବାୟୁସେନା ।

ଏଥିରେ ୱେଲ ଦୋହଦୋହଙ୍କ ପତ୍ନୀ, ଦୁଇ ପୁଅ ଓ ନାତି ସମେତ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ କିଛି ସମ୍ପର୍କୀୟ ଗୁରୁତର ମଧ୍ୟ ହୋଇଥିଲେ । ପ୍ରେସ ଜ୍ୟାକେଟ ପିନ୍ଧି ଓ ହାତରେ ବୁମ ଧରି ସେ ଓ୍ବାରଜୋନରୁ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପାଇଥିଲେ । ଯାହା ରିପୋର୍ଟିଂ ମଧ୍ୟରେ ରେକର୍ଡ ହୋଇଥିଲା । ସେତେବେଳେ ଏହି ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ବିଭିନ୍ନ ଆଡୁ ସାମ୍ବାଦିକ ୱେଲ ଦୋହଦୋହଙ୍କ ପ୍ରତି ସମ୍ବେଦନା ପ୍ରକାଶ ପାଇଥିଲା । ପରିବାର ସଦସ୍ୟଙ୍କୁ ହରାଇବା ପରେ ମଧ୍ୟ ସେ ଓ୍ବାରଜୋନରେ ରିପୋର୍ଟିଂ ଜାରି ରଖିଖିଲେ । ଆଜି ଆଉ ଜଣେ ପୁଅଙ୍କର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ :- 9ରେ ଶାହଙ୍କ ଜମ୍ମୁ କାଶ୍ମୀର ଗସ୍ତ, ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ର କରିବେ ଶୁଭାରମ୍ଭ

ତେବେ ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରୁଥିବା ବହୁ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି । ନିକଟରେ ଲେବନନରେ ଖବର ସଂଗ୍ରହ କରୁଥିବା ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ର ସାମ୍ବାଦିକ ଇସାମ ଅବଦୁଲ୍ଲହା ମଧ୍ୟ ପ୍ରାଣ ହରାଇଥିଲେ । କେବଳ ସାମ୍ବାଦିକ ନୁହନ୍ତି ବରଂ ଜାତିସଂଘ ଓ ରେଡକ୍ରସର ବହୁ ସ୍ବେଚ୍ଛାସେବୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏବେ ମଧ୍ୟ ଉତ୍ତର-ଗାଜାରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.