ETV Bharat / international

ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ଆଗ୍ରାର ଆଲୋକ ଶର୍ମା

author img

By

Published : Sep 8, 2022, 1:15 PM IST

ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା । ଜାଣନ୍ତୁ ତାଙ୍କ ସମ୍ପର୍କରେ

ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ଆଗ୍ରାର ଆଲୋକ ଶର୍ମା
ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ଆଗ୍ରାର ଆଲୋକ ଶର୍ମା

ଲକ୍ଷ୍ନୌ: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ(Britain PM Liz Truss) କ୍ୟାବିନେଟର ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା(Alok Sharma) । ମୂଳ ଭାରତୀୟ ଆଲୋକ ବ୍ରିଟେନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ତାଙ୍କୁ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ COP26ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ମଧ୍ୟ ସେ ଏହି ପଦବୀରେ ଅଧିଷ୍ଠିତ ଥିଲେ । ସେହିପରି ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାଭରମ୍ୟାନଙ୍କୁ(Suella Braverman) ବ୍ରିଟେନର ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଆଲୋକ ଶର୍ମା ଘର ଉତ୍ତରପ୍ରଦେଶର ଆଗ୍ରାରେ । ତାଙ୍କ ଦାଦାଙ୍କ ପରିବାର ଏବେ ଆଗ୍ରାର କୋଠି ମୀନା ବଜାର ଅଞ୍ଚଳରେ ରହୁଛନ୍ତି । ତାଙ୍କର ଅଲ୍ଲୀଗଡ ସହ ମଧ୍ୟ ଗଭୀର ସଂପର୍କ ରହିଛି । ୧୯୬୭ ମସିହା ସେପ୍ଟେମ୍ବର ୭ ତାରିଖରେ ଆଲୋକ ଶର୍ମାଙ୍କ ଜନ୍ମ । ୧୯୭୨ ମସିହାରେ ତାଙ୍କର ବାପାମାଆ ଭାରତ ଛାଡି ବ୍ରିଟେନ ଚାଲି ଯାଇଥିଲେ । ବ୍ରିଟେନର ଅର୍ଲି ଏବଂ ହ୍ବାଇଟ୍‌ଲି ଉଡ୍(Whiteley wood) ଠାରେ ତାଙ୍କର ଲାଲନ ପାଳନ ହୋଇଥିଲେ । ୧୯୮୮ ମସିହାରେ ସେ Salford Universityରୁ ଆପ୍ଲାଇଡ ଫିଜିକ୍ସ(Applied physics)ରେ ବିଏସସି କରିଥିଲେ । ଶର୍ମା ଚାଟାର୍ଡ ଆକାଉଣ୍ଟେନ୍ସି ମଧ୍ୟ ଅଧ୍ୟୟନ କରିଛନ୍ତି । ଏହାପରେ ୨୦୧୦ରେ ରିଡିଙ୍ଗ ୱେଷ୍ଟରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ ।

ଆଗ୍ରା ଜନ୍ମିତ ଆଲୋକ ଶର୍ମା, ବୋରିସ ଜନସନଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଟେରେସାଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ । ୨୦୧୬ରେ ତତ୍କାଳୀନ ପିଏମ୍ ଟେରେସା ଆଲୋକ ଶର୍ମାଙ୍କୁ ବୈଦେଶିକ ଓ ରାଷ୍ଟ୍ରମଣ୍ଡଳ କାର୍ଯ୍ୟାଳୟରେ ପାର୍ଲାମେଣ୍ଟ୍ରି ଆଡିଶନାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଏହାପରେ ୨୦୧୭ରେ ସେ ଗୃହ ଏବଂ ଯୋଜନା ମନ୍ତ୍ରୀ ହୋଇଥିଲେ । ପୁନର୍ବାର ୨୦୧୮ରେ ତାଙ୍କୁ ନିଯୁକ୍ତି ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟନ ହେଲେ ନ୍ୟୁୟର୍କ ଜିଲ୍ଲା ଜଜ, ମନୋନୀତ କଲେ ବାଇଡେନ

ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କ ସ୍ଥାନରେ ସୁଏଲ ବ୍ରାଭରମ୍ୟାନ(Suella Braverman) ଗୃହମନ୍ତ୍ରୀ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ନିଯୁକ୍ତି ପରେ ସେ ଗୃହ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି । ବୋରିସ ଜନସନଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରୀତି ପଟେଲ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.