ETV Bharat / international

କ୍ଲାସ୍‌ରୁମ୍‌ ଭିତରେ ଅତର୍କିତ ଗୁଳି ଚଳାଇଲା ଛାତ୍ର, 9 ମୃତ

author img

By

Published : May 3, 2023, 4:27 PM IST

ସର୍ବିଆର ଏକ ସ୍କୁଲରେ ଅତର୍କିତ ଗୁଳି ଚଳାଇଲା ଛାତ୍ର । 8 ଛାତ୍ରଛାତ୍ରୀଙ୍କ ସମେତ ମୋଟ 9 ମୃତ । ଶିକ୍ଷକ ମଧ୍ୟ ଗୁରୁତର । ଅଧିକ ପଢନ୍ତୁ

ସ୍କୁଲରେ ଶିକ୍ଷକ ଓ ସହପାଠୀଙ୍କୁ ଅତର୍କିତ ଗୁଳି ଚଳାଇଲା ଛାତ୍ର: 9 ମୃତ

ହାଇଦ୍ରାବାଦ: ସର୍ବିଆର ଏକ ସ୍କୁଲରେ ନିଜ ଶିକ୍ଷକ ଓ ସହପାଠୀଙ୍କ ଉପରେ ଅତର୍କିତ ଗୁଳି ଚଳାଇଛି ଜଣେ ଛାତ୍ର । ଏଥିରେ 8 ଛାତ୍ରଛାତ୍ରୀ ଓ ଜଣେ ସୁରକ୍ଷା ଗାର୍ଡଙ୍କ ମିଶାଇ ମୋଟ 9ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ଶିକ୍ଷକ ମଧ୍ୟ ଗୁଳିମାଡରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବେଲଗ୍ରେଡରେ ଥିବା ଏକ ସ୍କୁଲ ପରିସରରେ ଆଜି ଏହି ଘଟଣା ଘଟିଛି । ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇଛି । ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାର ବୟସ ମାତ୍ର 16 ବର୍ଷ ହୋଇଥିବା ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଛାତ୍ରଜଣଙ୍କ ଉକ୍ତ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛି । ହେଲେ ହଠାତ ଆଜି କ୍ଲାସ ଚାଲିଥିବା ବେଳେ ପିସ୍ତଲ ବାହାର କରି ଶିକ୍ଷକଙ୍କ ଉପରେ ଗୁଳିମାଡ କରିଥିଲା । ପରେ ସେ କ୍ଲାସରୁମରେ ଥିବା ନିଜ ସହପାଠୀଙ୍କ ମଧ୍ୟରେ ଅନ୍ଧାଧୂନ ଗୁଳି ଚଳାଇଥିଲା । ଏଥିରେ କ୍ଲାସରେ ଥିବା 8 ଛାତ୍ର ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ ସ୍କୁଲରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ସ୍କୁଲକୁ ଖାଲି କରାଯିବା ସହ ସାମୟିକ ବନ୍ଦ ମଧ୍ୟ ରଖାଯାଇଛି । ହେଲେ ଅଭିଯୁକ୍ତ ନାବାଳକ ଜଣକ କାହିଁକି ଏପରି କଲା, ସେ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁଳିକାଣ୍ଡ ଘଟାଇଥିବା ଏହି ଅଭିଯୁକ୍ତ ସେହି ସ୍କୁଲ୍‌ରେ ସପ୍ତମ ଶ୍ରେଣୀର ଛାତ୍ର । ସେ ଏପରି କାହିଁକି କଲା ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇନି ପୋଲିସ । ଅନ୍ୟ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କର ଚିକିତ୍ସା ଜାରି ରହିଛି । ତେବେ ଆମେରିକା ପରି ସର୍ବିଆରେ ପିସ୍ତଲ କିମ୍ବା ଅନ୍ୟ ମାରଣାସ୍ତ୍ର ଲାଇସେନ୍ସ ପାଇବା ଏତେ ସହଜ ବ୍ୟାପାର ନୁହେଁ । ଏଠାରେ ଆର୍ମ ଲାଇସେନ୍ସ ପାଇଁ ପ୍ରକ୍ରିୟା ବଡ ଜଟିଳ । ତେଣୁ ଏଠାରେ ଅନ୍ୟ ଇୟୁରୋପୀୟ ଦେଶ ପରି ବାରମ୍ବାର ଅତର୍କିତ ଗଳୁମାଡ ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳିନଥାଏ । ହେଲେ ଆଜି ଏହି ଗୁଳିକାଣ୍ଡ କାହିଁକି ଜଣେ ନାବାଳକ ଛାତ୍ର ଘଟାଇଲା, ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରତି ଆକ୍ରୋଶମୂଳକ ଭାବେ ଛାତ୍ରଜଣଙ୍କ ଏପରି କରିଥବା ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.