ETV Bharat / international

ମାଲବାହୀ ଟ୍ରେନ ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ: ୩୨ ମୃତ, ୮୫ ଆହତ - ଗ୍ରୀସ ଟ୍ରେନ ଦୁର୍ଘଟଣା

ମାଲବାହୀ ଟ୍ରେନ ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ । ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ରୁ ଅଧିକ ଯାତ୍ରୀ ଆହତ । ଅଧିକ ପଢନ୍ତୁ

ଗ୍ରୀସରେ ଭୟଙ୍କର ଟ୍ରେନ ଦୁର୍ଘଟଣା
ଗ୍ରୀସରେ ଭୟଙ୍କର ଟ୍ରେନ ଦୁର୍ଘଟଣା
author img

By

Published : Mar 1, 2023, 10:11 AM IST

Updated : Mar 1, 2023, 11:34 AM IST

ଏଥେନ୍ସ: ଗ୍ରୀସରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ସହ ଧକ୍କା ହେଲା ପାସେଞ୍ଜର ଟ୍ରେନ । ଏଥିରେ ଅତିକମରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆଜି(ବୁଧବାର) ସକାଳେ ଗ୍ରୀସ୍‌ ରାଜଧାନୀ ଏଥେନ୍ସ ଠାରୁ ୩୮୦ କିଲୋମିଟର ଦୂର ଲାରିସା ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନ ପରସ୍ପର ଧକ୍କା ହେବା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ଅତିକମରେ ତିନୋଟି ବଗିରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ସଂସ୍ପର୍ଶରେ ଆସିବା ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ପାସେଞ୍ଜର ଟ୍ରେନ ଗ୍ରୀସର ଆଥେନ ସହରରୁ ପ୍ରାୟ ୩୫୦ ଯାତ୍ରୀଙ୍କ ନେଇ ଥେସାଲୋନିକି ଅଭିମୁଖେ ଯାଉଥିଲା । ଏହି ସମୟରେ ଏଥେନ୍ସ ଠାରୁ ୩୮୦ କିଲୋମିଟର ଦୂର ଲାରିସାର ଟେମ୍ପେ ନିକଟରେ ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରେନର ପ୍ରାୟ ତିନୋଟି ବଗିରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା । ସେହିପରି ଅନେକ ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଟ୍ରେନ ଭିତରୁ ଆହତମାନଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୨ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ହସ୍ପିଟାଲଗୁଡିକ ମଧ୍ୟ ଆଲର୍ଟ ରହିଛନ୍ତି । ଏନେଇ କେନ୍ଦ୍ରୀୟ ଥେସାଲିର ଗଭର୍ଣ୍ଣର କୋଷ୍ଟାସ ଅଗୋରଷ୍ଟୋସ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା । ଏହାକୁ ବର୍ଣ୍ଣନା କରିବା ସହଜ ନୁହେଁ ।

ଏହାମଧ୍ୟ ପଢନ୍ତୁ: ୨୪ ଘଣ୍ଟାରେ ଦୁଇଥର ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୦

ତେବେ ଦୁର୍ଘଟଣାରେ ଟ୍ରେନର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ଟ୍ରେନର ଅବଶେଷାଂଷ ତଳେ ଅନେକ ଯାତ୍ରୀ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଛି । ତେଣୁ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସେନା ସହ ଯୋଗାଯୋଗ କରାଯାଉଥିବା ସରକାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯେଉଁ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି ସେମାନଙ୍କୁ ବସ୍ ଯୋଗେ ଥେସାଲୋନିକି ପଠାଯାଇଛି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Last Updated : Mar 1, 2023, 11:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.