ETV Bharat / international

ଆମେରିକାରେ ପୁଣି ଗୁଳିମାଡ: ପୋଲିସ ସମେତ ୫ ମୃତ

author img

By

Published : Oct 14, 2022, 9:25 AM IST

Updated : Oct 14, 2022, 11:42 AM IST

ଆମେରିକାର ଉତ୍ତର କାରୋଲିନା ସହରରେ ଗୁଳିମାଡ । ପୋଲିସ ଅଧିକାରୀଙ୍କ ସମେତ ୫ ମୃତ । ଅଧିକ ପଢନ୍ତୁ

ଆମେରିକାରେ ପୁଣି ଗୁଳିମାଡ: ପୋଲିସ ସମେତ ୫ ମୃତ
ଆମେରିକାରେ ପୁଣି ଗୁଳିମାଡ: ପୋଲିସ ସମେତ ୫ ମୃତ

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି । ଗତକାଲି(ଗୁରୁବାର) ଅପରାହ୍ନରେ ଆମେରିକାର ଉତ୍ତର କାରୋଲିନା ସହରରେ ଗୁଳିମାଡ ହୋଇଛି(North Carolina shooting) । ଏଥିରେ ସମୁଦାୟ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ଥିବାର ସୂଚନା ମିଳିଛି । ଏହି ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଉତ୍ତର କାରୋଲିନାର ନୁଜ୍ ରିଭର୍ ଗ୍ରୀନୱେ(Neuse River Greenway) ସ୍ଥିତ ଆବାସିକ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିଲା । ଜଣେ ବନ୍ଧୁକଧାରୀ ଲୋକମାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲା । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅଫ୍ ଡ୍ୟୁଟି ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ମେୟର ମାରି-ଆନ ବାଲ୍ଡୱିନ(Mary-Ann Baldwin) ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରି ହେପାଜତକୁ ନେଇଥିବା ସୂଚନା ମିଳିଛି ।

ସର୍ବସାଧାରଣ ସ୍ଥାନରେ ଏଭଳି ଗୁଳିମାଡ ଘଟଣା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି । ନିକଟ ଅତୀତରେ ଦେଶରେ ସାଧାରଣ ଲୋକଙ୍କ ଉପରେ ଏପରି ଅନେକ ଆକ୍ରମଣ ହୋଇଛି । ଗୁଳିକାଣ୍ଡ ଘଟଣାରେ ଆଜି ପର୍ଯ୍ୟନ୍ତ ଦେଶରେ ୩୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରୁ ଜଣାପଡିଛି ।

Last Updated : Oct 14, 2022, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.