ETV Bharat / international

Sri Lanka Crisis: ଅଶାନ୍ତ ଶ୍ରୀଲଙ୍କା, କାମଚଳା ରାଷ୍ଟ୍ରପତିଙ୍କ ଏମରଜେନ୍ସି ଘୋଷଣା - ପୁଣି ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି

ଅଶାନ୍ତ ରହିଛି ଶ୍ରୀଲଙ୍କା । ଜନତାଙ୍କ ଆକ୍ରୋଶ ଥମିବାରେ ନାଁ ନେଉନାହିଁ । ଏହାରି ଭିତରେ ପୁଣି ଦେଶରେ ଜରୁରୀ ପରିସ୍ଥିତି ଲାଗିଛି । ଅଧିକ ପଢନ୍ତୁ

ଅଶାନ୍ତ ଶ୍ରୀଲଙ୍କା, କାମଚଳା ରାଷ୍ଟ୍ରପତିଙ୍କ ଏମରଜେନ୍ସି ଘୋଷଣା

author img

By

Published : Jul 18, 2022, 9:53 AM IST

କଲମ୍ବୋ: ଅଶାନ୍ତ ରହିଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଉଗ୍ର ରୂପ ନେଇଛି । ଜନତାଙ୍କ ଆକ୍ରୋଶ ଥମିବାରେ ନାଁ ନେଉନାହିଁ । ଚାରିଆଡେ ହିଂସାତ୍ମକ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ପୁଣି ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । କାମଚଳା ରାଷ୍ଟ୍ରପତି ରାନିଲ୍‌ ୱିକ୍ରମସିଂଘେ ପୁଣି ଥରେ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି ।

କାମଚଳା ରାଷ୍ଟ୍ରପତିଙ୍କ ଏମରଜେନ୍ସି ଘୋଷଣା
କାମଚଳା ରାଷ୍ଟ୍ରପତିଙ୍କ ଏମରଜେନ୍ସି ଘୋଷଣା

ପରିସ୍ଥିତି ଅଣାୟତ୍ତ ରହିଥିବାର ଦେଖି ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପୁଣି ଥରେ ଦେଶରେ ଜାରି ହୋଇଛି ଜରୁରୀ ପରିସ୍ଥିତି । ଆଜି ପୁନର୍ବାର ଅଶାନ୍ତ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇସାରିଛନ୍ତି ଗୋଟାବାୟା ରାଜପକ୍ଷେ । ସେ ଶ୍ରୀଲଙ୍କା ଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ । ଏହାପରେ ସେଠାରୁ ସିଙ୍ଗାପୁର ଗସ୍ତ କରିଥିଲେ । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ବିଧିବଦ୍ଧ ଭାବରେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ । ଦେଶରେ ରାଜନୈତିକ ସଙ୍କଟ ଦେଖାଦେବା ପରେ ଲଗାତରା ଗୋଟାବାୟାଙ୍କ ଇସ୍ତଫା ଦାବି କରି ଆସୁଥିଲେ ଆନ୍ଦୋଳନକାରୀ ।

ତୀବ୍ର ଆନ୍ଦୋଳନ କରି ରାଷ୍ଟ୍ରପତିଙ୍କ ବାସଭବନକୁ କବ୍‌ଜା କରିଥିଲେ ପ୍ରଦର୍ଶନକାରୀ । ଗୋଟାବାୟାଙ୍କ ଦୁର୍ନୀତି ଓ ଭୁଲ ନୀତି ଯୋଗୁଁ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖା ଦେଇଥିବା ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ । ସେପଟେ ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ ଗୋଟାବାୟା । ଏହାପରେ ରାନିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ସେନାକୁ ଯେକୌଣସି ନିଷ୍ପତ୍ତି ନେବାକୁ ପୂର୍ଣ୍ଣ ସ୍ବାଧୀନତା ପାଇଥିଲା ।

ଆର୍ଥିକ ଓ ରାଜନୈତିକ ସଂଙ୍କଟ ପାଇଁ ଲୋକଙ୍କ ସ୍ଥିତି ବେହାଲ ହୋଇପଡିଛି । ସାଙ୍ଘାତିକ ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଲୋକ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିବାରେ ଲାଗିଛି । ଦୁଇମୁଠା ଖାଇବା ବି ମୁସ୍କିଲ ହୋଇଛି । ସ୍ଥିତି ବେଳକୁ ବେଳ ସଙ୍ଗୀନ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.