ETV Bharat / international

ଇରାନ ଆକାଶରେ ରହସ୍ୟମୟ ସିଗ୍ନାଲ, 15 ଦିନରେ ବାଟବଣା 20 ବିମାନ

ଇରାନ ଆକାଶରେ ରହସ୍ୟମୟ ସିଗ୍ନାଲ । ଯେଉଁଥିପାଇଁ 15 ମଧ୍ୟରେ ପାଖାପାଖି 20ଟି ବିମାନ ସିଗ୍ନାଲ ନପାଇ ବାଟବଣା ହୋଇଛନ୍ତି । ତେବେ ଭୁଲ ଜିପିଏସ ସିଗ୍ନାଲ ପାଇଁ ବିମାନଗୁଡିକ ରାସ୍ତା ପାଉନଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

15 ଦିନରେ ବାଟବଣା ହେଲେ 20 ବିମାନ
15 ଦିନରେ ବାଟବଣା ହେଲେ 20 ବିମାନ
author img

By ETV Bharat Odisha Team

Published : Oct 2, 2023, 10:37 AM IST

Updated : Oct 2, 2023, 2:27 PM IST

ମୁମ୍ୱାଇ: ଇରାନ ଆକାଶରେ ରହସ୍ୟମୟ ସିଗ୍ନାଲ ଦେଖିବାକୁ ମିଳିଛି । ଯେଉଁଥିପାଇଁ 15 ମଧ୍ୟରେ ପାଖାପାଖି 20ଟି ବିମାନ ସିଗ୍ନାଲ ନପାଇ ବାଟବଣା ହୋଇଛନ୍ତି । ତେବେ ଭୁଲ ଜିପିଏସ ସିଗ୍ନାଲ ପାଇଁ ବିମାନଗୁଡିକ ରାସ୍ତା ପାଉନଥିବା ଜଣାପଡିଛି । ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ଇରାନୀ ଏୟାରସ୍ପେସରେ ନକଲି ଜିପିଆରଏସ ସିଗ୍ନାଲ ପଠାଇ ବିମାନ ରାସ୍ତାରେ ପରିବର୍ତ୍ତନ ମାମଲା ସାମ୍ନାକୁ ଆସିଛି । ତେବେ ଗତ 15 ଦିନ ମଧ୍ୟରେ ପାଖାପାଖି 20ଟି ବିମାନ ଓ ଜେଟ୍‌ ଭୁଲ ଜିପିଏସ ସିଗ୍ନାଲ ଯୋଗୁଁ ବାଟବଣା ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଏହି ବିମାନଗୁଡିକ ବାଟ ବଣା ହେବା ପଛରେ ସ୍ଥଳଭାଗକୁ ପଠାଯାଉଥିବା କିଛି ଜିପିଏସ ସିଗ୍ନନାଲ ଅଟେ । ଯାହା ନାଭିଗେସନ ସିଷ୍ଟମ ଉପରେ ଆଟାକ କରିଥାଏ । ଯାହାପରେ ନାଭିଗେସନ ସିଷ୍ଟମ ଫେଲ ହୋଇଯାଇଥାଏ । ଯେଉଁଥିପାଇଁ ପାଇଲଟକୁ ରାସ୍ତା ମିଳିନଥାଏ । ନାଭିଗେସନ ଫେଲ ହେବା ପରେ ବିମାନ ଏଟିସି ସହ ଯୋଗାଯୋଗ କରି ନିଜ ରାସ୍ତା ପାଇଥାଏ ।

ଏହାମଧ୍ୟ ପଢନ୍ତୁ.. Mumbai Airport: ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ

ତେବେ ବୋଇଙ୍ଗ 777, 737 ଓ 747 ଏହି ନକଲି ଜିପିଏସର ଟାର୍ଗେଟ ହୋଇ ବାଟବଣା ହୋଇଥିବା ସୂଚନା ମିଳିଛି । ତେବେ ଫ୍ଲାଇଟ ଡାଟା ଇଣ୍ଟେଲ କ୍ରାଉଡସୋର୍ସିଂ ଓ୍ବେବସାଇଟ ତଥ୍ୟ ଅନୁଯାୟୀ, ଗତ ସୋମବାର ଦିନ ବୋଇଂ 777ର ପାଇଲଟ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲା । ତେବେ ରାସ୍ତା ନପାଇବା ପରେ ବାଗଦାଦ୍‌ ଏଟିସି ସହ ସମ୍ପର୍କ କରି ପାଇଲଟ ସମୟ ଓ ସ୍ଥାନ ବିଷୟରେ ପଚାରିଥିଲେ । ଏହାପରେ ଫ୍ଲାଇଟ୍‌ ଲ୍ୟାଣ୍ଡ କରାଇ ପାରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ଅନ୍ୟପଟେ ୟୁଏସ୍‌ ରେଡିଓ ଟେକନିକାଲ କମିଶନ ଅଫ୍‌ ଏରୋନେଟିକ୍ସର ସୂଚନା ଅନୁଯାୟୀ, ଜିପିଏସ୍‌ ସିଗ୍ନାଲ ପୁଫିଂ ପାଇଁ ଏଭଳି ସମସ୍ୟା ଦେଖାଯାଇଛି । ଜିପିଏସ ସିଗ୍ନାଲ ସାଟେଲାଇନ ସିଗ୍ନାଲର ସ୍ଥାନ ନେଇ ଯାଉଯିବାରୁ ବିମାନ ରାସ୍ତା ପାଉନାହିଁ । ଜିପିଏସ୍‌ ସିଗ୍ନାଲ ସାଟେଲାଇଟ ସିଗ୍ନାଲକୁ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ରିସିଭରକୁ ଭୁଲ ସ୍ଥାନ ଓ ଭୁଲ ସମୟ ଦେଖାଇଥାଏ । ତେବେ ଏଭଳି ସମସ୍ୟା ନୂଆ ନୁହେଁ ବୋଲି ୟୁଏସ ରେଡିଓ ଟେକ୍ନିକାଲ ପକ୍ଷରୁ କୁହାଯାଇଛି । ପାଖାପାଖି 10 ବର୍ଷ ହେଲା ଏଭଳି ସମସ୍ୟା ବେଳେ ବେଳେ ଦେଖାଯାଇଥାଏ । କିନ୍ତୁ କୌଣସି ଯାତ୍ରୀବାହୀ ବିମାନ ସହ ପୂର୍ବରୁ କେବେ ଏଭଳି ହୋଇନଥିଲା । ପ୍ରଥମ ଥର ପାଇଁ ଯାତ୍ରୀବାହୀ ବିମାନଗୁଡ଼ିକ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଇଛି । ତେବେ ୟୁଏସ ଫେଡରାଲ ଆଭିଏସନ ଆଡମିନିଷ୍ଚ୍ରେସନ ଏୟାରଲାଇନ୍ସ ଗୁଡିକୁ ସାବଧାନ ରହିବାକୁ ପରାମର୍ଶ ଦେଇଛି । ଇରାନ ଆକାଶରେ ଉଡାଣ ଭରିବା ସମୟରେ ସତର୍କ ରହିବା ସହ ଏଟିଏସ ସମ୍ପର୍କରେ ରହିବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.