ବେଜିଂ: ଚୀନରେ କୋଠା ଭୁଶୁଡି ୫୩ ମୃତ । ଗତ ଏପ୍ରିଲ ମାସରେ ଏହି କୋଠା ଭୁଶୁଡି ଥିବା ବେଳେ ଗତକାଲି ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ତେବେ ସ୍ଥାନୀୟ ମିଡିଆ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଠା ଭୁଶୁଡି ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ୧୦ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏନେଇ ଅଧିକାରୀ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିଖୋଜ ଥିବା ବ୍ୟକ୍ତିଙ୍କୁ ସକାଳ ୩ଟା ସୁଦ୍ଧା ଉଦ୍ଧାର କରାଯାଇଛି ।
ସୂଚନାଅନୁସାରେ, ଚୀନର ଚାଙ୍ଗେଶା ସହରରେ ଗତ ଏପ୍ରିଲ ୨୯ ତାରିଖ ଦିନ ହଠାତ୍ କୋଠା ଭୁଶୁଡି ଯାଇଥିଲା । ତେବେ ବିଲ୍ଡିଂ କୋଡକୁ ଅଣଦେଖା କରିବା କିମ୍ବା ଆଇନ ଉଲ୍ଲଂଘନ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୯ ଜଣକୁ ଗିରଫ କରାଯାଇଛି । ବଞ୍ଚିଥିବା ଲୋକଙ୍କୁ ଅନେକ ଦିନ ଧରି ଅଳିଆ ଗଦାରୁ ବାହାର କରାଯାଇଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ କୋଠା ମାଲିକ, ନିର୍ମାତାଙ୍କ ସହ ଅନ୍ୟାନ୍ୟ ଯନ୍ତ୍ରୀ ଗିରଫ ହୋଇଛନ୍ତି ।
ଏହି ବିଲଡିଂରେ ହୋଟେଲ, କାଫେ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ରହିଥିଲା । ଉଦ୍ଧାରକାରୀଦଳ ଅନୁସନ୍ଧାନକାରୀ କୁକୁର, ହାତ ଉପକରଣ, ଡ୍ରୋନ୍ ଏବଂ ଇଲେକ୍ଟ୍ରୋନିକ୍ ଲାଇଫ୍ ଡିଟେକ୍ଟର ମାଧ୍ୟମରେ ଆହତଙ୍କୁ ଉଦ୍ଧାର କରିଥିଲେ ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ୮ ଜଣକୁ ଉଦ୍ଧାର କରାଯାଇଥିଲା । କୋଠାତଳେ ଚାପିରହିଥିବା କାରଣରୁ ସେମାନଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଗତ କିଛି ଦିନ ମଧ୍ୟରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚୀନରେ ଅନେକ କୋଠା ଭୁଶୁଡି ଅନେକଙ୍କ ଜୀବନ ଯାଇଛି ।