ETV Bharat / international

ୟୁରୋପୀୟ ଦେଶରେ ହମାସ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, 4 ଗିରଫ - ହମାସ ଇସ୍ରାଏଲ ଯୁଦ୍ଧ

4 Hamas members arrested in Europe: ୟୁରୋପୀୟ ଦେଶରେ ଇହୁଦୀମାନଙ୍କ ଉପରେ ଆକ୍ରମଣ ପାଇଁ ହମାସର ଷଡଯନ୍ତ୍ର ପଣ୍ଡ ! ଜର୍ମାନ ଓ ନେଦରଲ୍ୟାଣ୍ଡରୁ 4 ହମାସ ଆତଙ୍କୀ ଗିରଫ ! ଅଧିକ ପଢନ୍ତୁ

Hamas members arrested
ୟୁରୋପୀୟ ଦେଶରେ ହମାସ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ
author img

By ETV Bharat Odisha Team

Published : Dec 15, 2023, 9:04 AM IST

ବର୍ଲିନ: ୟୁରୋପରେ ଆତଙ୍କୀ ହାମଲା କରିବା ପାଇଁ ଯୋଜନା କରୁଛି ଗାଜାର ଆତଙ୍କୀ ସଂଗଠନ ହମାସ ! ନେଦରଲ୍ୟାଣ୍ଡ ଓ ଜର୍ମାନୀରୁ 4 ଜଣ ହମାସ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଇହୁଦୀ ସଂସ୍ଥା ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛନ୍ତି ଜର୍ମାନ ଓ ଡଚ୍‌ ସୁରକ୍ଷାକର୍ମୀ । ଜଣେ ନେଦରଲ୍ୟାଣ୍ଡରୁ ଓ ଅନ୍ୟ 3 ଜଣ ଜର୍ମାନରୁ ଗିରଫ ହୋଇଛନ୍ତି । ଜର୍ମାନରୁ ଗିରଫ ହୋଇଥିବା 3 ଜଣଙ୍କ ମଧ୍ୟରେ 2 ଜଣ ଲେବାନିଜ ନାଗରିକ ହୋଇଥିବା ବେଳେ ଜଣେ ଇଜିପ୍ଟର ନାଗରିକ ହୋଇଥିବା ଜଣାପଡ଼ିଛି । ନେଦରଲ୍ୟାଣ୍ଡରୁ ଧରାପଡ଼ିଥିବା ଆତଙ୍କୀ ସଂଗଠନ ଡଚ୍‌ ନାଗରିକ ହୋଇଥିବା ଜଣାପଡିଛି । ତେବେ ଏନେଇ 2 ଦେଶର ସୁରକ୍ଷାକର୍ମୀଙ୍କ ତଦନ୍ତ ଜାରି ରହିଛି ।

ଜର୍ମାନ ଆଭ୍ୟନ୍ତରୀଣ ମନ୍ତ୍ରୀ ନାନ୍ସି ଫେଜାର ଏନେଇ ଜର୍ମାନ ଓ ଡଚ ସୁରକ୍ଷାକର୍ମୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, ଇହୁଦୀମାନଙ୍କ ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଅଟେ । ଆମେ ଇହୁଦୀ ଓ ଇସ୍ରାଏଲମାନଙ୍କୁ ସୁରକ୍ଷା ଦେବାପାଇଁ ସମସ୍ତ ଆଇନଗତଃ ବ୍ୟବସ୍ଥା ଗ୍ରହଣ କରାଯିବ ।

ଏହାମଧ୍ୟ ପଢନ୍ତୁ.. ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: 'ବନ୍ଦ ହେବନି ଗାଜା ଯୁଦ୍ଧ, ଆମକୁ କେହି ରୋକି ପାରିବେନି'

ଜର୍ମାନ ନ୍ୟାୟିକ ମନ୍ତ୍ରୀ ମାକ୍ରୋ ବଚମ୍ୟାନ ମଧ୍ୟ ଏନେଇ ସୁରକ୍ଷାକର୍ମୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଇହୁଦୀମାନଙ୍କୁ ସୁରକ୍ଷା ଦେବାପାଇଁ ଓ ଶାନ୍ତିରେ ଜୀବନଯାପନ କରିବା ଦିଗରେ ସୁରକ୍ଷାକର୍ମୀଙ୍କୁ ଅବଦାନ ବେଶ ରହିଛି ବୋଲି କହିଛନ୍ତି ନ୍ୟାୟିକ ମନ୍ତ୍ରୀ । ସେ ଆଉମଧ୍ୟ କହିଛନ୍ତି, "ଗତକିଛି ଦିନ ମଧ୍ୟରେ ଆମ ଦେଶରେ ଇସ୍ରାଏଲ ନାଗରିକ, ଇହୁଦୀ ଓ ଇହୁଦୀ ସଂଗଠନ ଉପରେ ହମାସର ଆକ୍ରମଣ ବୃଦ୍ଧି ପାଇଛି ।ଏହା ଆମ ପାଇଁ ଲଜ୍ଜାଜନକ ଓ ଆଶ୍ଚର୍ଯ୍ୟଜନକ । ଆମେ ଆମ ଦେଶରେ ଇହୁଦୀମାନଙ୍କୁ ନିର୍ଭୟ ଓ ସୁରକ୍ଷିତ ଭାବେ ବଞ୍ଚିବା ପାଇଁ ସେମାନଙ୍କୁ ସୁନିଶ୍ଚିତ କରାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ।"

ତେବେ ୟୁଏସ ସମେତ ଏକାଧିକ ୟୁରୋପୀୟ ଦେଶ ଦ୍ବାରା ହମାସ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଦୀର୍ଘ ଦେଢ ମାସରୁ ଉର୍ଦ୍ଧ୍ବ ସମୟ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ହମାସ ସଂଗଠନକୁ ସମ୍ପୂର୍ଣ୍ଣ ଶେଷ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାରମ୍ବାର ଚେତାବନୀ ଦେଇଛନ୍ତି । ଏହି ଭୟଙ୍କର ଯୁଦ୍ଧରେ 2 ଦେଶର 10ହଜାରରୁ ଉର୍ଦ୍ଧ୍ବ ସାଧାରଣ ନାଗରିକ ନିଜ ଜୀବନ ହରାଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.