ETV Bharat / international

ଉତ୍ତର କୋରିଆରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ

author img

By

Published : May 13, 2022, 2:30 PM IST

ଉତ୍ତର କୋରିଆରୁ କୋରୋନା ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ କିମ୍‌ ଜୋଙ୍ଗ୍‌ ଉନ୍‌ । ତେବେ ଆଜି(ଶୁକ୍ରବାର) ଜ୍ବରରେ ଆକ୍ରାନ୍ତ ହୋଇ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ

ଉତ୍ତର କୋରିଆରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ
ଉତ୍ତର କୋରିଆରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ

ପାଙ୍ଗଙ୍ଗ୍: ଉତ୍ତର କୋରିଆରୁ କୋରୋନା ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ କିମ୍‌ ଜୋଙ୍ଗ୍‌ ଉନ୍‌ । ତେବେ ଆଜି(ଶୁକ୍ରବାର) ଜ୍ବରରେ ଆକ୍ରାନ୍ତ ହୋଇ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ ଆସିଛି । ଏନେଇ ଉତ୍ତର କୋରିଆ ସୂଚନା ଦେଇଥିବା ନେଇ ଗତକାଲି(ଗୁରବାର) ଏକ ରାଷ୍ଟ୍ରିୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲରୁ ଏକ ପ୍ରକାର ଜ୍ବର ସାରା ଦେଶରେ ବ୍ୟାପୁଛି । ଏହି ଜ୍ବରରେ ପୀଡିତ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଜଣେ ଓମିକ୍ରନର ଉପପ୍ରଜାତି BA2 ପଜିଟିଭ୍‌ ଚିହ୍ନଟ ହୋଇଥିଲେ(BA.2 sub-variant of Omicron) । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୮୭,୮୦୦ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩୫୦,୦୦୦ ବ୍ୟକ୍ତିଙ୍କ ଠାରେ ଜ୍ବରର ଲକ୍ଷଣ ପ୍ରକାଶ ପାଇଛି । ଏଯାବତ୍‌ ପ୍ରାୟ ୧୬୨,୨୦୦ ବ୍ୟକ୍ତିଙ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

ଗତକାଲି(ଗୁରବାର) ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ କିମ୍‌ ଜୋଙ୍ଗ୍‌ ଉନ୍‌ ।କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି ଯେ, ସ୍ବଳ୍ପ ସମୟ ମଧ୍ୟରେ କୋରୋନା ଭୂତାଣୁର ମୂଳୋତ୍ପାଟନ ହେଉଛି ଜରୁରୀ ପରିସ୍ଥିତି ଘୋଷଣାର ଲକ୍ଷ୍ୟ । ତେଣୁ ଲକଡାଉନ ଘୋଷଣା କରାଯାଇଛି । ଏହାସହ କିମ୍‌ ଜୋଙ୍ଗ୍‌ ଉନ୍‌ ମଙ୍ଗଳବାର ଦିନ ଆଣ୍ଟି ଭାଇରସ କମାଣ୍ଡ୍‌ ସେଣ୍ଟର ପରିଦର୍ଶନ କରିଥିଲେ।

ଏହା ମଧ୍ୟ ପଢନ୍ତୁ: COVID-19: ଉତ୍ତର କୋରିଆରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାରୁ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା

ଅନ୍ୟପଟେ ଉତ୍ତର କୋରିଆକୁ ଟିକା ପଠାଇବାର କୌଣସି ଯୋଜନା ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଜେନ୍‌ ସାକି ଗୁରୁବାର ଦିନ କହିଛନ୍ତି। ସେ କହିଛନ୍ତି ଯେ, କୋଭାକ୍ସ ଠାରୁ ଟିକା ଅନୁଦାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ବାରମ୍ବାର ମନା କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.