ETV Bharat / international

ସପ୍ତାହେ ନହେଉଣୁ ପୁଣି ଥରିଲା ତୁର୍କୀ, ତୀବ୍ରତା ୪.୭ ରେକର୍ଡ: ମୃତ୍ୟୁ ସଂଖ୍ୟା ୩୪ ହଜାର ପାର - ତୁର୍କୀ ଭୂକମ୍ପ ଖବର

ଗୋଟିଏ ସପ୍ତାହ ମଧ୍ୟରେ ପଞ୍ଚମଥର ପାଇଁ ପୁଣି ଭୂକମ୍ପରେ ଥରିଛି ତୁର୍କୀ । ରବିବାର ବିଳମ୍ବିତ ରାତିରେ ତୁର୍କୀର ଦକ୍ଷିଣାଞ୍ଚଳରେ ରହିଥିବା କାରହମନମାରସରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Turkey quake
Turkey quake
author img

By

Published : Feb 13, 2023, 7:26 AM IST

ଅଙ୍କାରା: ତୁର୍କୀ ଉପରେ କୋପ କରିଛି ପ୍ରକୃତି । ଥରେକି ଦୁଇଥର ନୁହେଁ ଲଗାତାର ଭୂକମ୍ପରେ ଥରୁଛି ସହର । ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପ ତାଣ୍ଡବକୁ ଏକ ସପ୍ତାହ ବିତିନଥିବା ବେଳେ ପୁଣି ଆଉ ଏକ ଭୂକମ୍ପରେ ଥରିଛି । ରବିବାର ପୁଣି ସିରିଆରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତୁର୍କୀର ଦକ୍ଷିଣାଞ୍ଚଳରେ ରହିଥିବା କାରହମନମାରସରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ପ୍ରକାଶଥାଉକି ଗତ ଫେବୃଆରୀ ୬ ତାରିଖରେ ଏକ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ ।

ସୂଚନାଅନୁସାରେ, ରବିବାର ବିଳମ୍ବିତ ରାତିରେ ତୁର୍କୀ କାରହମନମାରସର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବିଳମ୍ବିତ ରାତି ପ୍ରାୟ ୧୨.୦୩ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ୧୫.୭ ରେକର୍ଡ କରାଯାଇଛି ।

ଗତ ୬ ତାରିଖ ଦିନ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି ।

ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ତେବେ ବୋଝ ଉପରେ ନଳିତା ବିଡା ଭଳି ସେହିଦିନ ଅପରାହ୍ନରେ ପୁଣିଥରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ମଧ୍ୟ 7.5 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ସ୍ଥିତି ଏତେ ଗମ୍ଭୀର ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାରକାର୍ଯ୍ୟ ସରିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: ଏବେ ବି ଧ୍ୱଂଶ ସ୍ତୁପ ତଳେ ଅନେକ ଜୀବନ, ତୁର୍କୀ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ

ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୩୪ ହଜାର ପାର କରିଛି । ରବିବାର ସୁଦ୍ଧା ୩୪ହଜାର ୧୭୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ କେବଳ ତୁର୍କୀରେ ୨୯ ହଜାର ୬୦୫ଜଣ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକ ଫସି ରହିଥିବା ବେଳଏ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଏହାରି ଭିତରେ ଅନେକ ଭାରତୀୟ ମଧ୍ୟ ଫସି ରହିଥିବା ଜଣାପଡିଥିବା ବେଳେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ତେବେ ତୁର୍କୀରେ ଶୀଘ୍ର ଏୟାରପୋର୍ଟ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ ବୋଲି ତୁର୍କୀର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ତୁର୍କୀରେ ବିପଦ ସମୟରେ ଆନେକ ଦେଶ ସହାୟତାର ହାତ ବଢ଼ଇଛନ୍ତି । ଆର୍ମେନିଆରୁ ମାନବିକ ସହାୟତା ନେଇ ଟ୍ରକ ଗୁଡ଼ିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ ମୁହାଁ ହୋଇଛି । ଭାରତ ମଧ୍ୟ ଅପରେସନ ଦୋସ୍ତ ଦ୍ବାରା ତୁର୍କୀକୁ ସହାୟତା କରୁଛି । ଆଜି ସକାଳୁ ସକାଳୁ ସିକିମରେ ମଧ୍ୟ ଭୂକମ୍ପ ହୋଇଛି । ତୀବ୍ରତା ୪.୩ ରେକର୍ଡ କରାଯାଇଛି । ତେବେ କ୍ଷତକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.